ଏମ୍‌ସରେ ସ୍ଥାପନ ହେବ ‘ବ୍ରେନ୍‌ ବ୍ୟାଙ୍କ୍‌’

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସ ପରିସରରେ ଖୁବ୍‌ଶୀଘ୍ର ଏକ ‘ବ୍ରେନ୍‌ ବ୍ୟାଙ୍କ୍‌’ ସ୍ଥାପନ କରାଯିବ। ଏ ନେଇ ରବିବାର ଏମ୍‌ସ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବ୍ୟାଟମାନବେନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବାଞ୍ଚଳରେ ଏହା ପ୍ରଥମ ହେବ ଏବଂ ସ୍ନାୟୁ ବିଜ୍ଞାନରେ ଗବେଷଣା ବୃଦ୍ଧିରେ ସହାୟକ ହେବ। ତେବେ ଏମ୍‌ସ ଭୁବନେଶ୍ୱରର ପାଥୋଲୋଜି ଓ ଲାବୋରେଟୋରୀ ମେଡିସିନ ବିଭାଗ ଏହି ସାଟେଲାଇଟ୍‌ ବ୍ରେନ୍‌ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍ସେସ୍‌ (NIMHANS) ସହଯୋଗରେ ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ଠାରୁ ଅର୍ଥ ଗ୍ରହଣ କରିଛି। ସୂଚନାଯୋଗ୍ୟ, ଏହି ବ୍ରେନ୍‌ ବ୍ୟାଙ୍କରେ ମୃତ ବ୍ୟକ୍ତିଙ୍କ ମସ୍ତିଷ୍କ ସଂଗ୍ରହ ସହ ସଂରକ୍ଷଣ ରଖାଯିବ।