ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର

ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍‌କୋନଗରରେ ଚାଲିଛି ଜୋର୍‌ଦାର ସାଜସଜ୍ଜା। ହାତରେ ଆଉ କିଛି ଘଣ୍ଟା ସମୟ ଥିବାରୁ ମୂର୍ତ୍ତି କାରିଗର ଦିନରାତି ଲାଗିଛନ୍ତି କାମରେ। ତୋରଣ ନିର୍ମାଣ, ଲାଇଟ୍‌ ଲଗାଇବା କାର୍ଯ୍ୟ ସରି ସରି ଆସୁଛି। ପୂଜାର ଦିନକ ପୂର୍ବରୁ ସମସ୍ତ କାମ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଶେଷକରି ତୋରଣକୁ ଆକର୍ଷଣୀୟ ରୂପ ଦେଉଥିବା ଲାଇଟ୍‌ ସଂଯୋଗ ଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି। ଦୀର୍ଘ ୨ ବର୍ଷ ପରେ ନାଲ୍‌କୋନଗରରେ ଧୁମ୍‌ଧାମରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯିବାକୁ ଥିବାରୁ ଏହାକୁ ନେଇ ପୂଜା କମିଟିଗୁଡ଼ିକଠାରୁ ଆରମ୍ଭ କରି ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ମଣ୍ଡପ ନିର୍ମାଣରେ ସର୍ବାଗ୍ରେ ରହିବାକୁ ଏକପ୍ରକାର ପ୍ରତିଯୋଗିତା ଚାଲିଛି। ୧୮ଟି ପୂଜା କମିଟି ବଜେଟ୍‌ରେ ଚଳିତବର୍ଷ କିଛିଟା ବୃଦ୍ଧି ପରିଲକ୍ଷିତ ହୋଇଛି। ଏଥର ୧୭ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ନାଲ୍‌କୋ ସିପିପି ସିଏଚ୍‌ପି ପୂଜା କମିଟିର ବଜେଟ୍‌ ୫ ଲକ୍ଷ ଟଙ୍କା ରଖାଯାଇଛି। ୨୦୦୫ରେ ମାତ୍ର ଦେଢଲକ୍ଷ ଟଙ୍କା ବ୍ୟୟରେ କମିଟି ପକ୍ଷରୁ ଦେବଶିଳ୍ପୀଙ୍କ ପୂଜା ଆରମ୍ଭ କରାଯାଇଥିଲା। ଏହା ଧୀରେ ଧୀରେ ବୃଦ୍ଧି ପାଇ ୫ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ତେବେ କରୋନା କାରଣରୁ ଗତ ୨ ଥର ପୂଜାରେ ଆଡ଼ମ୍ବର ନ ଥିଲା। କେବଳ ଫଟୋ ପୂଜାରେ ଏହାକୁ ସୀମିତ ରଖାଯାଇଥିଲା। ଅଞ୍ଚଳବାସୀ ମଧ୍ୟ ପୂଜାର ମଜା ନେଇପାରି ନ ଥିଲେ। ତେଣୁ ଏଥର ପୂଜାକୁ ଆକର୍ଷଣୀୟ କରାଯିବାର ଯୋଜନା ରଖାଯାଇଛି। ସେଥିପାଇଁ ବଙ୍ଗୀୟ କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଉଛି। ରାଜ୍ୟ ବାହାରୁ ଆଲୋକ ସାଜସଜ୍ଜା ପାଇଁ ଲାଇଟ୍‌ ମଗାଯାଇଛି। ବ୍ରହ୍ମୋସ କ୍ଷେପଣାସ୍ତ୍ର ଭଳି ତୋରଣ ତିଆରି କରାଯାଉଛି। ଦର୍ଶକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ମଣ୍ଡପ ପାର୍ଶ୍ୱରେ ବ୍ୟବସ୍ଥା କରାଯାଉଛି। ୧୭ରୁ ୨୩ ତାରିଖ ଯାଏ ପୂଜା ପାଳନ ହେବାକୁ ଥିବାରୁ ଦୈନିକ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ ଯୋଜନା ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭସାଣିକୁ ନେଇ ଭିନ୍ନ ଯୋଜନା କରାଯାଇଛି।

 

ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିବ
ନାଲ୍‌କୋ ସିଏଚ୍‌ପି ବିଭାଗ ତରଫରୁ ଏଥର ବ୍ରହ୍ମୋସ କ୍ଷେପଣାସ୍ତ୍ର ଭଳି ତୋରଣ ନିର୍ମାଣ କରାଯାଉଛି। ଏହା ଦର୍ଶକମାନଙ୍କ ପାଇଁ ନିଶ୍ଚିତ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି। ସେହିପରି ଲାଇଟ୍‌ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଉଛି।
-ବିଶ୍ୱନାଥ ଗଡ଼ନାୟକ, ସମ୍ପାଦକ, ପୂଜା କମିଟି
ସ୍ଥାନ ପାଇବ ଦଶାବତାର
ଚଳିତବର୍ଷ ପୂଜା ବଜେଟ୍‌କୁ ୫ ଲକ୍ଷ ଟଙ୍କା କରାଯାଇଛି। ତୋରଣ ଓ ସାଜସଜ୍ଜା ସହ ମଣ୍ଡପରେ ପ୍ରଭୁଙ୍କ ଦଶାବତାର ଦୃଶ୍ୟକୁ ସ୍ଥାନିତ କରାଯିବାର ଯୋଜନା ରହିଛି। ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଉଛି।
-ମଳୟ କୁମାର ଖଟୁଆ, କୋଷାଧ୍ୟକ୍ଷ
ସଚେତନ କରିବ ପାର୍ଶ୍ୱ ମୂର୍ତ୍ତି
ନାଲ୍‌କୋ ସିପିସି ସିଏଚ୍‌ପି ପୂଜା କମିଟିରେ ପ୍ରାୟ ୭୦ ସଦସ୍ୟ ରହିଛିନ୍ତି। ୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ଥିବାରୁ ଭିନ୍ନ କିଛି ଯୋଜନା ହୋଇଛି। ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ମାଧ୍ୟମରେ ସଚେତନତା ସୃଷ୍ଟିର ଚେଷ୍ଟା ଜାରି ରହିଛି।
-ନିରଞ୍ଜନ ଦେହୁରୀ, ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri