୨୦ ବର୍ଷର ରେକର୍ଡ ଭାଙ୍ଗିଲା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୧ା୩:ଯାଜପୁର ଜିଲାରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଅଭୂତପୂର୍ବ ସଫଳତା ପାଇଛି। ଏକତରଫା ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ପଞ୍ଚାୟତ ନିର୍ବାଚନରେ ସମସ୍ତ ରେକର୍ଡଙ୍କୁ ଭାଙ୍ଗି ବିଜେଡି ୨୦ ବର୍ଷରେ ଇତିହାସ ରଚିଛି। ଭୋଟ ଗଣତିର ତୃତୀୟ ଦିନ ସୋମବାର ରାତି ସାଢେ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ବିଜେଡି ସମସ୍ତ ୩୯ଟି ଜିଲା ପରିଷଦ ଜୋନକୁ ଦଖଲ କରି ସାରିିଛି। କେବଳ ବିଞ୍ଝାରପୁର ବ୍ଲକ ୨୮ ନମ୍ବର ଜୋନ୍‌ରେ କଡା ଟକ୍କର ଚାଲିଛି। ଏଠାରେ ବିଜେଡିର ଖଗେଶ୍ୱର ମହାନ୍ତି ୧୧୯୬୭ ଓ ଭାଜପାର ଭୂବନାନନ୍ଦ ସାମଲ ୧୧୦୮୪ ଭୋଟ ପାଇ ହାରଜିତରେ ମାତ୍ର ୮୮୩ ଭୋଟ ବ୍ୟବଧାନ ରହିଛି। ଅନ୍ୟପକ୍ଷେ ବଡ଼ଚଣା ବ୍ଲକର ୧୭, ୧୮, ୧୯ ଓ ୨୦, ବରୀ ବ୍ଲକର ୨୩, ଦଶରଥପୁର ବ୍ଲକର ୬, କୋରେଇ ବ୍ଲକର ୨, ୩, ବିଞ୍ଝାରପୁର ବ୍ଲକର ୨୬, ରସୁଲପୁର ବ୍ଲକର ୩୬ ନମ୍ବର ଜୋନ୍‌ରେ କଂଗ୍ରେସ ୨ ହଜାରରୁ ୬ ହଜାର ପର୍ଯ୍ୟନ୍ତ ଭୋଟ ପାଇ ଆଶାତୀତ ସଫଳତା ହାସଲ କରିଛି।
ଶେଷ ଦିନରେ ୧୭ଟି ଜୋନ୍‌ର ଭୋଟ ଗଣତି ହୋଇଥିଲା। ଏହି ୧୭ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ା ଏହାପୂର୍ବରୁ ୨୨ଟି ଜୋନ୍‌ରେ ବିଜେଡି ବିଜୟ ଧ୍ୱଜା ଉଡାଇ ସାରିଛି। କୋରେଇ ବ୍ଲକ୍‌ ୩ ନମ୍ବର ଜୋନ୍‌ ବିଜେଡି ପ୍ରାର୍ଥିନୀ ନଳିନୀପ୍ରଭା ଜେନା, ବଡ଼ଚଣା ବ୍ଲକ ୧୯ ନମ୍ବର ଜୋନ୍‌ରେ ବିଜେଡିର ଅରବିନ୍ଦ ସାମଲ ଓ ୨୦ ନମ୍ବର ଜୋନ୍‌ରେ ଜୟଶ୍ରୀ ସାମଲ, ବରୀ ବ୍ଲକ ୨୩ ନମ୍ବର ଜୋନ୍‌ରେ ସୁମିତ୍ରା ୟାଦବ ଓ ୨୪ ନମ୍ବର ଜୋନ୍‌ରେ ସନ୍ତୋଷ କୁମାର ସାମଲ, ବିଞ୍ଝାରପୁର ବ୍ଲକ ୨୭ ନମ୍ବର ଜୋନ୍‌ରେ ସୁନିତା ନାୟକ ଓ ୨୮ ନମ୍ବର ଜୋନ୍‌ରେ ଖଗେଶ୍ୱର ମହାନ୍ତି, ଦାନଗଦି ବ୍ଲକ ୧୦ ନମ୍ବର ଜୋନ୍‌ରେ ସୁଚିତ୍ରା ବିଶ୍ୱାଳ, ଦଶରଥପୁର ବ୍ଲକ ୬ ନମ୍ବର ଜୋନ୍‌ରେ ମାମିନା ମଲ୍ଲିକ ଓ ୭ ନମ୍ବର ଜୋନ୍‌ରେ ନିନାରାଣୀ ସାମଲ, ଧର୍ମଶାଳା ବ୍ଲକ ୧୪ ନମ୍ବର ଜୋନ୍‌ରେ ଜଳଧର ମହାନ୍ତି ଓ ୧୫ ନମ୍ବର ଜୋନ୍‌ରେ ଭାଗ୍ୟଧର ସେଠୀ, ଯାଜପୁର ବ୍ଲକ ୩୧ ନମ୍ବର ଜୋନ୍‌ରେ ବିନୋଦ କୁମାର ମାଝି ଓ ୩୨ ନମ୍ବର ଜୋନ୍‌ରେ ପ୍ରଭାତି ଆଚାର୍ଯ୍ୟ, ରସୁଲପୁର ବ୍ଲକ ୩୫ ନମ୍ବର ଜୋନ୍‌ରେ ଶଶିରେଖା ପୃଷ୍ଟି ଓ ୩୬ ନମ୍ବର ଜୋନ୍‌ରେ ଭାରତୀ ବିଶ୍ୱାଳ ଏବଂ ସୁକିନ୍ଦା ବ୍ଲକ ୩୯ ନମ୍ବର ଜୋନ୍‌ରେ ପ୍ରତାପ ପଟ୍ଟନାୟକ ଆଗରେ ରହିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଶରଥପୁର ବ୍ଲକର ୬ ଓ ୭ ନମ୍ବର, ବରୀ ବ୍ଲକ ୨୩ ଓ ୨୪, ବିଞ୍ଝାରପୁର ବ୍ଲକ ୨୭ ଏବଂ ରସୁଲପୁର ବ୍ଲକର ୩୬ ନମ୍ବର ଜୋନ୍‌କୁ ଭାଜପା ହାତରୁ ବିଜେଡି ଛଡେଇ ନେଇଛି। ସୂଚନାଯୋଗ୍ୟ, ୨୦୦୨ରୁ ବିଜେଡି ପଞ୍ଚାୟତ ନିର୍ବାଚନ ଲଢି ଜିଲା ପରିଷଦ ସଭାପତି/ସଭାନେତ୍ରୀ ପଦବୀ ଅକ୍ତିଆର କରି ଆସିଛି ା ବିଜେଡିର ଏହି ୨୦ ବର୍ଷର ଗତିପଥରେ ସଫଳତା ବେଶୀ ମିଳିଛି। ସମସ୍ତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଓ ଭାଜପା କିଛିଟା ଆସନ ପାଇଥିଲେ ା ପ୍ରଥମ ଥର ପାଇଁ ବିଜେଡି ୨୦୧୭ ଜିଲା ପରିଷଦ ନିର୍ବାଚନରେ ଟିକେ ତଳକୁ ଖସିଥିଲା ଓ ଏହି ନିର୍ବାଚନରେ ଭାଜପା ୬ ଆସନରେ ବିଜୟୀ ହୋଇଥିଲା ା ହେଲେ ଚଳିତ ବର୍ଷ ବିଜେଡି ସମସ୍ତ ଜିଲା ପରିଷଦ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri