ବେଆଇନ ଭାବେ ଇଟା ପୋଡ଼ା ଚାଲିଛି

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ବର ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଉପରେ କୌଣସି ପ୍ରଭାବ ପକାଇ ପାରୁନି। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୯ରୁ ଅଧିକ ବାଲିଘାଟରେ ଏଭଳି ବେଆଇନ କାରବାର ଚାଲିଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ସମ୍ପୂର୍ଣ୍ଣ କଟକଣା ଥିବା ମାଟି ଇଟାଭାଟି ବେଧଡକ ଭାବେ ଚାଲିଛି। ଏଥିପାଇଁ ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ ଇଟାଭାଟି, ବାଲି ଚାଲାଣକୁ ରୋକିବାରେ ପ୍ରଶାସନ ଅସମର୍ଥ ହୋଇଛି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମାଟିଆ ଗ୍ରାମ ନିକଟରେ ଦୀର୍ଘ ୩୦ ବର୍ଷ ଧରି ବେଆଇନ ଭାବେ ଇଟା ତିଆରି ହେଉଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମାଟି ଇଟା ତିଆରି ବନ୍ଦ କରିବାକୁ ଥରେ କି ୨ ଥର ନୁହେଁ ଅନେକ ଥର ଇଟାଭାଟି ମାଲିକଙ୍କୁ କହିଛନ୍ତି। ମାଲିକମାନେ ଇଟା ତିଆରି ବନ୍ଦ କରିବା ତ ଦୂରର କଥା ଓଲଟା ରାଜସ୍ବ ନିରୀକ୍ଷକଙ୍କୁ ଧମକ ଚମକ ଦେଉଥିବା ସେମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କେବଳ ମାଟିଆ ନୁହେଁ ବଙ୍ଗାଳିଦିଆ, ଷଣ୍ଢପଲ୍ଲ୍ଲୀ, ଅଳଭା, ବେଲତଳ, ପୌରାଞ୍ଚଳ ସମେତ ବାଲିପାଟଣା, ଶାସନ, ଡାମରପୁର, ବଡ଼ପଡ଼ା, ଅରଡପଲ୍ଲୀ, ବଳଭଦ୍ରପୁର, ଦିହୁଡୁପୁର ପ୍ରମୁଖ ପଞ୍ଚାୟତରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଛି। ମାଟି ଇଟାଭାଟି ବନ୍ଦ କରିବାକୁ ଜିଲା ପ୍ରଶାସନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଯେତେ ତାଗିଦ୍‌ କରୁଥିଲେ ହେଁ ମାଲିକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ଏଥିସହ ଜିଲା ପ୍ରଶାସନ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନୀତି ନିୟମକୁ ଇଟାଭାଟି ମାଲିକମାନେ ଫୁ କରି ଉଡ଼ାଇ ଦେଇଛନ୍ତି। ଇଟାଭାଟି ଯୋଗୁ ମୂତ୍ତିକା କ୍ଷୟ ହେଉନି ବରଂ ସ୍ଥାନୀୟ ଅଞ୍ଚଳର ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ନିକଟରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଜିଲାର ବେଆଇନ ଭାବେ ଚାଲିଥିବା ମାଟି ଇଟାଭାଟିଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା। ବିଡମ୍ବନା, ଏହିକି ଅଦ୍ୟାବଧି କୌଣସି ଇଟାଭାଟି ମାଲିକ କିମ୍ବା ବାଲି ଚୋରା ଚାଳଣ କରୁଥିବା ବେପାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅନୁରୂପ ଭାବେ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି-ନାଇଆଡିଆ, ଅମୃତମଣୋହୀ, କୁଳସାହି, ତରଡ଼ିପାଳ, ଘାଗରାଡିଆ, ଅଳପୁଆ ଏପରିକି ବନ୍ଦ ଥିବା ଦାମୋଦରପାଟନା ବାଲିଘାଟରୁ ବିନା ଟେଣ୍ଡରରେ ପ୍ରତିଦିନ ହଜାର ହଜାର ଟ୍ରିପ ବାଲି ଉଠାଣ ଚାଲିଛି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ପଟ୍ଟାମୁଣ୍ଡାଇ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଜରିମାନା ଆଦାୟ କରୁଥିବା କହୁଛନ୍ତି। ଉଭୟ ତହସିଲଦାର ଏବଂ ସ୍ଥାନୀୟ ପୋଲିସ ଅଧିକାରୀମାନେ ଏମାନଙ୍କୁ ରୋକିବା ପରିବର୍ତ୍ତେ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ଏହି ତହସିଲ ଅଧୀନରେ ୯ଟି ବାଲି ସଇରାତ ରହିଛି। ସଇରାତରେ ବେଧଡ଼କ ଭାବେ ବେଆଇନ ବାଲି ଉଠାଣ ଚାଲିଛି। ଏମାନଙ୍କୁ ତହସିଲ କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେହି ବାରଣ କରୁନାହାନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ମୋର ଅନ୍ୟତ୍ର ବଦଳି ହୋଇଯାଇଛି। ନୂଆ ତହସିଲଦାର ଯୋଗଦେଲେ ଏସବୁ ଘଟଣାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ। ମୋ ଅମଳରେ ସେମିତି କିଛି ହେଉ ନ ଥିଲା ଏବେ ଚାଲୁ ହେଉଛି ବୋଲି ତହସିଲଦାର ସେଠୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri