ପ୍ରଦୂଷଣ ବଢ଼ାଉଛି ଇଟାଭାଟି ଧୂଆଁ

କେନ୍ଦ୍ରାପଡ଼ା ଅଫିସ, ୧୦ା୩: ମାର୍ଚ୍ଚ ମାସ ଆରମ୍ଭରୁ ତାତି ଅସହ୍ୟ ହେଲାଣି। ଏବେ ଦିନ ବେଳା ସର୍ବୋଚ୍ଚ ୩୮ ଡିଗ୍ରୀ ସେଲ୍‌ସିୟସକୁ ତାତି ଛୁଇଁଥିବା ବେଳେ ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଆଲୋଚନା ହେଉଛି। ତାତିର ଏହି ଭୟଙ୍କର ରୂପ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ମାଟିରେ ନିର୍ମିତ ଇଟାଭାଟି ବଢ଼ି ଚାଲିଛି। ଇଟାଭାଟିରୁ ବାହାରୁଥିବା ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବା ବେଳେ ତାତି ବଢାଉଛି ବୋଲି ଅଭିଯୋଗ ହେଉଛି। ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ଯେଉଁ ମାଟିଇଟା ତିଆରି ଚାଲିଛି ତା’ର ରଙ୍ଗ ନାଲି ଓ ପୋଡ ଭଲ ଦେଖାଇବା ପାଇଁ ୟୁରିଆ ସାରର ବ୍ୟବହାର କରାଯାଉଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ଯୋଗୁ ଫ୍ଲାଏ ଆଶ୍‌ ଇଟା ନିର୍ମାତାକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି।

ଏ ସମ୍ପର୍କରେ ଯୁବ ଶିଳ୍ପୋଦ୍ୟୋଗୀ ଦେବାଶିଷ ସାମଲ କହିଛନ୍ତି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ହୋଇପାରିବ ନାହିଁ। ଏଥିପାଇଁ ପାୱାର ଥର୍ମାଲ ପ୍ଲାଣ୍ଟରୁ ନିର୍ଗତ ସି’ ଗ୍ରେଡ୍‌ ଫ୍ଲାଏ ଆଶ୍‌କୁ ଇଟାରେ ପରିଣତ କରିବାକୁ ରାଜ୍ୟ ସରକାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁନାହାନ୍ତି। ମାଟି ଇଟାଭାଟି ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଛି। ପୋଡା ମାଟିଇଟା ଚାହିଦା ରହୁଥିବାରୁ ଫ୍ଲାଏ ଆଶ୍‌ ଇଟା କାରଖାନା କରିଥିବା ଶିଳ୍ପୋଦ୍ୟୋଗୀମାନେ କ୍ଷତି ସହୁଛନ୍ତି। ଫଳରେ ସେମାନେ ବ୍ୟାଙ୍କ ଋଣ ଶୁଝି ପାରୁ ନ ଥିବା ଦେବାଶିଷ କହିଛନ୍ତି। ଦୁତିଆଳର ଶିକ୍ଷାବିତ୍‌ ଅଜୟ କୁମାର ସାମଲ କହିଛନ୍ତି, ଖରା ତାତି ସହ ଇଟାଭାଟିର ଧୂଅଁା ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସରୋଗୀ ଏହାର ଧୂଆଁରେ ଅଣନିଃଶ୍ୱାସୀ ହେଉଛନ୍ତି। ତେବେ ଜିଲାରେ ଏବେ ଏହି ପ୍ରକାର ଇଟାଭାଟି ବ୍ୟବସାୟ ବଢ଼ିଚାଲିଛି। ଜିଲାରେ ପ୍ରବାହିତ ନଦୀପଠା ଇଟା ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ମାଟିଇଟାକୁ ଜିଲାର ବିଭିନ୍ନ ଅଞ୍ଚଳ ସହ କଟକ, ଭୁବନେଶ୍ୱର, ଜଗତ୍‌ସିଂହପୁର, ପାରାଦୀପ, କଳିଙ୍ଗନଗର ଆଦିକୁ ଚାଲାଣ ହେଉଛି। ସେହିପରି ଇଟାଭାଟି ନିର୍ମାତା ଶିଶୁ ଶ୍ରମିକ ସହ ବାହାର ରାଜ୍ୟ ଓ ଜିଲା ଲୋକଙ୍କୁ ନିୟୋଜିତ କରୁଛନ୍ତି। ଡେରାବିଶର ବିଜୟ ପରିଡା କହିଛନ୍ତି, ନକଲି ଖାଦ୍ୟ, ସିମେଣ୍ଟ ପରି ଏବେ ପରିବହନରେ ହେରାଫେରି ବଢ଼ିଯାଇଛି। କୌଣସି କ୍ରେତା ଭାଟିରୁ ଇଟା ଆଣିବା ପାଇଁ ବ୍ୟବସାୟୀଙ୍କ ସହ ମୂଲଚାଲ କରି ଅର୍ଥ ପ୍ରଦାନ କରୁଛନ୍ତି। ତେବେ ନିର୍ଦ୍ଧାରିତ ଇଟା ପହଞ୍ଚତ୍ବା ପୂର୍ବରୁ ଗାଡି ଚାଳକ ସେଥିରୁ କିଛି କାଢ଼ି ଜାତୀୟ ରାଜପଥରେ କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରି ଦେଉଛନ୍ତି। ଏହି ଚୋରି ରୋକିବାକୁ କ୍ରେତା ପରିବହନ ହୋଇଥିବା ସାମଗ୍ରୀର ଗଣତି କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ମାଟି ଇଟା ନିର୍ମାଣ ସମ୍ପର୍କରେ ଜଣେ ଭାଟି ମାଲିକ କହିଛନ୍ତି, ମାଟି ଘର ବଦଳରେ ସମସ୍ତେ କୋଠା ଘରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଉଛନ୍ତି। ଜିଲାରେ ଫ୍ଲାଏ ଆଶ୍‌ କମ୍‌ ଥିବାରୁ ଏହାର ଚାହିଦା ପୂରଣ ପାଇଁ ମାଟିଇଟାକୁ କ୍ରେତା ଆଗ୍ରହ ପ୍ରକାଶ କରୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ମାଟିଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ସେହିପରି ନଦୀପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ରେ ନିର୍ଦ୍ଦେଶ ହୋଇଛି। ମାଟିଇଟା ନିର୍ମାଣ ସମୟରେ ପରିବେଶ ଉପରେ ପ୍ରଭାବ ପଡୁଥିବାରୁ ଏହା ବନ୍ଦ ରହିଛି ବୋଲି ସେ ମତ ଦେଇଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଖରାଦିନକୁ ଲକ୍ଷ୍ୟ କରି ମାଟିଇଟା ନିର୍ମାଣ ଉପରେ ରୋକ ଲଗାଯାଇଛି। ଏ ନେଇ ପ୍ରତ୍ୟେକ ତହସିଲ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri