ପ୍ରଦୂଷିତ ହେଉଛି ବ୍ରାହ୍ମଣୀ

ରାଉରକେଲା,୩।୯(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ରାଉରକେଲା ସହରର ୭ ହସ୍ପିଟାଲକୁ ଛାଡିଦେଲେ ଅନ୍ୟ କୌଣସି ସଂସ୍ଥା ଏବଂ ପ୍ରତିଷ୍ଠାନର ପରିତ୍ୟକ୍ତ ଜଳ ବିଶୁଦ୍ଧୀକରଣ ହେଉନାହିଁ। ଏହି ମଇଳା ପାଣି ସିଧାସଳଖ ବ୍ରାହ୍ମଣୀରେ ମିଶୁଛି। ଫଳରେ ନଦୀ ପାଣି ପ୍ରଦୂଷିତ ହୋଇ ଜନଜୀବନ ପ୍ରତି ବିପଦ ସାଜିଛି।

ସୂଚନା ଅନୁସାରେ, ସହରର ଅଳିଆ ପାଣି ସ୍ବିରେଜ ସିଷ୍ଟମ ଓ ମୁକ୍ତ ଡ୍ରେନେଜ ଯୋଗେ ବ୍ରାହ୍ମଣୀ ନଦୀକୁ ନିଷ୍କାସିତ ହେଉଛି। ରାଉରକେଲା ସ୍ବେରେଜ ବିଭାଗ ସିଭିଲ ଟାଉନସିପ୍‌, ଛେଣ୍ଡ ଓ ପାନପୋଷର ଘରକୁ ଘର ପାଇପ୍‌ ସଂଯୋଗ କରାଇ ମଇଳା ପାଣିକୁ ବାଲୁଘାଟ ସ୍ଥିତ ୪୦ ମିଲିୟନ ଲିଟର କ୍ଷମତା ବିଶିଷ୍ଟ ସ୍ବେରେଜ ଟ୍ରିଟମେଣ୍ଟ ସିଷ୍ଟମ(ଏସଟିପି)ରେ ବିଶୋଧନ କରି ବ୍ରାହ୍ମଣୀକୁ ନିଷ୍କାସନ କରୁଛି। ସିଭିଲ ଟାଉନସିପ୍‌ରୁ ବାଳୁଘାଟ ତରେକେରାକୁ ଲମ୍ବିଥିବା ଓପନ ଡ୍ରେନ ନାଳ ଅଳିଆ ପାଣି ବିନା ଟ୍ରିଟମେଣ୍ଟରେ ବ୍ରାହ୍ମଣୀକୁ ଯାଉଛି। ସ୍ବେରେଜ ପାଇପରେ କମ୍‌ ଅଳିଆ ପାଣି ନିସ୍କାଷିତ ହେଉଛି । ମାତ୍ର ସହରରେ ମାଳମାଳ ପ୍ରାଇଭେଟ ହସ୍ପିଟାଲ ଏବଂ ପ୍ରତିଷ୍ଠାନ ରହିଥିବା ବେଳେ ତନ୍ମଧ୍ୟରୁ ନିଷ୍କାସିତ ପାଣି ବ୍ରାହ୍ମଣୀରେ ମିଶୁଛି। ଓ୍ବାଟକୋ ପ୍ରତ୍ୟେହ ସିଭିଲ ଟାଉନସିପ୍‌କୁ ୬୧ ମିଲିୟନ ଲିଟର ପାଣି ପ୍ରଦାନ କରୁଛି। ୫୦ଭାଗ ବ୍ୟବହାର ପରେ ବାକି ଅପହାର୍ଯ୍ୟ ପାଣି ସିଧା ସ୍ବେରେଜ ସିଷ୍ଟମରେ ନଦୀରେ ମିଶୁଛି। ଏଥିସହ ସିଭିଲ ଟାଉନସିପ୍‌ର ୩୦ଭାଗ ଲୋକ ଓ ବିଭିନ୍ନ ପ୍ରତିଷ୍ଠାନ ଖୋଲା ଡ୍ରେନରେ ଅଲିଆ, ଆବର୍ଜନା, କେମିକାଲଯୁକ୍ତ ଦ୍ରବ୍ୟ ଡ୍ରେନରେ ଛାଡୁଛନ୍ତି। ଫଳରେ ବ୍ରାହ୍ମଣୀ ନଦୀ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଏ ନେଇ ବିଧାନସଭାରେ ବ୍ରାହ୍ମଣୀ ନଦୀ ପ୍ରଦୂଷଣ ପ୍ରସଙ୍ଗ ଉଠିଛି। ନଦୀ ପ୍ରଦୂଷଣ ରୋକିବା ପାଇ ଓ୍ବାଟର ଟ୍ରିଟମେଣ୍ଟ ଜରୁରୀ ବୋଲି ମତପ୍ରକାଶ ପାଇଛି। ମାତ୍ର ଏପର୍ଯ୍ୟନ୍ତ ସହରରେ ଏହି ବ୍ୟବସ୍ଥା ସୂଚାରୁ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ।

ଫଳରେ ସହରାଞ୍ଚଳର ପ୍ରଦୂଷିତ ପାଣି ବିଶୁଦ୍ଧ ନ ହୋଇ ସିଧାସଳଖ ଡ୍ରେନ ଓ ସ୍ବେରେଜ ସିଷ୍ଟମ ମାଧ୍ୟମରେ ବ୍ରାହ୍ମଣୀରେ ମିଶୁଛି। ଏହାର ପ୍ରତିକାର ପାଇଁ ତୁରନ୍ତ ପ୍ରଦୂଷଣ ବିଭାଗ, ସ୍ବେରେଜ ବିଭାଗ ଓ ଆରଏମସି ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ବୋଲି ସହରର ବୁଦ୍ଧିଜୀବୀ ମହଳରେ ମତପ୍ରକାଶ ପାଇଛି।
ଏ ନେଇ ରାଉରକେଲା ପ୍ରଦୂଷଣ ବିଭାଗ ଯନ୍ତ୍ରୀ ରମଣୀ ରଞ୍ଜନ ଦାଶଙ୍କୁ ପଚାରିବାରୁ ସେ କହିଲେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ ନ ନେଇ ଏଭଳି ସୂଚନା ପ୍ରଦାନ କରିବା ନିୟମ ନାହିଁ ବୋଲି କହିଥିଲେ। ରାଉରକେଲା ସ୍ବେରେଜ ସିଷ୍ଟମ ବିଭାଗ ଜେନେରାଲ ମ୍ୟାନେଜର ଡାକୁଆ ବାବୁଙ୍କୁ ପଚାରିବାରୁ ସେ କହିଲେ, ଆମ ବିଭାଗ ପାଇପ୍‌ ଯୋଗେ ସିଭିଲ ଟାଉନସିପ୍‌, ଛେଣ୍ଡ ଓ ପାନପୋଷ ଅଞ୍ଚଳ ଏବଂ ୭ ହସ୍ପିଟାଲର ପ୍ରଦୂଷିତ ପାଣି ଟ୍ରିଟମେଣ୍ଟ ସିଷ୍ଟମରେ ବିଶୋଧନ କରି ନଦୀକୁ ନିଷ୍କାସନ କରୁଛି। ତେବେ ଖୋଲା ଡ୍ରେନରେ ଅତ୍ୟଧିକ ମଇଳା ପାଣି ନିଷ୍କାସନ ହେଉଥିବା ବେଳେ ସ୍ବରେଜ ପାଇପ୍‌ରେ କମ୍‌ ନିଷ୍କାସନ ହେଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri