ବାଘରାଣୀ ‘ଖଇରୀ’କୁ ପାଳି ଚର୍ଚ୍ଚାରେ ଥିବା ସାହସୀ ମହିଳାଙ୍କ ପରଲୋକ

କଟକ ଅଫିସ,୨୯ା୧୨: ବାଘରାଣୀ ‘ଖଇରୀ’କୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ପରଲୋକ ହୋଇଛି। କଟକ ସିଦ୍ଧେଶ୍ୱର ସାହିଠାରେ ଥିବା ଏକ ବୃଦ୍ଧା ଆଶ୍ରମରେ ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ସୂଚନାଯୋଗ୍ୟ, ୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ବାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ। ଥରେ ସ୍ତ୍ରୀ-ସ୍ବାମୀ ବୁଲୁଥିବା ସମୟରେ ଖଇରା ନଦୀ କୂଳରୁ ଏକ ବାଘ ଛୁଆକୁ ପାଇ ତାକୁ ଘରକୁ ଆଣିଥିଲେ। ଦୀର୍ଘ ୭ ବର୍ଷ ଧରି ନିଜ ପିଲା ଭଳି ତା’ର ଲାଳନ ପାଳନ କରିଥିଲେ ନିହାର ଓ ସରୋଜ। ଆଉ ବାଘଟିର ନାଁ ରଖିଥିଲେ ‘ଖଇରୀ’।

୧୮୮୧ରେ ‘ଖଇରୀ’ର ମୃତ୍ୟୁ ଘଟିଥିଲା। ପରେ ସରୋଜଙ୍କର ମଧ୍ୟ ପରଲୋକ ଘଟିଥିଲା। ଏହା ପରେ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ ନିହାର ନଳିନୀ। ଗତକାଲି ସେ ଶୋଇବାକୁ ଯାଇଥିଲେ। ପରେ ଆଉ ଉଠି ନ ଥିଲେ। ତାଙ୍କୁ ମେଡିକାଲ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।