ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର ଶବର କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ୍‌ ରାସବେଡ଼ା ପଞ୍ଚାୟତ ବନ୍ଧଗଡ଼ା ଗ୍ରାମର ରଘୁ ମାଦ୍ରି(୬୦)ଙ୍କୁ ୮ମାସ ତଳେ ଭାଲୁ ଆକ୍ରମଣ କରିଥିଲା। ରଘୁ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ସହାୟତା ନିମନ୍ତେ ବନ ବିଭାଗରେ ଆବେଦନ କରିଥିଲେ। ବନ ବିଭାଗ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ସରକାରୀ ସହାୟତା ଆସିଥିଲା। ତେବେ କୁଡୁମୁଲୁଗୁମ୍ମା ବନପାଳ ଅଧୀନରେ କାମ କରୁଥିବା ପାରାଓ୍ବାଚର ଅନନ୍ତରାମ ସହାୟତା ଟଙ୍କା ବାବଦକୁ ରଘୁଙ୍କୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିସହ ରଘୁଙ୍କୁ ବ୍ୟାଙ୍କକୁ ନେଇ ଫରେଷ୍ଟର ଏବଂ ରେଞ୍ଜର ଲାଞ୍ଚ ମାଗୁଥିବା କହି ୩୦ହଜାର ଟଙ୍କା ଆକାଉଣ୍ଟରୁ ଉଠାଇ ନେଇଥିଲେ। ପରେ ପୁଣି ୧୦ହଜାର ଟଙ୍କା ଦେବାକୁ ବାଧ୍ୟ କରିବା ସହ ନ ଦେଲେ ସମସ୍ତ ଟଙ୍କା ଫେରିଯିବ ବୋଲି ଧମକ ଦେଇଥିଲେ। ଏ ନେଇ ହିତାଧିକାରୀଙ୍କ ଅଭିଯୋଗ ପରେ ମାଲକାନଗିରି ଡିଏଫ୍‌ଓ ଘଟଣାର ତଦନ୍ତ କରିଥିଲେ। ଏସିଏଫ୍‌ ବିଭୂତି ଭୂଷଣ ବେହେରା ଘଟଣାସ୍ଥଳକୁ ଯାଇ ପଚାରି ବୁଝିଥିଲେ। ଏହି ଆଧାରରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସେହିପରି ଘଟଣା ସମ୍ପର୍କରେ ଜାଣି ନୀରବ ରହିଥିବାରୁ ବନପାଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri