ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଏହା ଗତି କରିପାରିବ।

ଏହାର ୨ରୁ ୩ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଭାରତ ଓ ରୁଷିଆର ମିଳିତ ସହଯୋଗରେ ‘ବ୍ରହ୍ମୋସ’ ନିିର୍ମିତ ହୋଇଛି। ଏହାକୁ ସ୍ଥଳ, ବାୟୁ ଏବଂ ନୌସେନାରେ ସାମିଲ କରାଯାଇଛି।