ସିଂହାପୁର ଯାତ୍ରାରେ ପରମ୍ପରା ଭଙ୍ଗ

ରସୁଲପୁର,୨୧ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ସିଂହାପୁର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମାତ୍ର ଏହି ଯାତ୍ରାରେ ଐତିହାସିକ ପରମ୍ପରା ବଜାଇ ରଖିବାରେ ପ୍ରଶାସନ ବିଫଳ ହୋଇଛି। ଯାତ୍ରାରେ ଭକ୍ତଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ମୁଗୁନି ପ୍ରସ୍ତରର ମୂର୍ତ୍ତି ପାଣିରେ ଖସି ପଡ଼ିଛି। ଉକ୍ତ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜଜେମା ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ। ଏହାଛଡ଼ା ଯାତ୍ରା ସମୟରେ ରାଜପରିବାରଙ୍କ ବିନା ପରାମର୍ଶରେ ନିଆଯାଇଥିବା କେତେକ ଅଗଣତାନ୍ତ୍ରିକ ନିଷ୍ପତ୍ତି ସମ୍ପର୍କରେ ଜାଣି ରାଜଜେମା ମର୍ମାହତ ହୋଇଛନ୍ତି।
ତାଙ୍କ କହିବା ମୁତାବକ, ଯାତ୍ରା ଅବଧିକୁ ୩ ଦିନ ବଦଳରେ ୫ ଦିନକୁ ବୃଦ୍ଧି କରାଯାଇଛି। ଯାତ୍ରା ପଡ଼ିଆରୁ ବେଆଇନ କମିଟି ଦ୍ୱାରା ବ୍ୟବସାୟୀଙ୍କଠାରୁ ଅର୍ଥ ଆଦାୟ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ଉଦ୍ଦେଶ୍ୟରେ ଆସୁଥିବା ଦାନଦକ୍ଷିଣା, ବେଆଇନ ନିର୍ମାଣ, ଠାକୁରଙ୍କ ସିଂହାସନକୁ ଭାଙ୍ଗିବାକୁ ମସୁଧା ଭଳି କେତେକ ଗୁତୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଯାହାର ଖବର ରାଜପରିବାର ପାଖରେ ନାହିଁ। ଯାତ୍ରାରୁ କ’ଣ ଆୟ ହେଉଛି, କ’ଣ ଦାନ ଆସୁଛି ସେ ସମ୍ପର୍କରେ ରାଜପରିବାରକୁ ଅବଗତ କରାଯାଉନାହିଁ। ସେ ସବୁ ଅର୍ଥ ଓ ଜିନିଷର ତତ୍ତ୍ୱାବଧାରକ କିଏ ସେ ସମ୍ପର୍କରେ ରାଜପରିବାର ସମ୍ପୂର୍ଣ୍ଣ ଅଜ୍ଞ ବୋଲି ରାଜଜେମା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ମଧୁପୁରଗଡ଼ ରାଜ ପରିବାରର କୁଳଦେବତା ହେଉଛନ୍ତି ପ୍ରଭୁ ନାରାୟଣ ଗୋସାଇଁ। ପ୍ରଭୁଙ୍କ ବାର୍ଷିକ ୩ ଦିନିଆସ୍ଥଳ ବିଜେ ଯାତ୍ରା ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ। ଯାତ୍ରାର ୪ର୍ଥ ଦିନ ପ୍ରତ୍ୟୁଷରେ ପ୍ରଭୁ ଜଳାସନକୁ ଯାତ୍ରା କରନ୍ତି। ଏହି ଯାତ୍ରା ସମ୍ପନ୍ନ ପାଇଁ ରାଜପରିବାରର ରାଜଗୁରୁ, ରାଜପୁରୋହିତ, ରାଜସେବକମାନେ ନିୟୋଜିତ ହୋଇଥାଆନ୍ତି। ଯାତ୍ରାରେ ପ୍ରଭୁଙ୍କୁ ବିଭିନ୍ନ ବେଶରେ ଭୂଷିତ ପାଇଁ ରାଜ ପରିବାରରୁ ଅଳଙ୍କାର, ପୂଜାରେ ବ୍ୟବହୃତ ସାମଗ୍ରୀ ଓ ପୂଜାରେ ନିୟୋଜିତ ସେବକଙ୍କୁ ପାରିଶ୍ରମିକ ଆଦି ରାଜପରିବାର ପକ୍ଷରୁ ପ୍ରଦାନ କରାଯାଇଥାଏ। ପୂଜା ସରିବା ପରେ ସେ ସବୁ ସାମଗ୍ରୀ ରାଜବାଟୀକୁ ଫେରିଥାଏ। ପୂଜାରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସିଥିବା ଦାନଦକ୍ଷିଣା, ଯାତ୍ରା ପଡ଼ିଆର ଆୟରୁ ଟଙ୍କାଟିଏ ଅର୍ଥ ପ୍ରଭୁଙ୍କ ପୂଜାରେ ବ୍ୟବହାର ହୁଏ ନାହିଁ।
ମାତ୍ର ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତିଙ୍କ ଅନଧିକାର ପ୍ରବେଶ ପୂଜାରେ ବିଶୃଙ୍ଖଳା ସୃଷ୍ଟି କରୁଛି। ଐତିହାସିକ ପରମ୍ପରା ଭାଙ୍ଗିବା ଭଳି ସ୍ଥିତି ଉପୁଜୁଛି। କିଛି ବର୍ଷ ହେବ ଏହିଭଳି ସ୍ଥିତି ଉପୁଜୁଥିବା ଲକ୍ଷ୍ୟ କରାଯାଉଛି। ରାଜପରିବାରର ବିନା ପରାମର୍ଶରେ ସଫେଇ ଆଳରେ ପୁଷ୍କରିଣୀ ଶୁଖାଇ ଦିଆଯାଉଛି। ଜଳାଶୟସ୍ଥିତ ମନ୍ଦିର ଉପରେ ବୋଟ୍‌ ଚାଳନା କରାଯାଉଛି। ପୁଷ୍କରିଣୀ ପାଣିରେ ଆତସବାଜି ହେଉଛି। ପ୍ରଭୁଙ୍କୁ ପାଣିରୁ ଉଠାଇବା ସମୟରେ ଅଣସେବାୟତ ସାମିଲ ହେଉଛନ୍ତି ଓ ଠାକୁରଙ୍କୁ ପହଣ୍ଡି ବିଜେରେ କେବଳ ରାଜପରିବାର ପକ୍ଷରୁ ପୁଷ୍ପାଞ୍ଜଳି ଦିଆଯିବା ପ୍ରଥାକୁ ଭାଙ୍ଗି ଦିଆଯାଇଛି। ଶ୍ରଦ୍ଧାଳୁମାନେ ପହଣ୍ଡି ବିଜେ ଯାତ୍ରାରେ ସାମିଲ ହୋଇ ପୁଷ୍ପାଞ୍ଜଳି ପ୍ରଦାନ କରୁଛନ୍ତି। ବିନା ପରାମର୍ଶରେ ଯାତ୍ରାର ଅବଧିକୁ ବଢ଼ାଇ ଦିଆଯାଉଛି। ବ୍ୟବସାୟୀଙ୍କଠାରୁ ବିଭିନ୍ନ ଆଳରେ ଅର୍ଥ ଆଦାୟ କରାଯାଉଛି। ମାଳି ସେବାୟତଙ୍କୁ ଅଧିକାରରୁ ବଞ୍ଚତ୍ତ କରି ଯାତ୍ରା କମିଟି ପକ୍ଷରୁ ଫୁଲ ଦୋକାନକୁ ନିଲାମ ଦିଆଯାଉଛି ଓ ଭୋଗ, ଦୀପ ଦୋକାନ ଆଦିକୁ ନିଲାମ ଦିଆଯିବା ଘଟଣାକୁ ରାଜପରିବାର ପକ୍ଷରୁ ନାପସନ୍ଦ କରାଯାଇଛି। ରାଜ ପରିବାରର ଅଗୋଚରରେ ଏଭଳି ସମସ୍ତ ଆଚରଣ ଯାତ୍ରାର ଐତିହାସିକ ପରିମ୍ପରାକୁ ଭାଙ୍ଗୁଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରାରେ ବ୍ୟବସାୟିକ ମନୋବୃତ୍ତି ପରମ୍ପରା ଓ ଐତିହ୍ୟକୁ କଳଙ୍କିତ କରୁଛି। ଆଗକୁ ଏସବୁ ବନ୍ଦ କରାଯିବ। ଯାତ୍ରା ସମୟରେ ବେଆଇନ ଅର୍ଥ ଆଦାୟ ଉପରେ ଅଙ୍କୁଶ ଲଗାଇବା ଓ ଅନ୍ୟାନ୍ୟ ସମସ୍ତ ବେଆଇନ କାର୍ଯ୍ୟକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏ ଦିଗରେ ଯାଜପୁର ଜିଲା ପ୍ରଶାସନ ସହ ଆଲୋଚନାକରି ନିଷ୍ପତ୍ତି ନିଆଯିବ। ପ୍ରଶାସନ ପକ୍ଷରୁ ସହଯୋଗ ନ ମିଳିଲେ ରାଜଜେମା କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଶୁଣାଇଛନ୍ତି। ଚଳିତବର୍ଷ ଯାତ୍ରାରେ ଘଟିଥିବା ଅଘଟଣ, ଭାଙ୍ଗିଥିବା ପରମ୍ପରା ସମ୍ପର୍କରେ ସେ ଯାଜପୁର ଜିଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri