ମା’ କ୍ଷୀର-ଶିଶୁ ସୁରକ୍ଷା କବଚ

ଜନ୍ମପରେ ପ୍ରଥମେ ମା’ର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ ଓ ସ୍ତନ୍ୟପାନ ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଶିଶୁ ଆପଣାଛାଏଁ ମାତୃସ୍ତନ୍ୟରୁ କ୍ଷୀର ଖାଇବା ଆରମ୍ଭ କରେ। ଏହାକୁ ବେବିକ୍ରଲ୍‌ କୁହାଯାଏ। ପ୍ରଥମ ୬ମାସ କେବଳ ମା’କ୍ଷୀର, ପାଣି କିମ୍ବା ଅନ୍ୟ କୌଣସି ଖାଦ୍ୟ ଏପରିକି ପାଣି ମଧ୍ୟ ଦିଆଯାଏ ନାହିଁ।
କେବଳ ଦରକାରୀ ଔଷଧ ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଏ। ଏହାକୁ ଏକ୍ସକ୍ଲୁସିଭ୍‌ ବ୍ରେଷ୍ଟ ଫିଡିଂ କୁହାଯାଏ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଏହା ଜାଣି ସୁଦ୍ଧା ସ୍ତନ୍ୟପାନ କରାଇବାରେ ଅନେକ ମନୁଷ୍ୟକୃତ ସମସ୍ୟା ରହିଛି ଯାହା ମା’ର ମନକୁ ଆନ୍ଦୋଳିତ କରି ସନ୍ଦେହ ଘେରକୁ ନେଇଯାଇଥାଏ। ତା’ର ଏହି ନୟନ ପିତୁଳା ଜୀବନ ସଙ୍ଖାଳି ପାଇଁ କେଉଁଟି ଠିକ୍‌ ସେ ବୁଝିପାରେ ନାହିଁ। ସ୍ତନ୍ୟପାନ ଦ୍ୱାରା ନିଜର ଉପକାର ଓ ଶିଶୁର ଉପକାର ଗୁଡ଼ିକ ବିଷୟରେ ଅଜ୍ଞ ରହିବା ଫଳରେ ତା’ ଜୀବନର ପ୍ରଥମ ଦିନରୁ ହିଁ ବିଭିନ୍ନ ଡବା କ୍ଷୀର ଦେଇ ନ୍ୟାଯ୍ୟ ଅଧିକାରରୁ ଶିଶୁକୁ ବଞ୍ଚିତ କରିଥାଏ।
ଏଥିରେ ଅବଶ୍ୟ ମା’ର କୌଣସି ଦୋଷ ନାହିଁ, କାରଣ ସ୍ତନ୍ୟପାନ ଉପକାରିତା ବିଷୟରେ ଅବଗତ କରାଇବା ବ୍ୟକ୍ତି କିମ୍ବା ସଂସ୍ଥାର ଉପଦେଶ ତାକୁ ମାନସିକ ଦୃଢ଼ତା ଦେବା ସହିତ ମାତା ଓ ଶିଶୁର ଭବିଷ୍ୟତକୁ ମଧୁମୟ କରିଥାନ୍ତି । ତେଣୁ ପ୍ରତ୍ୟେକ ଡାକ୍ତର, ନର୍ସ, ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କର ଦାୟିତ୍ୱ ରହିଛି ମା’ଙ୍କୁ ଉପଦେଶ ଦେବା ଜନ୍ମର ପ୍ରଥମ ଏକ ଘଣ୍ଟା ମଧ୍ୟରେ ।
ଏହି ଉଷ୍ମତାର ଶିକୁଳି ଉପରେ ନିର୍ଭର କରୁଛି ମା’ ଓ ଶିଶୁର ଭବିଷ୍ୟତ । ଆମେ ସମସ୍ତେ ଜାଣିଛେ ଶିଶୁର ମୁଖଟି ମାତୃ ସ୍ତନ୍ୟାଗ୍ର ସ୍ପର୍ଶ କଲାପରେ ଦୁଗ୍ଧ ପ୍ରସ୍ତୁତିର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସ୍ତନରୁ ଶିହରଣ ଯାଇ ମସ୍ତିଷ୍କର ପିଟ୍ୟୁଟାରି ଗ୍ରନ୍ଥିରୁ ପ୍ରୋଲାକ୍ଟିନ୍‌ ହର୍‌ମୋନ କ୍ଷରଣ ହୋଇଥାଏ। ତେଣୁ କ୍ଷୀର ବଢ଼ାଇବାର ଉପାୟ ହେଲା ବାରମ୍ବାର ଶିଶୁକୁ କ୍ଷୀର ପିଆଇବା। ମା’ ଅଧିକ ଜଳପାନ କରିବା ଆବଶ୍ୟକ ପ୍ରାୟ ଦିନକୁ ୨ ଲିଟର । ପାଣି ପିଇବା ସହିତ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ।
ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନେ ସ୍ତନ୍ୟପାନ କରାଇବାରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେଜଣ ମା’ଙ୍କୁ ୩ମାସ କିମ୍ବା ୬ମାସ ପ୍ରସବୋତ୍ତର ଛୁଟି ମିଳୁଛି। ୬ମାସ ଛୁଟି ମିଳୁଥିବା ମାଆମାନେ ଏହାପରେ ନିଜ ସମୟକୁ ଆଡଜଷ୍ଟ କରି ମାତୃସ୍ତନ୍ୟ ଓ ବହଳ ଖାଦ୍ୟ ଦେଇପାରିବେ। ଯେପରି ୧୦ଟା ପର୍ଯ୍ୟନ୍ତ ମାଆ କ୍ଷୀର ପାନକରାଇ ୧୨ଟା ସମୟରେ ଭାତଡାଲି ଖୁଆଇପାରିବେ। ୩ମାସ ଛୁଟି ପାଉଥିବା ମାଆ ନିଜ ଘରକୁ ଆସି କିମ୍ବା ଶିଶୁକୁ ନିଜ ପାଖକୁ ନେଇ ସ୍ତନ୍ୟପାନ କରାଇପାରିବେ କିମ୍ବା ନିଜ କ୍ଷୀରକୁ ବାହାରକରି କାଚପାତ୍ରରେ ବାହାରେ ୪ଘଣ୍ଟାରୁ ୮ଘଣ୍ଟା ମଧ୍ୟରେ କିମ୍ବା ବରଫ ବାକ୍ସରେ ୨୪ଘଣ୍ଟା ପର୍ଯ୍ୟନ୍ତ ଓ ଫ୍ରିଜ୍‌ରେ ୩ଦିନ ପର୍ଯ୍ୟନ୍ତ ରଖି ବ୍ୟବହାର କରାଯାଇପାରିବେ ଏବଂ ଏହାକୁ କାଢ଼ି ଉଷ୍ମଜଳରେ ରଖିଦେଲେ ତାହା ସାଧାରଣ ଉତ୍ତାପକୁ ଆସି ଶିଶୁକୁ ଦିଆଯାଇପାରିବ।
ମା’ କ୍ଷୀରକୁ ୫ ଭାଗରେ ବିଭକ୍ତ କରାଯାଇଛି: ୧. କଷ କ୍ଷୀର (୩ ଦିନରୁ ୪ଦିନ): ଏହା ଜନ୍ମ ପରେ ବାହାରିଥାଏ, ବହଳିଆ ଓ ଈଷତ୍‌ ହଳଦିଆ ରଙ୍ଗର ହୋଇଥାଏ। ୨୪ଘଣ୍ଟାରେ ୧୫ରୁ ୨୦ମି.ଲି. ବାହାରିଥାଏ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଥାଏ। ତେଣୁ ରୋଗରୁ ରକ୍ଷା କରିବା ପାଇଁ ଏହା ଶିଶୁର ପ୍ରଥମ ଟିକା। ଏଥିରେ ଶରୀର ବୃଦ୍ଧି ପାଇଁ ସମସ୍ତ ଉପାଦାନ ଥାଏ।
୨. ଟ୍ରାଞ୍ଜିସନ୍‌ ମିଲ୍କ: ଏହା ୩ ଦିନରୁ ସପ୍ତାହେ ପର୍ଯ୍ୟନ୍ତ କ୍ଷରିତ ହୋଇଥାଏ। ଏଥିରେ ଲାକ୍ଟୋଜ,ଚର୍ବି ଓ ବି କମ୍ଳେକ୍ସ ଭିଟାମିନ୍‌ ଅଧିକ ଥାଏ।
୩.ପରିପକ୍ୱ କ୍ଷୀର ବା ମାଚ୍ୟୁଅର ମିଲ୍କ: ଏହା ପ୍ରଚୁର ପରିମାଣରେ ବାହାରେ। ଏଥିରେ ପ୍ରତି ୧୦୦ମି.ଲି. କ୍ଷୀରରେ ପୁଷ୍ଟିସାର ୧.୨ଗ୍ରାମ, ଲାକ୍ଟୋଜ ୬.୫ଗ୍ରାମ, ସ୍ନେହସାର ୩.୫ଗ୍ରାମ, କ୍ୟାଲସିୟମ୍‌ ୩୪ମିଲି ଗ୍ରାମ, ଫସ୍‌ଫେଟ୍‌ ୧୫ମିଲି ଗ୍ରାମ, ୬୦-୭୫ କିଲୋ କ୍ୟାଲୋରି ଥାଏ। ଏହାଛଡ଼ା ଭିଟାମିନ୍‌ ଏ, ଡି, ଇ, ସି ମଧ୍ୟ ଥାଏ ଏବଂ ଜଳୀୟ ଅଂଶ ୮୭.୫% ଥାଏ।
