Posted inଜାତୀୟ

ବିବାଦୀୟ ଟ୍ରେନିଂ ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୧୬।୭: ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଟ୍ରେନିଂ ଆଇଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁପିଏସ୍‌ସିର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ ତାଙ୍କ ଟ୍ରେନିଂକୁ ସ୍ଥଗିତ କରିଦିଆଯାଇଛି। ତାଙ୍କୁ ମହାରାଷ୍ଟ୍ରର ଡିଷ୍ଟ୍ରିଟ୍‌ ଟ୍ରେନିଂ ପ୍ରୋଗ୍ରାମରୁ ବାଦ୍‌ ଦିଆଯିବା ସହ ତୁରନ୍ତ ମସୁରୀ ଟ୍ରେନିଂ ଏକାଡେମୀରେ ହାଜର ହେବାକୁ କୁହାଯାଉଛି।

ମହାରାଷ୍ଟ୍ର ସରକାରଙ୍କ ଆଡ଼ଶିନାଲ ଚିଫ୍‌ ସେକ୍ରେଟେରୀ ପୂଜାଙ୍କୁ ଚିଠି ଲେଖି ତାଙ୍କୁ ଓ୍ବାଶିମ ଜିଲାରୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ଜୁଲାଇ ସୁଦ୍ଧା ପୂଜାଙ୍କୁ ମସୁରୀ ଟ୍ରେନିଂ ଏକାଡେମୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ପୂଜା ପୁଣେର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ସରକାରୀ ଗାଡ଼ି, ଭିଆଇପି ନମ୍ବର ପ୍ଲେଟ୍‌, ରହିବା ପାଇଁ ଘର, ପର୍ଯ୍ୟାପ୍ତ ଷ୍ଟାଫ୍‌ ଓ ଜଣେ କନ୍‌ଷ୍ଟେବଳ ଦାବି କରି ବିବାଦ ଘେରକୁ ଆସିଥିଲେ। କ୍ଷମତାର ଏପରି ଅପବ୍ୟବହାର ଯୋଗୁ ପୂର୍ବରୁ ତାଙ୍କୁ ପୂର୍ବରୁ ଓ୍ବାଶିମ୍‌ ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲିଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

ରିଆଙ୍କ ୧.୩୫ କୋଟିର ଝୁମ୍‌କା ଗାଏବ୍‌

ଅଭିନେତା ଅନିଲ କପୁରଙ୍କ ସାନ ଝିଅ ପ୍ରଯୋଜିକା ରିଆ କପୁରଙ୍କ ଝୁମ୍‌କା ଚୋରି ହୋଇଯାଇଛି। ମେଟ ଗାଲା ଇଭେଣ୍ଟ ପାଇଁ ସେ ଭଡ଼ା ନେଇଥିବା ହୀରା ଏବଂ…

ଆମେରିକାର ଟାର୍ଗେଟରେ କିଏ? ଏହି ଦେଶ ଉପରେ ଆଟାକ୍ ନେଇ ଟ୍ରମ୍ପଙ୍କ ଖୁଲାସା

ଓ୍ବାଶିଂଟନ,୨୦।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭେନେଜୁଏଲା ଏବଂ ଇରାନ ପରେ କ୍ୟୁବା ମଧ୍ୟ ଆମେରିକାର ରଣନୈତିକ ପ୍ରାଥମିକତା ମଧ୍ୟରୁ ଗୋଟିଏ ହୋଇପାରେ। ଏକ…

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ‘ଖାଲି ତିଖିରୀ ନା ସବୁ’

ଭୁବନେଶ୍ୱର,୨୦।୬(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,…

ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଦେବାକୁ ହେଲେ ଏତିକି ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୨୦।୬: ରେଳ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳସ୍ୱରୂପ, ରେଳ ସମ୍ପର୍କିତ ଅପରାଧ ଏବଂ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣେ ଗିରଫ

ମହାକାଳପଡ଼ା, ୨୦।୬( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସକୁ ଆଉ…

ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର, ୨୦/୬: ରାଜଧାନୀ ଭୁବନେଶ୍ୱରରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ…

ଆଦିବାସୀଙ୍କ ଧର୍ମପୀଠରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କ ସହ ଏକାଠି କଲେ ଦର୍ଶନ

ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri