ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶିତ ଖବରର ଅନୁଧ୍ୟାନ କରିବେ ଅଧିକାରୀ

ଝାରସୁଗୁଡ଼ା, ଅଫିସ,୧୦।୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମିଡିଆ ସାର୍ଟିଫିକେଶନ ଓ ମନିଟରିଂ କମିଟି(ଏମ୍‌ସିଏମ୍‌ସି)ର ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଟିଭି, ଖବରକାଗଜ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ପେଡ୍‌ ନିଉଜ ସମ୍ପର୍କିତ ଖବରର ଅନୁଧ୍ୟାନ କରି ରିଟର୍ନିଂ ଅଧିକାରୀ ଓ ଏକ୍ସପେଣ୍ଡିଚର ଅବଜର୍ଭରଙ୍କୁ ତଥ୍ୟ ପ୍ରଦାନ କରିବେ । ନିର୍ବାଚନରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀ ବା ଦଳ ସପକ୍ଷରେ କିମ୍ବା ବିପକ୍ଷରେ ଗଣମାଧ୍ୟମରେ ପ୍ରକାଶିତ ବା ପ୍ରଦର୍ଶିତ ଖବର ଅନୁଧ୍ୟାନ ପରେ ଏହା ବିଜ୍ଞାପନ ଅନ୍ତର୍ଭୁକ୍ତ ହେବ କି ନାହିଁ ତାହା ଏହି କମିଟି ତଦାରଖ କରିବ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ ଯଥେଷ୍ଟ ସତର୍କତାର ସହ ଏମ୍‌ସିଏମ୍‌ସି କାର୍ଯ୍ୟ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସାମଲ ବୈଠକରେ ପରାମର୍ଶ ଦେଇଛନ୍ତି । ଉପଜିଲାପାଳ ତଥା ରିଟର୍ନିଂ ଅଧିକାରୀ ଦୟାମୟ ପାଢ଼ୀ, ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝି, ପ୍ରଫେସର ଟହଲୁ ସାହୁ, ହିମାଂଶୁ ବେହେରା ଓ ଅଜୟ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri