ଅନ୍‌ଲାଇନ୍‌ ପରୀକ୍ଷାରେ ପାସ୍‌ ନ ହେଲେ ବିପିୟୁଟି ଛାତ୍ରୀଛାତ୍ରଙ୍କୁ ଆଉଥରେ ସୁଯୋଗ

ଭୁବନେଶ୍ୱର, ୨୫ା୭(ବ୍ୟୁରୋ): କରୋନା ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ହେବ। ଏଥିରେ ବିଫଳ ହେଲେ ଛାତ୍ରୀଛ୍ରାତ୍ରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ ବୋଲି ଶୁକ୍ରବାର ବିପିୟୁଟି ଘୋଷଣା କରିଛି। ଯଦି କୌଣସି ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ଦେବାକୁ ଥିବା ଫାଇନାଲ ସେମିଷ୍ଟରର ଥିଓରୀ ପରୀକ୍ଷାରେ ପାସ୍‌ କରିପାରି ନ ଥିବେ, ତେବେ ସେମାନଙ୍କୁ କଲେଜ ଖୋଲିବା ପରେ ଅଫ୍‌ଲାଇନ୍‌ ପରୀକ୍ଷାରେ ପୁନର୍ବାର ସୁଯୋଗ ଦିଆଯିବ।