ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ୍‌ ସାମଗ୍ରୀ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଦି ନ୍ୟୁ ମ୍ୟାରିୟନ ହୋଟେଲଠାରେ ୪ ଦିନିଆ ସର୍ବବୃହତ୍‌ ଡିସ୍‌କାଉଣ୍ଟ ସେଲ୍‌ର ଶୁଭାରମ୍ଭ କରାଯାଇଛି। ଶନିବାରୁଠାରୁ ଆରମ୍ଭ ହୋଇଥିବା ଏହି ସେଲ୍‌ ୨୦୨୩ ଜୁନ୍‌ ୧୩ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହି ସେଲ୍‌ ଜରିଆରେ ଗ୍ରାହକମାନେ ସୁଲଭ ମୂଲ୍ୟ ବ୍ରାଣ୍ଡେଡ୍‌ କମ୍ପାନୀର ସାମଗ୍ରୀ ଓ ଉତ୍ପାଦ ଗୋଟିଏ ଜାଗାରୁ ପାଇପାରିବେ। ବିଶେଷକରି ଦେଶର ପ୍ରମୁଖ ବ୍ରାଣ୍ଡ୍‌ ଯଥା ରୋଡ୍‌ଷ୍ଟାର,ଫିଲା, କଲରପ୍ଲସ୍‌, ଜନ୍‌ ମିଲର,କ୍ଲାର୍କସ, ରେମଣ୍ଡ,ଓ୍ବାଙ୍ଗରଲର,ଡବ୍ଲ୍ୟୁ,ନୁଟିସିଆ, ପାର୍କ ଏଭ୍ୟୁନ, ବେନଲଟେନ ଭଳି ଅନେକ ବ୍ରାଣ୍ଡେଡ୍‌ କମ୍ପାନୀର ଜିନ୍ସ, ଟ୍ରାଉଜର୍ସ, ଶାର୍ଟ, ଚିନୋସ, ଟି-ଶାର୍ଟସ, ଜ୍ୟାକେଟ୍ସ, ବ୍ଲେଜର୍ସ,ଫ୍ୟାନ୍ସି ସାମଗ୍ରୀ, ଲେଡିଜ ଟପ୍‌, ପାଲାଜୋ, ଫ୍ରକ୍ସ,ଲେଡିଜ ଲୋଓ୍ବର ପ୍ୟାଣ୍ଟ, ଜିନ୍ସ କୁର୍ତ୍ତା-କୁର୍ତ୍ତି ଲେଙ୍ଗିସ୍‌, ଫ୍ୟାଶନେବଲ କିଡ୍‌ସ ଓ୍ବେର ଏବଂ ଜୋତା ସମେତ ଆହୁରି ଅନେକ ସାମଗ୍ରୀ ଉପଲବ୍ଧ। ବିଶେଷକରି ଉକ୍ତ ପ୍ରଦର୍ଶନୀ ଓ ସେଲ୍‌ରେ ଲେଡିଜ୍‌, ଜେଣ୍ଟସ୍‌ ଓ କିଡ୍‌ସଙ୍କ ପାଇଁ ୩୫ରୁ ଊର୍ଦ୍ଧ୍ୱ କାଉଣ୍ଟରରେ ୩୦,୦୦୦ରୁ ଅଧିକ ଗାର୍ମେଣ୍ଟସ ଉଭୟ ବିକ୍ରୟ ଓ ପ୍ରଦର୍ଶନୀ ହେଉଛି। ସେହିଭଳି ଆକର୍ଷଣୀୟ ଉତ୍ପାଦ କ୍ରୟର ୧୨୦୦ରୁ ୬୦୦୦ ପ୍ରତି ବିଲିଂ ଉପରେ ୮୦% ପର୍ଯ୍ୟନ୍ତ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ, ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଯୋଗୁ ସାରା ବିଶ୍ୱରେ ଉଚ୍ଚ ଅର୍ଥନୈତିକ ମନ୍ଥରତା ଦେଖାଦେଇଛି। ଫଳରେ ବ୍ୟାପକ ପରିମାଣର ରପ୍ତାନି ଅର୍ଡରଗୁଡିକ ବାତିଲ ହୋଇଯାଇଛି। ଏପରିକି ସାରା ଦେଶରେ ସଂସ୍ଥାର ଫ୍ଳାଗ୍‌ଶିପ ଷ୍ଟୋରଗୁଡିକ ମଧ୍ୟ ବନ୍ଦ ହୋଇଯାଇଛି। ଉପରୋକ୍ତ କାରଣଗୁଡିକ ପାଇଁ ସଂସ୍ଥା ନିକଟରେ ବିପୁଳ ପରିମାଣରେ ସାମଗ୍ରୀ ମହଜୁଦ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri