ରିଲିଜ ହେଲା ବ୍ରହ୍ମାସ୍ତ୍ରର ନୂଆ ରୋମାଣ୍ଟିକ ପୋଷ୍ଟର

ମୁମ୍ବାଇ: ବଲିଉଡ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବିବାହକୁ ନେଇ ଏମାନେ ଏବେ ଖୁବ୍ ଚର୍ଚ୍ଚାରେ । ଏହାରି ଭିତରେ ରିଲିଜ୍ ହୋଇଛି ଉଭୟଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରୋମାଣ୍ଟିକ ପୋଷ୍ଟର, ଯାହା ଏମାନଙ୍କ ବିବାହକୁ ହିଣ୍ଟ କରୁଛି । ଏଥିରେ ପ୍ରଥମଥର ପାଇଁ ଆଲିଆ ଓ ରଣବୀରଙ୍କୁ ଦେଖିବାକୁ ମିଳିଛି । ଏହି ଧମାକାଦାର ପୋଷ୍ଟରକୁ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏଥିରେ ରଣବୀର ଶିବା ଚରିତ୍ରରେ ନଜର ଆସିବେ । ପୋଷ୍ଟର ଶେୟାର କରି ଡାଇରେକ୍ଟର ଅୟାନ ମୁଖାର୍ଜୀ ଲେଖିଛନ୍ତି, ପ୍ରଥମ ଭାଗ: ଶିବା । ବ୍ରହ୍ମାସ୍ତ୍ରର ପ୍ରଥମ ଚାପ୍ଟରର ନାଁ । ବେଶ କିଛି ସମୟ ପାଇଁ ଚିନ୍ତା କରାଯାଇଥିଲା କି ଫିଲ୍ମର ନାମ ପାର୍ଟ ୱାନ ଲଭ ହେବ । ତେବେ ପୋଷ୍ଟର ଟି ଶେୟାର କରି ଅୟାନ ମୁଖାର୍ଜୀ ଆଲିଆ-ରଣବୀରଙ୍କ ବିବାହର ସଙ୍କେତ ଦେଇଛନ୍ତି । ଆୟାନ ମୁଖାର୍ଜୀ ଲେଖିଛନ୍ତି, ଏହା ଆମର ଲଭ ପୋଷ୍ଟର! ଆମକୁ ଏହି ସମୟ ଠିକ ଲାଗିଲା । ଏହା ବ୍ୟତୀତ ଆଜିକାଲି ପବନରେ କିଛି ଅଧିକ ଅଛି । ଶିବା ଓ ଇଶା, ରଣବୀର ଓ ଆଲିଆ । ପ୍ୟାର: ସବସେ ବଡା ଅସ୍ତ୍ର ।
ସୂଚନା ମୁତାବକ ଏବେ ସବୁଠି ଆଲିଆ-ରଣବୀଙ୍କ ବିବାହ ଚର୍ଚ୍ଚା ହେଉଥିବା ବେଳେ ଏହି ସମୟରେ ଆସିଥିବା ସେମାନଙ୍କ ପୋଷ୍ଟର ଦେଖି ପ୍ରଶଂସକ ଝୁମି ଉଠିଛନ୍ତି । ଏହି ଫିଲ୍ମର ମେକର୍ସ ପୂର୍ବରୁ କହିଥିଲେ କି ଦେଶର ସବୁଠାରୁ ମହଙ୍ଗା ଫିଲ୍ମ ହେବ ‘ବ୍ରହ୍ମାସ୍ତ୍ର’ । ଏଥିରେ ୩୦୦ କୋଟିର ବଜେଟ ରଖାଯାଇଥିବା ବେଳେ ଏହାଠାରୁ ଅଧିକ ବି ଖୁର୍ଚ୍ଚ ହୋଇପାରେ । ଫିଲ୍ମ ୯ ସେପ୍ଟେମ୍ବର ୨୦୨୨ରେ ରିଲିଜ୍ ହେବ । ପୂର୍ବରୁ ଏହା ଡିସେମ୍ବର ୨୦୨୦ରେ ରିଲିଜ୍ ହେବାର ଯୋଜନା ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାର ରିଲିଜ୍ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri