ଶିଶୁପାଇଁ ସ୍ତନ୍ୟପାନ

ନବଜାତ ଶିଶୁଟି ପାଇଁ ସ୍ତନ୍ୟପାନ ଅମୃତ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ମା’କ୍ଷୀର ଶିଶୁ ପାଇଁ ଅମୃତ। ଆଦିମ କାଳରୁ ରହିଥିବା ଏହି ପ୍ରସଙ୍ଗ ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଫିକା ପଡ଼ିଛି। ଅଧିକାଂଶ ମା’ଙ୍କର ସ୍ତନ୍ୟପାନକୁ ନେଇ ବିଚିତ୍ର ମାନସିକତା ରହିଛି। ସ୍ତନ୍ୟପାନ କରାଇଲେ ସୌନ୍ଦର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା କରି ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଫଳରେ ଅମୃତ କୁହାଯାଉଥିବା ଏହି ମା’କ୍ଷୀର ଏବେ ଶିଶୁ ପାଇଁ ସ୍ବପ୍ନ ହୋଇଛି। ଶିଶୁଟି ଜନ୍ମ ହେବାଠାରୁ ୬ମାସ ପର୍ଯ୍ୟନ୍ତ ମା’କ୍ଷୀର ପିଇବା ଅତ୍ୟନ୍ତ ଆବଶ୍ୟକ। ଏହା ଶିଶୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀରକୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ଯୋଗାଇଥାଏ। ଏଣୁ ଏ ଦିଗରେ ମା’ମାନଙ୍କୁ ସଚେତନ କରାଇବା ପାଇଁ ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳିତ ହୋଇଥାଏ ସ୍ତନ୍ୟପାନ ସପ୍ତାହ। ୧୯୯୨ରେ ପ୍ରଥମ ଥର ପାଇଁ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା। ଏହା ପରଠାରୁ ପ୍ରତ୍ୟେକ ବର୍ଷ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ଦେଶରେ ପାଳିତ ହୋଇଥାଏ ଏହି ସପ୍ତାହ। ଏହି ଦିବସ ପାଳନ କରୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ।
ପିଲାଟି ଜନ୍ମ ହେବା ପରେ ଈଶ୍ୱର ପ୍ରଦତ୍ତ ଅନନ୍ୟ ଉପାଦାନ ହେଉଛି ମା’ ଠାରୁ ଝରୁଥିବା ପ୍ରଥମ କ୍ଷୀର ଯାହାକୁ କଷ କ୍ଷୀର କୁହାଯାଏ। ଏହାର ରଙ୍ଗ ଈସତ୍‌ ହଳଦିଆ। ନବଜାତ ପିଲାଟିର ଏହା ହେଉଛି ପ୍ରଥମ ଖାଦ୍ୟ। ଯେଉଁଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଏ, ଲବଣ ଓ ପୁଷ୍ଟିସାର ରହିଥାଏ। କମ୍‌ ପରିମାଣରେ ଶର୍କରା ଓ ଚର୍ବିଜାତୀୟ ଖାଦ୍ୟ ଓ ପୋଟାସିୟମ ରହିଥାଏ। ଏହା ଶିଶୁର ଅନ୍ତନଳୀରେ ଥିବା କଳା ରଙ୍ଗର ମଇଳାଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଏହି କଳା ରଙ୍ଗର ମଇଳାଗୁଡ଼ିକ ଶିଶୁର ଅନ୍ତନଳୀରେ ଜମା ହୋଇ ରହିଲେ ତାକୁ ଅଧିକ ପରିମାଣର କାମଳ ରୋଗ ହୋଇଥାଏ। କଷ କ୍ଷୀର ହିଁ ପ୍ରଥମ ପ୍ରତିଷେଧକ ଟିକା। ଏଥିରେ ଇମ୍ୟୁନୋଗ୍ଲୋବଲିନ୍‌ ବେଶି ପରିମାଣରେ ଥାଏ ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଶିଶୁ ପାଇଁ ମା’କ୍ଷୀର ଯେ କେତେ ଉପାଦେୟ ତାହା କହିବା ଅସମ୍ଭବ। ତେବେ ଏଥିରେ ଏପରି ତତ୍ତ୍ୱ ରହିଥାଏ, ଯାହା ଶିଶୁର ଶାରୀରିକ ଗଠନଠାରୁ ଆରମ୍ଭ କରି ବୁଦ୍ଧିର ବିକାଶ ପର୍ଯ୍ୟନ୍ତ ସାହାଯ୍ୟ କରେ। ମା’ କ୍ଷୀରରେ ପ୍ରାକୃତିକ ରୋଗ ପ୍ରତିରୋଧକ ଆଣ୍ଟିବଡ଼ି ଥାଏ। ଏହା ଶିଶୁକୁ ସୁସ୍ଥ ତଥା ନୀରୋଗ ରଖିଥାଏ।
