Posted inଫୁରସତ

ଲାଇଭ୍‌ ଶୋ’ରେ ନ୍ୟୁଜ୍‌ ଆଙ୍କରଙ୍କୁ ପ୍ରପୋଜ କଲେ ବୟଫ୍ରେଣ୍ଡ୍‌, ଆଉ ତା’ ପରେ…

ଏକ କଥା ନିଶ୍ଚିତ ଜାଣିଥିବେ, ଯଦି ପ୍ରେମ କରିବ ଡରିବନି, ଯଦି ଡରିବ ପ୍ରେମ କରିବନି। ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ ଏବଂ ସ୍ବୀକାର କରିବାକୁ ସାହସ କରିଥାନ୍ତି। ଭଲ ପାଇବା ସହଜ କିନ୍ତୁ ସମସ୍ତଙ୍କ ସାମ୍ନାରେ ଗ୍ରହଣ କରିବା କଷ୍ଟକର। ଆମେରିକାର ସାନ ଫ୍ରାନ୍ସିସ୍କୋରୁ ଜଣେ ବ୍ୟକ୍ତି ସାହସ ଦେଖାଇ ଲାଇଭ୍‌ ଶୋ’ ଚାଲିଥିବା ସମୟରେ ତାଙ୍କ ନ୍ୟୁଜ୍‌ ଆଙ୍କର୍‌ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ। ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ସେ ତାଙ୍କୁ କେତେ ଭଲ ପାଆନ୍ତି। କାରଣ ଦୁନିଆ ସାମ୍ନାରେ ପ୍ରେମକୁ ପ୍ରକାଶ କରିବା ପାଇଁ ତାଙ୍କର ସାହସ ଥିଲା।

ଆଜିକାଲି ସୋସିଆଲ ମିଡିଆରେ ଜଣେ ନ୍ୟୁଜ୍‌ ଆଙ୍କରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଯୁବତୀଙ୍କ ନାମ ହେଉଛି ମେରି ଲି। ଯିଏ ଲୋକଙ୍କୁ ପାଣିପାଗ ସୂଚନା ସମ୍ପର୍କରେ ଜଣାଇଥାନ୍ତି। ଆମେରିକୀୟ ଏକ ଚ୍ୟାନେଲରେ ପାଣିପାଗ ସୂଚନା ଦେବାବେଳେ ମେରିୟମଙ୍କ ସହିତ ଏକ ଘଟଣା ଘଟିଥିଲା। ଯାହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ସାଧାରଣ ଦିନ ପରି ପାଗ ବିଷୟରେ କହୁଥିଲେ, ଯେତେବେଳେ ହଠାତ୍‌ ଦୁଇଜଣ ମହିଳା ଆସି ତାଙ୍କୁ ଗୋଲାପ ଦେଇଥିଲେ। ଏହା ପରେ ଜଣେ ବ୍ୟକ୍ତି ଆସିଲେ, ଯିଏ ତାଙ୍କ ପ୍ରେମିକ ଥିଲେ। ସେ ପ୍ରଥମେ ତାଙ୍କୁ ଫୁଲ ଦେଇଥିଲେ ଏବଂ ତା’ପରେ ଆଣ୍ଠୁମାଡି ବସି ତାଙ୍କୁ ପ୍ରପୋଜ କରିଥିଲେ।

ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ଅଜିତ ନିନାନ ଏବଂ ତାଙ୍କ ସହ ଦେଖାଯାଇଥିବା ଦୁଇ ଝିଅ ଅଜିତଙ୍କ ଝିଅ ଅଟନ୍ତି। ମେରିୟମ ତାଙ୍କୁ ଦେଖି ସେ ବହୁତ ଖୁସି ହେଲେ। କିନ୍ତୁ ଯେତେବେଳେ ତାଙ୍କ ପ୍ରେମିକ ତାଙ୍କୁ ପ୍ରସ୍ତାବ ଦେଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ସେଠାରେ ଅଜିତ ଏକ ମୁଦି ମଧ୍ୟ ଦେଇଥିଲେ। ଏହା ଦେଖିବା ପରେ ନ୍ୟୁଜ୍‌ ଆଙ୍କରଙ୍କ ଆଖିରୁ ଲୁହ ଝରି ଆସିଥିଲା। ସେ ଜାଣିଲେ ଯେ, ତାଙ୍କ ପ୍ରେମିକ ତାଙ୍କୁ କେତେ ଭଲପାଆନ୍ତି। ସମସ୍ତଙ୍କ ସାମ୍ନାରେ କହିବାର ସାହସ ତାଙ୍କର ଅଛି। ସେ ଖୁସି ହୋଇ କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri