ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ ପୌର ନିର୍ବାଚନ ପରଠାରୁ ଅଶାନ୍ତ ହୋଇଉଠିଛି ସହରୀ ପରିବେଶ। ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଏହାର ସିଧାସଳଖ ପ୍ରଭାବ ପଡୁଛି ସାମାଜିକ ଜୀବନ ଉପରେ। ଏଥିରୁ ସାଂସ୍କୃତିକ ସଦ୍‌ଭାବନା ବାଦ୍‌ ପଡୁ ନ ଥିବାବେଳେ ଭଙ୍ଗ ହେଉଛି ଭାଇଚାରା। ଦୁଇ ପ୍ରମୁଖ ରାଜନୈତିକ ଦଳ ଦଳୀୟ ସ୍ବାର୍ଥ ପାଇଁ ବାରମ୍ବାର ମୁହଁାମୁହିଁ ହେବା ଏବଂ ଏହା ଦ୍ୱାରା ବିକାଶ ପ୍ରଭାବିତ ହେବା ସହରରେ ଆଲୋଚନାର ବିଷୟ ପାଲଟିଛି, ଯାହାକୁ ନାପସନ୍ଦ କରିଛନ୍ତି ସାଧାରଣଜନତା, ବୁଦ୍ଧିଜୀବୀ ଏବଂ ସାମାଜିକ ସଙ୍ଗଠନ। ସାମୂହିକ ବିକାଶ ହେଉ କି ପରମ୍ପରାର ପର୍ବ ଲକ୍ଷ୍ମୀପୂଜା ଲୋକଙ୍କ ଭାବାବେଗ ସହିତ ଜଡ଼ିତ ପ୍ରସଙ୍ଗରେ ଅତ୍ୟଧିକ ରାଜନୀତି ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି।
ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି ଢେଙ୍କାନାଳ। ବିଶେଷ କରି ପୌରାଞ୍ଚଳ ରାଜନୀତିରେ ବିଜୟ-ପରାଜୟକୁ ପଛରେ ପକାଇ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ କାର୍ଯ୍ୟ କରୁଥିବା ପୂର୍ବରୁ ନଜିର ରହିଛି। ତେବେ ଗତ ମାର୍ଚ୍ଚରେ ଅନୁଷ୍ଠିତ ପୌର ନିର୍ବାଚନ ପରେ ରାଜନୈତିକ ଦ୍ୱନ୍ଦ୍ୱ ଏତେ ତୀବ୍ର ହୋଇଛି ଯେ, ଏଥିରେ ଗୁରୁତ୍ୱର ଭାବେ ପ୍ରଭାବିତ ହେଉଛି ଉଭୟ ଉନ୍ନୟନ କାର୍ଯ୍ୟ ଏବଂ ସାମାଜିକ ସଦ୍‌ଭାବନା। ଏହି ବିବାଦରେ କାରଣରୁ ସାଧାରଣ ଲୋକଙ୍କୁ ପୌର କାର୍ଯ୍ୟାଳୟରୁ ନ୍ୟାୟ ମିଳୁନାହିଁ, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।
ଚଳିତ ବର୍ଷ ପୌରାଧ୍ୟକ୍ଷ ପଦବୀରେ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶାସକ ବିଜେଡିର ସମସ୍ତ ରଣକୌଶଳକୁ ମାତ୍‌ ଦେଇ ଭାଜପା ହାତେଇଥିଲା ପୌରାଧ୍ୟକ୍ଷ ପଦବୀ। ତେବେ ମୋଟ୍‌ ୨୩ ଓ୍ବାର୍ଡ ମଧ୍ୟରୁ ୧୪ଟିରେ ବିଜେଡି କାଉନ୍‌ସିଲର ବିଜୟୀ ହୋଇଥିଲେ। ଅବଶିଷ୍ଟ ୯ ଓ୍ବାର୍ଡ ଯାଇଥିଲା ଭାଜପା ଖାତାକୁ। ଏହାପରଠାରୁ ସଂଖ୍ୟାଗରିଷ୍ଠ କାଉନ୍‌ସିଲର ଥିବା ବିଜେଡି ଏବଂ ପୌରାଧ୍ୟକ୍ଷ ପଦବୀ ଜିତିଥିବା ଭାଜପା ମଧ୍ୟରେ ଆରମ୍ଭ ହୋଇଛି କନ୍ଦଳ। ଏପରି ବାଦବିବାଦ କାରଣରୁ କୌଣସି ଗୋଟିଏ ବୈଠକ ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ଜୁଲାଇ ୩୦ରେ ଭେଣ୍ଡିଂ ଜୋନ୍‌ ଆବଣ୍ଟନକୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଦୁଇ ରାଜନୈତିକ ଦଳର ସମର୍ଥକ ହାତାହାତି ହେବା ହେଉ କି ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ଫଳକ ରାଜନୀତିକୁ ନେଇ ସାନ୍ଧ୍ୟ ଉତ୍ସବ ବାତିଲ ସବୁଥିରେ ରାଜନୈତିକ କ୍ଷମତା କନ୍ଦଳ ରହିଥିବା ସ୍ପଷ୍ଟ ହୋଇଛି। ପୌର ପରିଷଦର ୭୧ବର୍ଷ ଇତିହାସରେ ପ୍ରଥମ ଥର ସାନ୍ଧ୍ୟ ଉତ୍ସବ ବାତିଲ ହେବା ଯେତିକି ଚର୍ଚ୍ଚିତ ହୋଇଥିଲା, ତା’ଠାରୁ ବେଶି ଆଲୋଚନାର ବିଷୟ ପାଲଟିଥିଲା ଜଣେ କାଉନ୍‌ସିଲରଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପୌର କର୍ମଚାରୀ କଲମ ଛାଡ଼ି ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା। ତେବେ ଏହି ବିବାଦର ସବୁସୀମା ଟପିଯାଇଥିଲା ଗଣପର୍ବ ଲକ୍ଷ୍ମୀପୂଜାର ନୂତନ ସଭାପତି ପଦବୀ ଚୟନ ବୈଠକରେ। ପରମ୍ପରା ଅନୁଯାୟୀ ସୁନିଆ ପରଦିନ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସୂର୍ଯ୍ୟମଣ୍ଡପରେ ଆୟୋଜିତ ବୈଠକରେ ଦୁଇ ପୂଜା ପ୍ରତିଷ୍ଠାନର ସଭାପତି ତଥା ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ଦୁଇଜଣ ବ୍ୟକ୍ତିଙ୍କ ନାମ ସଭାପତି ଭାବେ ଚୟନ କରିବା ଲାଗି ପ୍ରସ୍ତାବ ଆଗତ ହୋଇଥିଲା। ନିୟମ ଅନୁଯାୟୀ କେବଳ ପୂଜା ପ୍ରତିଷ୍ଠାନଗୁଡ଼ିକର ସଭାପତି ଏବଂ ସମ୍ପାଦକମାନେ ଉପସ୍ଥିତ ରହି ମିଳିତ ବଜାର ପୂଜା କମିଟି ସଭାପତିଙ୍କୁ ଚୟନ କରିବେ। ତେବେ ଏଥିରେ ଉଭୟ ଦଳର ସମର୍ଥକ ପ୍ରବେଶ କରିବାରୁ ବିବାଦ ତେଜିଥିଲା। ପରସ୍ପର ମଧ୍ୟରେ ଆକ୍ଷେପ-ପ୍ରତିଆକ୍ଷେପରୁ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ସ୍ଥିତି ଏମିତି ହୋଇଥିଲା ଯେ ସଭାପତି ଚୟନ ବିନା ବୈଠକ ବାତିଲ କରିବାକୁ ପଡ଼ିଥିଲା। ଲକ୍ଷ୍ମୀପୂଜା ଇତିହାସରେ ଏଭଳି ଘଟଣା ପ୍ରଥମ ଥର ହୋଇଥିବା ବେଳେ ଆଗାମୀ ଦିନରେ ଭାଜପା-ବିଜେଡି କଳି ପାଇଁ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଗଳିକନ୍ଦିରେ ଚର୍ଚ୍ଚା ହେଉଛି।

 

ଲକ୍ଷ୍ମୀପୂଜା ରାଜନୀତିର ପ୍ଲାଟ୍‌ଫର୍ମ ନୁହେଁ
ଲକ୍ଷ୍ମୀପୂଜା ଉତ୍ସବ କୌଣସି ରାଜନୀତିର ପ୍ଲାଟଫର୍ମ ନୁହେଁ। ଏହା ସହିତ ସହରବାସୀଙ୍କ ଭାବାବେଗ ଜଡ଼ିତ। ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ଏଭଳି ବିବାଦ କରିବା ଠିକ୍‌ ନୁହେଁ। ରାଜନୈତିକ ଦଳର ନେତୃବୃନ୍ଦ ଏଥିପ୍ରତି ଯଥେଷ୍ଟ ସଚେତନ ହେବା ଉଚିତ।

-ନବୀନଚନ୍ଦ୍ର ନାରାୟଣ ଦାସ, ଜବାହର ଚୌକ ପୂଜା କମିଟି ସଭାପତି
ସବୁକ୍ଷେତ୍ରରେ ରାଜନୀତି ଭାଇଚାରାକୁ ନଷ୍ଟ କରୁଛି
ଜନପ୍ରତିନିଧିମାନେ ବିକାଶରେ ଧ୍ୟାନ ଦେବା ଉଚିତ। ହେଲେ ସବୁକ୍ଷେତ୍ରରେ ରାଜନୀତୀକରଣ ଭାଇଚାରାକୁ ନଷ୍ଟ କରୁଛି। ବିଜେଡି-ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପ୍ରତିହତ ନ ହେଲେ ଆଗାମୀ ଦିନରେ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି।

-ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ନଗରପାଳ
ଅତ୍ୟଧିକ ରାଜନୀତୀକରଣ ଠିକ୍‌ ନୁହେଁ
ଢେଙ୍କାନାଳର ଲକ୍ଷ୍ମୀପୂଜା ଭାଇଚାରା ପର୍ବ। ଏଠାରେ ଜଣେ ସାଧାରଣ ବୁଦ୍ଧିଜୀବୀ ମଧ୍ୟ ସଭାପତି ଭାବେ ଚୟନ ହୋଇଥିବାର ନଜିର ରହିଛି। କିନ୍ତୁ ଚଳିତ ଥର ନୂତନ ସଭାପତି ଚୟନ ବେଳେ ଯେଉଁ ଘଟଣା ଘଟିଲା, ତାହା ନିନ୍ଦନୀୟ। ପ୍ରତିକାର୍ଯ୍ୟରେ
ଅତ୍ୟଧିକ ରାଜନୀତିକରଣ ଠିକ୍‌ ନୁହେଁ।
-ପ୍ରଦ୍ୟୁମ୍ନ ରଥ, ଶିକ୍ଷାବିତ୍‌
ବିବାଦ ଯୋଗୁ ପରମ୍ପରା ଭଙ୍ଗ ହୋଇଛି
ସହର ଉନ୍ନତି ପାଇଁ ଜନପ୍ରତିନିଧିଙ୍କୁ ଚୟନ କରାଯାଇଛି। କିନ୍ତୁ ରାଜନୀତିକୁ ନେଇ ହେଉଥିବା ବିବାଦ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧକ ନ ସାଜୁ। ବୈଠକରେ ଦୁଇ ଦଳର ସମର୍ଥକଙ୍କ ବିବାଦ ଯୋଗୁ ପରମ୍ପରା ଭଙ୍ଗ ହୋଇଛି, ଯାହା ଦୁଃଖ ଓ ପରିତାପର ବିଷୟ ା
-ବିଶ୍ୱନାଥ ବେହେରା, ମିଳିତ ବଜାର ପୂଜା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri