୪ ମାସ ପରେ ହୋଇଥାନ୍ତା ବାହାଘର: ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା କଲେ ପ୍ରେମିକ

ବ୍ରହ୍ମଗିରି,୨୫ା ୦୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫ କିଲୋମିଟର ଦୂର ଏକ ପୋଖରୀ ହୁଡ଼ାରେ ମୃତଦେହକୁ ପୋତିଦେଇଛି। ପୋଲିସ ଛାନ୍‌ଭିନ୍‌ କରି ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ଏଭଳି ଏକ ସ୍ପର୍ଶକାତାର ଘଟଣା ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଶ୍ରୀକରପୁର ଗ୍ରାମରେ ଦେଖିବାକୁ ମିଳିଛି। ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁଜିତ ସାହୁଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସୁଜିତ ସେହି ଗ୍ରାମର ଦୀପିକା ମହାପାତ୍ର(୧୯)ଙ୍କୁ ପ୍ରେମ କରୁଥିଲେ। ଏହି କଥା ଯୁବତୀଙ୍କ ବାପା ରମେଶ ଜାଣିବା ପରେ ସୁଜିତଙ୍କ ପରିବାରଙ୍କୁ ଅବଗତ କରାଇଥିଲେ। ୪ ମାସ ପରେ ଉଭୟଙ୍କ ବିବାହ କରାଯିବ ବୋଲି ସୁଜିତଙ୍କ ପରିବାର ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସମୟ ଅତିବାହିତ ହୋଇଥିଲେ ମଧ୍ୟ ଏମାନଙ୍କ ବିବାହ ସୁଜିତଙ୍କ ପରିବାର ଲୋକେ କରି ନ ଥିଲେ। ଏହି ଘଟଣା ତାଙ୍କ ଗ୍ରାମ ସଭାରେ ଉପସ୍ଥାପନ ହୋଇଥିଲା। ଏହାର କିଛିଦିନ ପରେ ଦୀପିକା ନିଖୋଜ ହୋଇଯାଇଥିଲେ। ପରେ ଦୀପିକାଙ୍କ ବାପା ଗତ ୧୮ତାରିଖରେ ଝିଅକୁ ସୁଜିତ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗ୍ରାମସଭାରେ ଜଣାଇଥିଲେ। ଗ୍ରାମର ନୀତିନିୟମ ଅନୁସାରେ ଶୁକ୍ରବାର ସଭାରେ ଉଭୟ ପରିବାରଙ୍କ କଥା ବିଚାର ହୋଇଥିଲା। ଦୀପିକା ସମ୍ପର୍କରେ ପଚାରା ଯିବା ପରେ ସୁଜିତଙ୍କ ଭାଇ ଦୀପିକାଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏହାଶୁଣି ଦୀପିକାଙ୍କ ପରିବାର ଲୋକେ ବିଶ୍ୱାସ କରିପାରିଲେ ନାହିଁ। ଦୀପିକାଙ୍କୁ ହତ୍ୟା କରାଯାଇଥିବା କହି ପରିବାର ଲୋକେ ଶୁକ୍ରବାର ରାତିରେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ନଂ.୧୧୭/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ସୁଜିତ୍‌ଙ୍କୁ ଧରିଥିଲା। ପଚରାଉଚରା ପରେ ଦୀପିକାଙ୍କୁ ହତ୍ୟା କରି ଗ୍ରାମ ନିକଟ ପୋଖରୀ ପାଖରେ ପୋତିଥିବା ସୁଜିତ ସ୍ବୀକାର କରିଥିଲା। ଶନିବାର ପୋଲିସ ସାଇଣ୍ଟିଫିକ ଟିମ ସହ ସୁଜିତକୁ ଧରି ଘଟଣାସ୍ଥଳକୁ ଯାଇ ପୋଖରୀ ବନ୍ଧ ନିକଟରୁ ଦୀପିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri