ବ୍ରଜରାଜନଗର ଉପନିର୍ବାଚନ: ଚାଲିଛି ଜୋରଦାର ପ୍ରଚାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାରା ଚାଲିଛି। ଘରକୁ ଘର ଯାଇ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟ ମାଗୁଛନ୍ତି । ହେଭିଓ୍ବେଟ ନିଜ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ପ୍ରାର୍ଥୀ ସବୁପ୍ରକାର ଚେଷ୍ଟା ଚଳାଇଛନ୍ତି।
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ବିକାଶ ଯୋଜନା ଯୋଗୁ ଦଳ ବିପୁଳ ଭୋଟରେ ଜିତିବ ବୋଲି ବିଜେଡି ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ଭାଜପା ଓ କଂଗ୍ରେସ ।