ଶିଶୁପାଇଁ ସ୍ତନ୍ୟପାନ

ନବଜାତ ଶିଶୁଟି ପାଇଁ ସ୍ତନ୍ୟପାନ ଅମୃତ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ମା’କ୍ଷୀର ଶିଶୁ ପାଇଁ ଅମୃତ। ଆଦିମ କାଳରୁ ରହିଥିବା ଏହି ପ୍ରସଙ୍ଗ ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଫିକା ପଡ଼ିଛି। ଅଧିକାଂଶ ମା’ଙ୍କର ସ୍ତନ୍ୟପାନକୁ ନେଇ ବିଚିତ୍ର ମାନସିକତା ରହିଛି। ସ୍ତନ୍ୟପାନ କରାଇଲେ ସୌନ୍ଦର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା କରି ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଫଳରେ ଅମୃତ କୁହାଯାଉଥିବା ଏହି ମା’କ୍ଷୀର ଏବେ ଶିଶୁ ପାଇଁ ସ୍ବପ୍ନ ହୋଇଛି। ଶିଶୁଟି ଜନ୍ମ ହେବାଠାରୁ ୬ମାସ ପର୍ଯ୍ୟନ୍ତ ମା’କ୍ଷୀର ପିଇବା ଅତ୍ୟନ୍ତ ଆବଶ୍ୟକ। ଏହା ଶିଶୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀରକୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ଯୋଗାଇଥାଏ। ଏଣୁ ଏ ଦିଗରେ ମା’ମାନଙ୍କୁ ସଚେତନ କରାଇବା ପାଇଁ ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳିତ ହୋଇଥାଏ ସ୍ତନ୍ୟପାନ ସପ୍ତାହ। ୧୯୯୨ରେ ପ୍ରଥମ ଥର ପାଇଁ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା। ଏହା ପରଠାରୁ ପ୍ରତ୍ୟେକ ବର୍ଷ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ଦେଶରେ ପାଳିତ ହୋଇଥାଏ ଏହି ସପ୍ତାହ। ଏହି ଦିବସ ପାଳନ କରୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ।
ପିଲାଟି ଜନ୍ମ ହେବା ପରେ ଈଶ୍ୱର ପ୍ରଦତ୍ତ ଅନନ୍ୟ ଉପାଦାନ ହେଉଛି ମା’ ଠାରୁ ଝରୁଥିବା ପ୍ରଥମ କ୍ଷୀର ଯାହାକୁ କଷ କ୍ଷୀର କୁହାଯାଏ। ଏହାର ରଙ୍ଗ ଈସତ୍‌ ହଳଦିଆ। ନବଜାତ ପିଲାଟିର ଏହା ହେଉଛି ପ୍ରଥମ ଖାଦ୍ୟ। ଯେଉଁଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଏ, ଲବଣ ଓ ପୁଷ୍ଟିସାର ରହିଥାଏ। କମ୍‌ ପରିମାଣରେ ଶର୍କରା ଓ ଚର୍ବିଜାତୀୟ ଖାଦ୍ୟ ଓ ପୋଟାସିୟମ ରହିଥାଏ। ଏହା ଶିଶୁର ଅନ୍ତନଳୀରେ ଥିବା କଳା ରଙ୍ଗର ମଇଳାଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଏହି କଳା ରଙ୍ଗର ମଇଳାଗୁଡ଼ିକ ଶିଶୁର ଅନ୍ତନଳୀରେ ଜମା ହୋଇ ରହିଲେ ତାକୁ ଅଧିକ ପରିମାଣର କାମଳ ରୋଗ ହୋଇଥାଏ। କଷ କ୍ଷୀର ହିଁ ପ୍ରଥମ ପ୍ରତିଷେଧକ ଟିକା। ଏଥିରେ ଇମ୍ୟୁନୋଗ୍ଲୋବଲିନ୍‌ ବେଶି ପରିମାଣରେ ଥାଏ ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଶିଶୁ ପାଇଁ ମା’କ୍ଷୀର ଯେ କେତେ ଉପାଦେୟ ତାହା କହିବା ଅସମ୍ଭବ। ତେବେ ଏଥିରେ ଏପରି ତତ୍ତ୍ୱ ରହିଥାଏ, ଯାହା ଶିଶୁର ଶାରୀରିକ ଗଠନଠାରୁ ଆରମ୍ଭ କରି ବୁଦ୍ଧିର ବିକାଶ ପର୍ଯ୍ୟନ୍ତ ସାହାଯ୍ୟ କରେ। ମା’ କ୍ଷୀରରେ ପ୍ରାକୃତିକ ରୋଗ ପ୍ରତିରୋଧକ ଆଣ୍ଟିବଡ଼ି ଥାଏ। ଏହା ଶିଶୁକୁ ସୁସ୍ଥ ତଥା ନୀରୋଗ ରଖିଥାଏ।
ଏହାକୁ ପିଇଲେ ସ୍ନାୟୁ ଓ ମସ୍ତିଷ୍କର ଅଭିବୃଦ୍ଧି ହୋଇଥାଏ। ପିଲାର ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ଦୃଢ଼ ହୁଏ ଏବଂ ପିଲା ଶୀଘ୍ର କଥା କହିବା ଆରମ୍ଭ କରେ। ମା’କ୍ଷୀର ପିଇବା ଦ୍ୱାରା ଶିଶୁର ଶାରୀରିକ ଅଭିବୃଦ୍ଧି ଠିକ୍‌ ଭାବେ ହୋଇଥାଏ। ପୂର୍ଣ୍ଣମାତ୍ରାରେ ମା’କ୍ଷୀର ପିଉଥିବା ଶିଶୁ ଭବିଷ୍ୟତରେ ମଧୁମେହ, ଉଚ୍ଚ ରକ୍ତଚାପ, ପାଗଳାମି, କ୍ୟାନ୍‌ସର ଆଦି ରୋଗର ସମ୍ମୁଖୀନ ହେବା ଆଶଙ୍କା କମ୍‌ ଥାଏ।
ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ କେତେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ପ୍ରଥମ କଥା ହେଲା ଶିଶୁଟି ଜନ୍ମ ହେବାର ଅଧଘଣ୍ଟାଏ ମଧ୍ୟରେ ତାକୁ ମା’କ୍ଷୀର ବା କୋଲେଷ୍ଟ୍ରମ୍‌ ପିଆଇବା ଦରକାର। ଜନ୍ମର ପ୍ରଥମ ତିନି ଦିନ ଶିଶୁକୁ ଏହି କ୍ଷୀର ପିଆଇବା ନିହାତି ଦରକାର। ଶିଶୁଟି ୬ମାସ ପର୍ଯ୍ୟନ୍ତ ମା’କ୍ଷୀର ପିଇବା ଜରୁରୀ। ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେବା ଦରକାର। ଅବସାଦଗ୍ରସ୍ତ ହୋଇ ସ୍ତନ୍ୟପାନ କରାଇବା ଠିକ୍‌ ନୁହେଁ। ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ଆରାମରେ ବସିବା (ଯେମିତି ପିଠି ୯୦ଡିଗ୍ରୀରେ ରହିବ) ଦରକାର। ପିଲାକୁ କୋଳରେ ଏପରି ବସାନ୍ତୁ ଯେପରି ସେ ଆରାମରେ ସ୍ତନ୍ୟପାନ କରିପାରିବ। ଏହି ସମୟରେ କେତେକ ପିଲା ଅଝଟ କରିଥାଆନ୍ତି। ସେମାନଙ୍କୁ ବୁଝାଇବା ପାଇଁ ମା’ ଲୋରି ଗାଇ କିମ୍ବା ପିଠି ଥାପୁଡ଼ାଇ ସ୍ତନ୍ୟପାନ କରାଇବା ଆବଶ୍ୟକ। ଏହି ସମୟରେ ମା’ ଆଦୌ ବିରକ୍ତିଭାବ ପ୍ରକାଶ କରିବା ଠିକ୍‌ ନୁହେଁ। ଅପରପକ୍ଷେ ଶିଶୁଟି କେତେ ଘଣ୍ଟା ଅନ୍ତରରେ ସ୍ତନ୍ୟପାନ କରିବ ସେଥିନେଇ ମା’ଅବଗତ ହେବା ଦରକାର। ଶିଶୁକୁ ପ୍ରତି ୨-୩ ଘଣ୍ଟା ଅନ୍ତରରେ ସ୍ତନ୍ୟପାନ କରାଇବା ଆବଶ୍ୟକ। ମନେରଖନ୍ତୁ ଶିଶୁର ସମସ୍ତ ସଂକ୍ରମଣ ରୋଗ ପାଇଁ ମା’ କ୍ଷୀର ମହୋଷଧିପରି କାମ କରିଥାଏ, ସେଥିପାଇଁ କୁହାଯାଏ ମା’ କ୍ଷୀର ଅମୃତ ଆହାର। ତେଣୁ ବିଶ୍ୱ ସ୍ତନ୍ୟପାନ ସପ୍ତାହର ମର୍ମ ବିଶେଷକରି ମା’ମାନଙ୍କ ଦ୍ୱାରା ସାର୍ବଜନୀନ ଗ୍ରହଣୀୟ ହେଲେ ଏହାର ପ୍ରାସଙ୍ଗିକତାର ଗୁରୁତ୍ୱ ରହନ୍ତା।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଅଧୀକ୍ଷକ,
ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri