Categories: ଖେଳ

ହେନ୍‌ରୀଙ୍କ ସ୍ଥାନରେ ଖେଳିବେ ବ୍ରେସ୍‌ଓ୍ବେଲ୍‌

ଅକ୍‌ଲାଣ୍ଡ,୯ା୧: ଆଗକୁ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳରେ ଆଘାତପ୍ରାପ୍ତ ମ୍ୟାଟ୍‌ ହେନ୍‌ରୀଙ୍କ ସ୍ଥାନରେ ଡଗ୍‌ ବ୍ରେସ୍‌ଓ୍ବେଲ୍‌ଙ୍କୁ ନିଆଯାଇଛି। କରାଚୀଠାରେ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ହେନ୍‌ରୀ ତଳିପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ୩୧ ବର୍ଷୀୟ ଏହି ଫାଷ୍ଟ ବୋଲରଙ୍କୁ ବର୍ତ୍ତମାନ ୨ରୁ ୪ ସପ୍ତାହ ବିଶ୍ରାମ ଦରକାର।

ଅନ୍ୟପଟେ ବ୍ରେସ୍‌ଓ୍ବେଲ୍‌ ୬୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଗତ ଏପ୍ରିଲ୍‌ରେ ସେ ନେଦରଲାଣ୍ଡ୍ସ ବିପକ୍ଷ ଅନ୍ତଜର୍ର୍ାତୀୟ ଦିନିକିଆ ସିରିଜ ଖେଳିଥିଲେ। ଏହି ୩୨ ବର୍ଷୀୟ ଖେଳାଳି ଘରୋଇ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଫର୍ମରେ ରହିଥିଲେ। ପାକିସ୍ତାନରେ ସେ ବୁଧବାର ପହଞ୍ଚିବେ। ସେହିପରି ଭାରତ ଟୁର୍‌ ପାଇଁ ଟିମ୍‌ ସୌଦିଙ୍କ ସ୍ଥାନରେ ପେସ୍‌ ବୋଲର ଜାକବ ଡୁଫିଙ୍କୁ ଦଳରେ ନିଆଯାଇଛି। ଜାନୁୟାରୀ ୧୩ରେ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ ଶେଷ ହେବା ପରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ କରିବ। ସେଠାରେ ଦଳ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଜାନୁୟାରୀ ୮ରେ ହାଇଦ୍ରାବାଦରେ ଖେଳିବ। ପରେ ଅନ୍ୟ ଦୁଇଟି ମ୍ୟାଚ୍‌ ରାୟପୁର ଓ ଇନ୍ଦୋରରେ ଖେଳାଯିବ।

Share