ଏହାକୁ ପିଇଲେ ସ୍ନାୟୁ ଓ ମସ୍ତିଷ୍କର ଅଭିବୃଦ୍ଧି ହୋଇଥାଏ। ପିଲାର ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ଦୃଢ଼ ହୁଏ ଏବଂ ପିଲା ଶୀଘ୍ର କଥା କହିବା ଆରମ୍ଭ କରେ। ମା’କ୍ଷୀର ପିଇବା ଦ୍ୱାରା ଶିଶୁର ଶାରୀରିକ ଅଭିବୃଦ୍ଧି ଠିକ୍‌ ଭାବେ ହୋଇଥାଏ। ପୂର୍ଣ୍ଣମାତ୍ରାରେ ମା’କ୍ଷୀର ପିଉଥିବା ଶିଶୁ ଭବିଷ୍ୟତରେ ମଧୁମେହ, ଉଚ୍ଚ ରକ୍ତଚାପ, ପାଗଳାମି, କ୍ୟାନ୍‌ସର ଆଦି ରୋଗର ସମ୍ମୁଖୀନ ହେବା ଆଶଙ୍କା କମ୍‌ ଥାଏ।
ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ କେତେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ପ୍ରଥମ କଥା ହେଲା ଶିଶୁଟି ଜନ୍ମ ହେବାର ଅଧଘଣ୍ଟାଏ ମଧ୍ୟରେ ତାକୁ ମା’କ୍ଷୀର ବା କୋଲେଷ୍ଟ୍ରମ୍‌ ପିଆଇବା ଦରକାର। ଜନ୍ମର ପ୍ରଥମ ତିନି ଦିନ ଶିଶୁକୁ ଏହି କ୍ଷୀର ପିଆଇବା ନିହାତି ଦରକାର। ଶିଶୁଟି ୬ମାସ ପର୍ଯ୍ୟନ୍ତ ମା’କ୍ଷୀର ପିଇବା ଜରୁରୀ। ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେବା ଦରକାର। ଅବସାଦଗ୍ରସ୍ତ ହୋଇ ସ୍ତନ୍ୟପାନ କରାଇବା ଠିକ୍‌ ନୁହେଁ। ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ଆରାମରେ ବସିବା (ଯେମିତି ପିଠି ୯୦ଡିଗ୍ରୀରେ ରହିବ) ଦରକାର। ପିଲାକୁ କୋଳରେ ଏପରି ବସାନ୍ତୁ ଯେପରି ସେ ଆରାମରେ ସ୍ତନ୍ୟପାନ କରିପାରିବ। ଏହି ସମୟରେ କେତେକ ପିଲା ଅଝଟ କରିଥାଆନ୍ତି। ସେମାନଙ୍କୁ ବୁଝାଇବା ପାଇଁ ମା’ ଲୋରି ଗାଇ କିମ୍ବା ପିଠି ଥାପୁଡ଼ାଇ ସ୍ତନ୍ୟପାନ କରାଇବା ଆବଶ୍ୟକ। ଏହି ସମୟରେ ମା’ ଆଦୌ ବିରକ୍ତିଭାବ ପ୍ରକାଶ କରିବା ଠିକ୍‌ ନୁହେଁ। ଅପରପକ୍ଷେ ଶିଶୁଟି କେତେ ଘଣ୍ଟା ଅନ୍ତରରେ ସ୍ତନ୍ୟପାନ କରିବ ସେଥିନେଇ ମା’ଅବଗତ ହେବା ଦରକାର। ଶିଶୁକୁ ପ୍ରତି ୨-୩ ଘଣ୍ଟା ଅନ୍ତରରେ ସ୍ତନ୍ୟପାନ କରାଇବା ଆବଶ୍ୟକ। ମନେରଖନ୍ତୁ ଶିଶୁର ସମସ୍ତ ସଂକ୍ରମଣ ରୋଗ ପାଇଁ ମା’ କ୍ଷୀର ମହୋଷଧିପରି କାମ କରିଥାଏ, ସେଥିପାଇଁ କୁହାଯାଏ ମା’ କ୍ଷୀର ଅମୃତ ଆହାର। ତେଣୁ ବିଶ୍ୱ ସ୍ତନ୍ୟପାନ ସପ୍ତାହର ମର୍ମ ବିଶେଷକରି ମା’ମାନଙ୍କ ଦ୍ୱାରା ସାର୍ବଜନୀନ ଗ୍ରହଣୀୟ ହେଲେ ଏହାର ପ୍ରାସଙ୍ଗିକତାର ଗୁରୁତ୍ୱ ରହନ୍ତା।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଅଧୀକ୍ଷକ,
ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri