ସ୍ତନ କର୍କଟ: ନିରାକରଣର ଉପାୟ

ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସଭାବେ ପାଳନ କରାଯାଏ। ସାରା ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରୁଛି। ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଏ। ତେବେ ସ୍ତନ କର୍କଟର ଲକ୍ଷଣଗୁଡ଼ିକ ସମ୍ପର୍କରେ ସଚେତନ ଓ ସତର୍କ ରହିବା ସହ ଠିକ୍‌ ସମୟରେ ଏହି ରୋଗର ଚିକିତ୍ସା କରିବା ଫଳରେ ସ୍ତନ କର୍କଟରେ ପୀଡ଼ିତ ହେବାର ସମ୍ଭାବନାକୁ ହ୍ରାସ କରିପାରିବା।
ଆଶଙ୍କାଗତ କାରକ:
– ବୟସ ବୃଦ୍ଧି ସହିତ ସ୍ତନ କର୍କଟର ଆଶଙ୍କା ବୃଦ୍ଧି ପାଇଥାଏ।
– ପ୍ରଜନନଗତ ଇତିହାସ- ସଅଳ ଋତୁସ୍ରାବ କିମ୍ବା ବିଳମ୍ବିତ ରଜୋନିବୃତ୍ତି, ଗର୍ଭପାତ, କିମ୍ବା ଆଦୌ ସ୍ତନ୍ୟପାନ ନ କରାଇବା ଫଳରେ ଏହି ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।
– ପାରିବାରିକ ଇତିହାସ- ମା’ କିମ୍ବା ଭଉଣୀ ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ ବିପଦର ସମ୍ଭାବନା ଅଧିକ।
– ଆହାର ଓ ଜୀବନଶୈଳୀ- ଚର୍ବିଜାତୀୟ ଖାଦ୍ୟ ଅଧିକ ଖାଇବା, ଆଲକୋହଲ କିମ୍ବା ଧୂମପାନ କରିବା ମଧ୍ୟ ଏହି ରୋଗର ଆଶଙ୍କା ବଢାଇଥାଏ।
– ମେଦବହୁଳତା ମଧ୍ୟ ଏହି ରୋଗ ବୃଦ୍ଧିର କାରଣ ହୋଇପାରେ।
ଲକ୍ଷଣ:
– ସ୍ତନରେ କିମ୍ବା କାଖରେ ଗେଟାଳିଆ କିମ୍ବା ମେଞ୍ଚାଭଳି ଲାଗିବା ଓ ଚର୍ମ ମୋଟା ହୋଇଯିବା।
– ସ୍ତନର ଆକାର କିମ୍ବା ଆକୃତିରେ ପରିବର୍ତ୍ତନ।
– ସ୍ତନାଗ୍ରରେ କିମ୍ବା ଏହାର ଆଖପାଖରେ ଲାଲିମା କିମ୍ବା ଘା’ ହେବା।
– ସ୍ତନରୁ ପାଣି ଭଳି ତରଳ ପଦାର୍ଥ ନିର୍ଗତ ହେବା।
– ସ୍ତନାଗ୍ର ଓଲଟିଯିବା।
– ଚର୍ମର ଢାଞ୍ଚାରେ ପରିବର୍ତ୍ତନ।
– ସ୍ତନରେ ଫୁଲା କିମ୍ବା ଯନ୍ତ୍ରଣା
ନିରାକରଣ ପାଇଁ ପଦକ୍ଷେପ:
– ନିଜ ନିଜର ସ୍ତନର ପରୀକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ସ୍ତନର କୌଣସି ପ୍ରକାରର ପରିବର୍ତ୍ତନ ପ୍ରତି ସତର୍କ ରୁହନ୍ତୁ।