୪. ଫୋର ମିଲ୍କ: ସ୍ତନ୍ୟପାନ ସମୟରେ ପ୍ରଥମେ ଆସୁଥିବା କ୍ଷୀରର ରଙ୍ଗ ଈଷତ୍‌ ନୀଳ। ଏହା ଅଧିକ ପରିମାଣରେ ବାହାରିଥାଏ ଓ ଅଧିକ ଜଳୀୟ ଅଂଶ, ପୁଷ୍ଟିସାର, ଲାକ୍ଟୋଜ ଥାଏ, ଯାହାକି ଶିଶୁର କ୍ଷୁଧା ମେଣ୍ଟାଇବା ସହିତ ତୃଷା ମଧ୍ୟ ମେଣ୍ଟାଇଥାଏ।
୫.ହାଇଣ୍ଡ ମିଲ୍କ: ଏଥିରେ ଅଧିକ ପରିମାଣର ଚର୍ବି ଥାଏ ଓ ଦେଖିବାକୁ ଧଳା ରଙ୍ଗର । ତେଣୁ ଏହି ଦୁଇ ପ୍ରକାର କ୍ଷୀର ଶିଶୁ ପାନକରିବା ଆବଶ୍ୟକ।
ମା’ କ୍ଷୀରର ଉପକାରିତା: ମା’ କ୍ଷୀର ଶିଶୁର ସନ୍ତୁଳିତ ଆହାର। ଏଥିରେ ଥିବା ସମସ୍ତ ଉପାଦାନ ବୟସ ତଥା ଆବଶ୍ୟକତା ଅନୁସାରେ ଶିଶୁକୁ ପ୍ରାପ୍ତ ହୋଇଥାଏ। ଏହା ସମ୍ପୂର୍ଣ୍ଣ ଶୁଦ୍ଧ, ଜୀବାଣୁ ଶୂନ୍ୟ ଏବଂ ଦେୟମୁକ୍ତ। ମା’କ୍ଷୀରେ ଥିବା ପୋଷକ ତତ୍ତ୍ୱ ଶିଶୁକୁ ତରଳଝାଡ଼ା ଓ ନିମୋନିଆ ରୋଗରୁ ରକ୍ଷାକରେ। ସ୍ତନ୍ୟପାନ ମା’ଓ ଶିଶୁର ବନ୍ଧନକୁ ନିବିଡ଼ କରେ ଓ ଶିଶୁ ମନରେ ସୁରକ୍ଷା ଭାବନା ଜାଗ୍ରତକରେ । ମା’କ୍ଷୀର ପିଉଥିବା ଶିଶୁଙ୍କଠାରେ ଡାଇବେଟିସ୍‌, ହୃଦ୍‌ରୋଗ, ଏକ୍‌ଜିମା, ଆଜ୍‌ମା, ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଓ ଆଲର୍ଜି ରୋଗ ହୁଏ ନାହିଁ। ମା’ କ୍ଷୀରରେ ଥିବା ପ୍ୟୁରିନ୍‌ ଓ ସିଷ୍ଟିନ୍‌ ଆମିନୋଏସିଡ୍‌ ହେତୁ ପିଲାର ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇଥାଏ ଓ ପିଲା ବୁଦ୍ଧିଆ ହୁଏ। ଏହାଦ୍ୱାରା ପିଲା ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଅର୍ଥନୈତିକ ଓ ସାମାଜିକ ପ୍ରତିଷ୍ଠା ଲାଭ କରିଥାଏ।
ସେହିପରି ସ୍ତନ୍ୟପାନ କରାଇବା ଦ୍ୱାରା ମା’ର ମେଦବହୁଳତା, ରକ୍ତହୀନତା ରୋଗ, ସ୍ତନ କର୍କଟ, ଜରାୟୁ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ।
ଏହି ସମସ୍ତ ଉପକାରକୁ ଅନୁଧ୍ୟାନକଲେ ସ୍ତନ୍ୟପାନ ଶିଶୁ ପାଇଁ ବରଦାନ। ତେଣୁ ସମସ୍ତେ ସ୍ତନ୍ୟପାନ ପ୍ରଚାରରେ ସମର୍ଥନ କରିବା।

– ଡା. ନରେଶ ଆଚାର୍ଯ୍ୟ
ଶିଶୁରୋଗ ବିଶେଷଜ୍ଞ,
ଜାତୀୟ ସ୍ବାସ୍ଥ୍ୟ ମିଶନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri