ବ୍ରାହ୍ମଣୀ ଜଳ ପ୍ରବାହକୁ ନେଇ ବିଶେଷଜ୍ଞ କମିଟି ଗଢ଼

କେନ୍ଦ୍ରାପଡ଼ା ଅଫିସ, ୧୩ା୯:ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାକୁ ନେଇ ଖରସ୍ରୋତା ନଦୀ ସୁରକ୍ଷା ମହାସଭାର ସଭାପତି ଅଲେଖ ନାୟକ ହାଇକୋର୍ଟରେ ପିଆଇଏଲ୍‌ କରିଥିଲେ। ଗତ ଗୁରୁବାର ଏ ସମ୍ପର୍କରେ ଶୁଣାଣି ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗତ ୨୨ ତାରିଖରେ ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ଓଡ଼ିଶା ଆକ୍ୱା ଟ୍ରେଡର୍ସ ଆଣ୍ଡ ମେରାଇନ ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀକୁ ସ୍ଥାନ ଛାଡ଼ି ଦେବାକୁ ଲୋକାୟୁକ୍ତ ପକ୍ଷରୁ ଆବେଦନକାରୀ ସ୍ବର୍ଗତ ରଞ୍ଜନ କୁମାର ଦାସଙ୍କ ଅଭିଯୋଗର ଶୁଣାଣି ପରେ ରାୟ ଦେଇଛନ୍ତି। ଏହି ଦୁଇ ନିର୍ଦ୍ଦେଶ ଆସିବା ପରେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦରେ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଉଷ୍ମତା ଫେରିଛି। ଭିତରକନିକା ଜୈବ ବିବିଧତାର ସୁରକ୍ଷା, ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ସହିତ ଜଡ଼ିତ ବ୍ରାହ୍ମଣୀ, ଖରସ୍ରୋତା ନଦୀର ଜଳ ସମ୍ପର୍କରେ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଆଲୋଚନା ଆରମ୍ଭ କରିଦେଇଛନ୍ତି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ଭୁବନମୋହନ ଜେନା, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳକୁ ପାଣି ଦେବା ବିବାଦ ୨୦୨୦ ଡିସେମ୍ବରରୁ ଆରମ୍ଭ ହୋଇଛି। ବ୍ରାହ୍ମଣୀ ନଦୀରୁ ଜଳ ଗ୍ରହଣ କରୁଥିବା ଖରସ୍ରୋତା ନଦୀ ଏବେ ଚିରସ୍ରୋତା ହୋଇ ରହିନାହିଁ। ଅଣମୌସୁମୀ ସମୟରେ ଜଳ ସ୍ରୋତ କମିଯାଉଛି। ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଥିବା ଝାଡ଼ଖଣ୍ଡ ସରକାର ବହୁ ସଂଖ୍ୟାରେ ଡ୍ୟାମ୍‌ ନିର୍ମାଣ କରୁଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲା ସମେତ ୬ଟି ଜିଲାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମୁଥିବା ପିଆଇଏଲ୍‌ର ଆବେଦନକାରୀ ନାୟକ ଦର୍ଶାଇଛନ୍ତି। ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ଓ ୱାଟର ରିସୋର୍ସ ବିଭାଗକୁ ନୋଟିସ ହୋଇଥିଲେ ମଧ୍ୟ କୌଣସି ପକ୍ଷ ଜବାବ ରଖିନାହାନ୍ତି। ଫଳରେ ଏ ସମ୍ପର୍କରେ ବିଶେଷଜ୍ଞ କମିଟି ଗଠନ କରାଯାଇ ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ଇକୋ ସେନ୍ସିଟିଭ ଜୋନ୍‌ ମଧ୍ୟରେ ରହିଥିବାରୁ ଓଡ଼ିଶା ଆକ୍ୱାର ଚିଙ୍ଗୁଡ଼ି ଉତ୍ପାଦନ ବନ୍ଦ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ସମସ୍ୟା ଭିତରକନିକାର ଜୈବ ବିବିଧତା ଉପରେ ଆଞ୍ଚ ଆଣୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଇବ। ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସିକୁ ପାଣି ଯୋଗାଣ ପାଇଁ ହେଉଥିବା ଏହି ପ୍ରକଳ୍ପ ଇନ୍‌ଟେକ ୱେଲ୍‌ ଓ ସପ୍ଲାଇ ପ୍ଲେସ୍‌ ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ରେ ଅଛି। ଇନ୍‌ଟେକ ୱେଲ୍‌ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ହୋଇଥିବା ବେଳେ ସପ୍ଲାଇ ପ୍ଲେସ୍‌ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ହାଟଡିହଠାରେ ଅଛି। ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଓ ସୁପ୍ରିମ କୋର୍ଟର ବାରଣ ଅଛି। ଅପରପକ୍ଷରେ ଖରସ୍ରୋତା ନଦୀରେ ଜଳ ପ୍ରବାହକୁ ନେଇ ବିଭିନ୍ନ ସର୍ଭେ ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏପରିକି ବିଶେଷଜ୍ଞମାନେ ମଧୁରଜଳ ପର୍ଯ୍ୟାପ୍ତ ହେଉ ନ ଥିବା ଦର୍ଶାଇ ୨୦୫୦ ସୁଦ୍ଧା ଭିତରକନିକା ହେନ୍ତାଳବଣର ଦ୍ରୁତ କ୍ଷୟ ହୋଇଥିବ ବୋଲି ଚେତାବନୀ ଦେଇଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ଜଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ନିର୍ଭରଶୀଳ। ବରୁଣାଡିହାରୁ ପାଣି ଉଠାଇ ଭଦ୍ରକକୁ ଦିଆଗଲେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, କ୍ଷେତକୁ ଜଳ ଓ ମତ୍ସ୍ୟଜୀବୀଙ୍କ ଜୀବିକା ବିପନ୍ନ ହେବା ଆଶଙ୍କା ଅଛି। ନ୍ୟାୟାଳୟର ଏହି ନିର୍ଦ୍ଦେଶନାମା ପରେ ଇକୋ ସେନ୍ସିଟିଭ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri