ପବିତ୍ରନଗର,୨୭।୭(ନିରୋଜ ପ୍ରଧାନ): ଅନୁଗୋଳ ଜିଲା କଣିହଁା ବ୍ଲକ ସମଲଠାରେ ବ୍ରାହ୍ମଣୀ ନଦୀରୁ ଶନିବାର ସକାଳେ ୩ଟି ବଡ଼ କଣା ମାଛ ଧରାଯାଇଛି। ସ୍ଥାନୀୟ କୁଲେଇ ଗ୍ରାମର ଆରତ ବେହେରା ଓ ପ୍ରଦୀପ ବେହେରା ଏହି ମାଛ ଧରିଥିବା ବେଳେ ଗୋଟିଏର ଓଜନ ୪୫ କେଜି ରହିଛି। ଆଉ ଗୋଟିଏ ମାଛ ୩୫ କେଜି ଓଜନର ହୋଇଥିବା ବେଳେ ଅନ୍ୟଟି ୨୦ କେଜି ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରେ ଏହି ମାଛର ଚାହିଦା ଅଧିକ ରହିଥିବା ସ୍ଥାନୀୟ ଧୀବରମାନେ କହିଛନ୍ତି। ତେଣୁ କଣା ମାଛ ଧରାଯିବା ଖବର ମିଳିବା ମାତ୍ରେ କେତେଜଣ ବ୍ୟବସାୟୀ ପହଞ୍ଚି ଅଧିକ ମୂଲ୍ୟ ଦେଇ ୩ଟି ମାଛ କିଣିନେଇଛନ୍ତି। ଏହାକୁ ପଶ୍ଚିମବଙ୍ଗ ପଠାଯିବା ବୋଲି ସୂଚନା ମିଳିଛି।