– ୪୦ ବର୍ଷ ପାଖାପାଖି ମହିଳାମାନେ ବର୍ଷକୁ ଥରେ ଲେଖାଏ ଡାକ୍ତରଙ୍କ ପାଖରେ ସ୍ତନ ପରୀକ୍ଷା ଓ ମାମୋଗ୍ରାଫି କରାଇନେବା ଉଚିତ।
– ପ୍ରଚୁର ପନିପରିବା ଓ ଫଳ ଖାଆନ୍ତୁ, ଫଳରେ ଓଜନ ନିୟନ୍ତ୍ରଣରେ ରହିବ।
– ନବମାତୃତ୍ୱ ଲାଭ କରିଥିବା ମହିଳାମାନେ ଅତି କମ୍‌ରେ ବର୍ଷେ ପର୍ଯନ୍ତ ଶିଶୁକୁ ସ୍ତନ୍ୟପାନ କରାନ୍ତୁ।
– ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ।
ସ୍ତନରେ ଗେଟାଳି ଦେଖାଗଲେ କ’ଣ କରିବେ: ସ୍ତନ କର୍କଟର କୌଣସି ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କର୍କଟ ରୋଗ ବିଶେଷଜ୍ଞ ହୋଇଥିଲେ ଭଲ। କ୍ଲିନିକାଲ୍‌ ପରୀକ୍ଷା ଓ ତା’ପରେ ମାମୋଗ୍ରାଫି କରାନ୍ତୁ। ବାୟୋପ୍‌ସି ଟେଷ୍ଟ କରିବା ପରେ ସ୍ତନ କର୍କଟ ହୋଇଛି କି ନାହିଁ ସ୍ପଷ୍ଟ ହୋଇଯିବ। ଏହା ହେଉଛି ଏକ ଓପିଡି ପଦ୍ଧତି ଯେଉଁଠି ଗୋଟାଳିରୁ କ୍ଷୁଦ୍ର ତନ୍ତୁ କାଢି ନିଆଯାଏ ଓ ନିଶ୍ଚିତ ହେବା ପାଇଁ ପାଥୋଲୋଜିଷ୍ଟମାନଙ୍କ ଦ୍ୱାରା ପରୀକ୍ଷା କରାଯାଏ।
ଚିକିତ୍ସା:ପ୍ରାରମ୍ଭିକ ପର୍ଯ୍ୟାୟରେ ସନ୍ତକର୍କଟ ସମ୍ପୂର୍ଣ୍ଣ ଭଲ ହେବାର ସମ୍ଭାବନା ୯୫ ପ୍ରତିଶତ ରହିଛି। ସ୍ତନ କର୍କଟ ସମ୍ବନ୍ଧୀୟ ସମସ୍ତ ଆଡ୍‌ଭାନ୍‌ସ ଚିକିତ୍ସା କୌଶଳ ଆମ ନିକଟରେ ସୁଲଭ ମୂଲ୍ୟରେ ଉପଲବ୍ଧ ଯାହା ମଧ୍ୟରେ ଅସ୍ତ୍ରୋପଚାର, କେମୋଥେରାପି, ରେଡିଓଗ୍ରାଫି, ହରମୋନ୍‌ ଥେରାପି ଏବଂ ଟାର୍ଗେଟେଡ୍‌ ଥେରାପି ଅନ୍ତର୍ଭୁକ୍ତ।
ସମୟର ଆହ୍ବାନ: ମହିଳାମାନେ ୨୦ ବର୍ଷ ବୟସରୁ ଏହି ରୋଗ ନେଇ ସଚେତନ ରହିବା ଉଚିତ। ଜଣେ ଯୋଗ୍ୟତାପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ନିୟମିତ ସ୍କ୍ରିନିଂ ଯାହାଦ୍ୱାରା ସ୍ତନକର୍କଟକୁ ଶୀଘ୍ର ଚିହ୍ନଟ ଓ ଚିକିତ୍ସା କରାଯାଇପାରିବ। ସଅଳ ଚିହ୍ନଟ ପ୍ରକ୍ରିୟା ହେଉଛି ସ୍ତନ କର୍କଟ ଆରୋଗ୍ୟଲାଭର ଚାକିକାଠି।
-କନ୍‌ସଲଟାଣ୍ଟ, କ୍ଲିନିକାଲ ଆଣ୍ଡ ରାଡିଏଶନ
ଅନ୍‌କୋଲୋଜି, ଆପୋଲୋ କ୍ୟାନ୍‌ସର ସେଣ୍ଟର , ଭୁବନେଶ୍ୱର
ମୋ-୭୦୦୮୬୬୩୧୦୬


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri