ବେଆଇନ ଭାବେ ଇଟା ପୋଡ଼ା ଚାଲିଛି

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ବର ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଉପରେ କୌଣସି ପ୍ରଭାବ ପକାଇ ପାରୁନି। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୯ରୁ ଅଧିକ ବାଲିଘାଟରେ ଏଭଳି ବେଆଇନ କାରବାର ଚାଲିଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ସମ୍ପୂର୍ଣ୍ଣ କଟକଣା ଥିବା ମାଟି ଇଟାଭାଟି ବେଧଡକ ଭାବେ ଚାଲିଛି। ଏଥିପାଇଁ ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ ଇଟାଭାଟି, ବାଲି ଚାଲାଣକୁ ରୋକିବାରେ ପ୍ରଶାସନ ଅସମର୍ଥ ହୋଇଛି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମାଟିଆ ଗ୍ରାମ ନିକଟରେ ଦୀର୍ଘ ୩୦ ବର୍ଷ ଧରି ବେଆଇନ ଭାବେ ଇଟା ତିଆରି ହେଉଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମାଟି ଇଟା ତିଆରି ବନ୍ଦ କରିବାକୁ ଥରେ କି ୨ ଥର ନୁହେଁ ଅନେକ ଥର ଇଟାଭାଟି ମାଲିକଙ୍କୁ କହିଛନ୍ତି। ମାଲିକମାନେ ଇଟା ତିଆରି ବନ୍ଦ କରିବା ତ ଦୂରର କଥା ଓଲଟା ରାଜସ୍ବ ନିରୀକ୍ଷକଙ୍କୁ ଧମକ ଚମକ ଦେଉଥିବା ସେମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କେବଳ ମାଟିଆ ନୁହେଁ ବଙ୍ଗାଳିଦିଆ, ଷଣ୍ଢପଲ୍ଲ୍ଲୀ, ଅଳଭା, ବେଲତଳ, ପୌରାଞ୍ଚଳ ସମେତ ବାଲିପାଟଣା, ଶାସନ, ଡାମରପୁର, ବଡ଼ପଡ଼ା, ଅରଡପଲ୍ଲୀ, ବଳଭଦ୍ରପୁର, ଦିହୁଡୁପୁର ପ୍ରମୁଖ ପଞ୍ଚାୟତରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଛି। ମାଟି ଇଟାଭାଟି ବନ୍ଦ କରିବାକୁ ଜିଲା ପ୍ରଶାସନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଯେତେ ତାଗିଦ୍‌ କରୁଥିଲେ ହେଁ ମାଲିକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ଏଥିସହ ଜିଲା ପ୍ରଶାସନ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନୀତି ନିୟମକୁ ଇଟାଭାଟି ମାଲିକମାନେ ଫୁ କରି ଉଡ଼ାଇ ଦେଇଛନ୍ତି। ଇଟାଭାଟି ଯୋଗୁ ମୂତ୍ତିକା କ୍ଷୟ ହେଉନି ବରଂ ସ୍ଥାନୀୟ ଅଞ୍ଚଳର ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ନିକଟରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଜିଲାର ବେଆଇନ ଭାବେ ଚାଲିଥିବା ମାଟି ଇଟାଭାଟିଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା। ବିଡମ୍ବନା, ଏହିକି ଅଦ୍ୟାବଧି କୌଣସି ଇଟାଭାଟି ମାଲିକ କିମ୍ବା ବାଲି ଚୋରା ଚାଳଣ କରୁଥିବା ବେପାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅନୁରୂପ ଭାବେ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି-ନାଇଆଡିଆ, ଅମୃତମଣୋହୀ, କୁଳସାହି, ତରଡ଼ିପାଳ, ଘାଗରାଡିଆ, ଅଳପୁଆ ଏପରିକି ବନ୍ଦ ଥିବା ଦାମୋଦରପାଟନା ବାଲିଘାଟରୁ ବିନା ଟେଣ୍ଡରରେ ପ୍ରତିଦିନ ହଜାର ହଜାର ଟ୍ରିପ ବାଲି ଉଠାଣ ଚାଲିଛି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ପଟ୍ଟାମୁଣ୍ଡାଇ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଜରିମାନା ଆଦାୟ କରୁଥିବା କହୁଛନ୍ତି। ଉଭୟ ତହସିଲଦାର ଏବଂ ସ୍ଥାନୀୟ ପୋଲିସ ଅଧିକାରୀମାନେ ଏମାନଙ୍କୁ ରୋକିବା ପରିବର୍ତ୍ତେ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ କରିଛନ୍ତି। ଏହି ତହସିଲ ଅଧୀନରେ ୯ଟି ବାଲି ସଇରାତ ରହିଛି। ସଇରାତରେ ବେଧଡ଼କ ଭାବେ ବେଆଇନ ବାଲି ଉଠାଣ ଚାଲିଛି। ଏମାନଙ୍କୁ ତହସିଲ କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେହି ବାରଣ କରୁନାହାନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ମୋର ଅନ୍ୟତ୍ର ବଦଳି ହୋଇଯାଇଛି। ନୂଆ ତହସିଲଦାର ଯୋଗଦେଲେ ଏସବୁ ଘଟଣାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ। ମୋ ଅମଳରେ ସେମିତି କିଛି ହେଉ ନ ଥିଲା ଏବେ ଚାଲୁ ହେଉଛି ବୋଲି ତହସିଲଦାର ସେଠୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri