ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ୍‌ ସାମଗ୍ରୀ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଦି ନ୍ୟୁ ମ୍ୟାରିୟନ ହୋଟେଲଠାରେ ୪ ଦିନିଆ ସର୍ବବୃହତ୍‌ ଡିସ୍‌କାଉଣ୍ଟ ସେଲ୍‌ର ଶୁଭାରମ୍ଭ କରାଯାଇଛି। ଶନିବାରୁଠାରୁ ଆରମ୍ଭ ହୋଇଥିବା ଏହି ସେଲ୍‌ ୨୦୨୩ ଜୁନ୍‌ ୧୩ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହି ସେଲ୍‌ ଜରିଆରେ ଗ୍ରାହକମାନେ ସୁଲଭ ମୂଲ୍ୟ ବ୍ରାଣ୍ଡେଡ୍‌ କମ୍ପାନୀର ସାମଗ୍ରୀ ଓ ଉତ୍ପାଦ ଗୋଟିଏ ଜାଗାରୁ ପାଇପାରିବେ। ବିଶେଷକରି ଦେଶର ପ୍ରମୁଖ ବ୍ରାଣ୍ଡ୍‌ ଯଥା ରୋଡ୍‌ଷ୍ଟାର,ଫିଲା, କଲରପ୍ଲସ୍‌, ଜନ୍‌ ମିଲର,କ୍ଲାର୍କସ, ରେମଣ୍ଡ,ଓ୍ବାଙ୍ଗରଲର,ଡବ୍ଲ୍ୟୁ,ନୁଟିସିଆ, ପାର୍କ ଏଭ୍ୟୁନ, ବେନଲଟେନ ଭଳି ଅନେକ ବ୍ରାଣ୍ଡେଡ୍‌ କମ୍ପାନୀର ଜିନ୍ସ, ଟ୍ରାଉଜର୍ସ, ଶାର୍ଟ, ଚିନୋସ, ଟି-ଶାର୍ଟସ, ଜ୍ୟାକେଟ୍ସ, ବ୍ଲେଜର୍ସ,ଫ୍ୟାନ୍ସି ସାମଗ୍ରୀ, ଲେଡିଜ ଟପ୍‌, ପାଲାଜୋ, ଫ୍ରକ୍ସ,ଲେଡିଜ ଲୋଓ୍ବର ପ୍ୟାଣ୍ଟ, ଜିନ୍ସ କୁର୍ତ୍ତା-କୁର୍ତ୍ତି ଲେଙ୍ଗିସ୍‌, ଫ୍ୟାଶନେବଲ କିଡ୍‌ସ ଓ୍ବେର ଏବଂ ଜୋତା ସମେତ ଆହୁରି ଅନେକ ସାମଗ୍ରୀ ଉପଲବ୍ଧ। ବିଶେଷକରି ଉକ୍ତ ପ୍ରଦର୍ଶନୀ ଓ ସେଲ୍‌ରେ ଲେଡିଜ୍‌, ଜେଣ୍ଟସ୍‌ ଓ କିଡ୍‌ସଙ୍କ ପାଇଁ ୩୫ରୁ ଊର୍ଦ୍ଧ୍ୱ କାଉଣ୍ଟରରେ ୩୦,୦୦୦ରୁ ଅଧିକ ଗାର୍ମେଣ୍ଟସ ଉଭୟ ବିକ୍ରୟ ଓ ପ୍ରଦର୍ଶନୀ ହେଉଛି। ସେହିଭଳି ଆକର୍ଷଣୀୟ ଉତ୍ପାଦ କ୍ରୟର ୧୨୦୦ରୁ ୬୦୦୦ ପ୍ରତି ବିଲିଂ ଉପରେ ୮୦% ପର୍ଯ୍ୟନ୍ତ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ, ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଯୋଗୁ ସାରା ବିଶ୍ୱରେ ଉଚ୍ଚ ଅର୍ଥନୈତିକ ମନ୍ଥରତା ଦେଖାଦେଇଛି। ଫଳରେ ବ୍ୟାପକ ପରିମାଣର ରପ୍ତାନି ଅର୍ଡରଗୁଡିକ ବାତିଲ ହୋଇଯାଇଛି। ଏପରିକି ସାରା ଦେଶରେ ସଂସ୍ଥାର ଫ୍ଳାଗ୍‌ଶିପ ଷ୍ଟୋରଗୁଡିକ ମଧ୍ୟ ବନ୍ଦ ହୋଇଯାଇଛି। ଉପରୋକ୍ତ କାରଣଗୁଡିକ ପାଇଁ ସଂସ୍ଥା ନିକଟରେ ବିପୁଳ ପରିମାଣରେ ସାମଗ୍ରୀ ମହଜୁଦ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri