Posted inଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ପ୍ରାକ୍ତନ ଖେଳାଳି ବାଛିଲେ ଭାରତୀୟ ଏକାଦଶ

ନୂଆଦିଲ୍ଲୀ,୧୧।୭: ବର୍ତ୍ତମାନ ଭାରତୀୟ ଦଳ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କାରେ ଅଛି। ଏହି ସିରିଜ୍‌ରୁ କିଛି ଖେଳାଳିଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ ଯାଗା ମିଳିପାରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଏକାଦଶ ବାଛିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ୍‌। ତାଙ୍କ ଦଳରେ ସ୍ଥାନ ପାଇ ନାହାନ୍ତି ଫୁଲ ଫର୍ମରେ ଥିବା ଶିଖର ଧାଓ୍ବନ।

ତାଙ୍କ ମରେ ରୋହିତ ଶର୍ମାଙ୍କ ସହ ଅଧିନାୟକ ବିରାଟ କୋହଲି ଓପନିଂ କରିବା ଉଚିତ। ଏହାର ଅର୍ଥ ଧାଓ୍ବନଙ୍କ ଲାଗି ତାଙ୍କ ଦଳରେ ସ୍ଥାନ ନାହିଁ। ତାଙ୍କ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ ଓ ରିଷଭ ପନ୍ତ।

ମୋ ଭାରତୀୟ ଦଳ ପାଇଁ ଟି୨୦ ବିଶ୍ୱକପ୍‌ରେ କୋହଲି ଓ ରୋହିତ ଓପନିଂ କରିବେ। ଧାଓ୍ବନଙ୍କ ଲାଗି ଦୁଃଖିତ। କିନ୍ତୁ ଭାରତୀୟ ଦଳକୁ ମଧ୍ୟକ୍ରମରେ କିଛି ଆଟାକିଂ ଖେଳାଳି ଦରକାର। ଏଣୁ କୋହଲି ଓପନିଂ କରିବେ। ୩ୟ କ୍ରମରେ ବ୍ୟାଟିଂ କରିବେ ସୂର୍ଯ୍ୟ। ମୋ ମତରେ ତାଙ୍କ ବହୁମୁଖୀ ବ୍ୟାଟିଂ ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ସହାୟକ ହେବ। ତାଙ୍କ ପଛକୁ ୪ର୍ଥ କ୍ରମ ପାଇଁ ପ୍ରବଳ ଦାବିଦାର ରାହୁଲ। ୫ମ କ୍ରମରେ ଉଇକେଟକିପର ପନ୍ତ। ଯଦି ଉଇକେଟ ପତନ ଘଟେ ପନ୍ତ ଉପରେ ବ୍ୟାଟିଂ କରିବେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ରୂପେ ଦୁଇ ଅଲରାଉଣ୍ଡରଙ୍କୁ ଦଳରେ ରଖିଛି ବୋଲି ହଗ୍‌ ନିଜ ୟୁଟ୍ୟୁବ ଭିଡିଓରେ କହିଛନ୍ତି।

ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ ବୁମରା ୩ ପେସରଙ୍କୁ ଯାଗା ଦେଇଛନ୍ତି ପୂର୍ବତନ ଚାଇନାମ୍ୟାନ ସ୍ପିନର। ତାଙ୍କ ମତରେ ଦଳରେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ହିଁ ଖେଳିପାରିବ। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଯଦି କିଛି ଚମତ୍କାର ପ୍ରଦର୍ଶନ କରି ଦେଖାନ୍ତି, ତାହେଲେ କୁଲଦୀପଙ୍କୁ ଯାଗା ମିଳିବ। ନ ହେଲେ ଟିମ୍‌ ଇଣ୍ଡିଆ ପାଇଁ ଚହଲ ପ୍ରଥମ ସ୍ପିନର ବିକଳ୍ପ। ଠାକୁରଙ୍କ ପାଖରେ ଥିବା ବିସ୍ଫୋରକ ବ୍ୟାଟିଂ ଦକ୍ଷତା ତାଙ୍କୁ ଦଳରେ ସ୍ଥାନ ଦେଇପାରେ। ପାଓ୍ବରପ୍ଲେ ଓ ଡେଥ୍‌ରେ ସେ ଭଲ ବୋଲିଂ କରନ୍ତି ବୋଲି ହଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?