Posted inଖେଳ

ମୁଁ ବଡ଼ ହେଲେ ବିରାଟ କୋହଲି ହେବି, ମାରୁଛନ୍ତି ଆଖି ଲାଖିଯିବା ପରି ଶଟ୍‌

ରାଞ୍ଚି,୨୭ା୫: ଦେଶରେ କ୍ରିକେଟକୁ ନେଇ ଲୋକେ ପାଗଳପ୍ରାୟ। ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ପ୍ରେମରେ ବାଇଆ। ଝାଡ଼ଖଣ୍ଡରୁ ଏମିତି ଜଣେ ଛୋଟପିଲାର କ୍ରିକେଟ ଖେଳ ପ୍ରତି ଅହେତୁକ ଆଗ୍ରହ ଦେଖିବାକୁ ମିଳିଛି। ବୟସ ମାତ୍ର ୨ ବର୍ଷ ୨ ମାସ। ଏହି ବୟସରେ ସେ ଏମିତି ଶଟ୍‌ ମାରୁଛନ୍ତି ଯାହା ଦେଖିଲେ ଆଖି ଲାଖିଯିବ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଯେଉଁ ବୟସରେ ପିଲା ଚାଲିବା କିମ୍ବା ଦୌଡ଼ିବା ଆରମ୍ଭ କରନ୍ତି। ସେ ସେହି ବୟସରେ ଫୁଟଓ୍ବାର୍କ ସହିତ ପଡ଼ିଆରେ ଚୌକା ଛକା ମାରି ସମସ୍ତଙ୍କୁ ଚକିତ କରିଦେଉଛନ୍ତି। ତାଙ୍କର ବ୍ୟାଟ୍‌ ଧରିବା ଶୈଳୀ ଦେଖିଲେ ଯେ କେହି ଭାବିବ ଇଏ ଛୋଟ ପିଲା ନୁହନ୍ତି, ଜଣେ ପ୍ରଫେଶନାଲ କ୍ରିକେଟର।

ଏହି ଶିଶୁ ଜଣକ ବୋକାରୋ ଜିଲାର କୁରାମୋଡସ୍ଥିତ ବିରଡାଣ୍ଟରେ ରହୁଛନ୍ତି। ତାଙ୍କ ନାମ ଜୟନ୍ତ କୁମାର। ତାଙ୍କ ପିତା ଅମିତ କୁମାର କହିଛନ୍ତି, ପୁଅକୁ ମାତ୍ର ୨ ବର୍ଷ ୨ ମାସ ଅର୍ଥାତ୍‌ ୨୬ ମାସ। ଦୁଇ ବର୍ଷ ହୋଇଥିବା ବେଳେ ଜୟନ୍ତଙ୍କ କ୍ରିକେଟ ପ୍ରତି ଆଗ୍ରହ ବଢ଼ିଥିଲା। ଥରେ ସେ ମୋବାଇଲରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖେଳ ଦେଖି ବ୍ୟାଟ୍‌ ନେବାକୁ ଜିଦି ଧରିଥିଲା। ଯେତେବେଳେ ତାଙ୍କୁ ବ୍ୟାଟ୍‌ ଦିଆଗଲା ସେ ଘର ସାମ୍ନାରେ ଥିବା ପଡ଼ିଆରେ ପ୍ରତିଦିନ ସକାଳେ ଖେଳିବା ଆରମ୍ଭ କଲେ ଆଉ ଲମ୍ବା ଲମ୍ବା ଶଟ୍‌ସ ମାରିବାକୁ ଲାଗିଲେ। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ସେ କ୍ରିକେଟ ଖେଳିବେ ବୋଲି ଖାଇବା ପିଇବା ବି ଭୁଲି ଯାଆନ୍ତି। ଅମିତ କୁହନ୍ତି, ପୁଅ ଠିକ୍‌ରେ ଚାଲିପାରେ ନାହିଁ ବୋଲି ଗୋଡ଼ ପ୍ଲାଷ୍ଟର କରାଯାଇଥିଲା। ଏହା ଧୀରେ ଧୀରେ ଠିକ୍‌ ହୋଇଯାଇଛି। ଏବେ ସେ ଭଲ ଭାବରେ ଚାଲିପାରୁଛି।

ଜୟନ୍ତ କୁହନ୍ତି, ସେ ବଡ଼ ହେଲେ ବିରାଟ କୋହଲି ହେବେ। ତାଙ୍କର ପରି ଶଟ୍‌ ମାରିବେ। ତାଙ୍କ ମା’ ଜାନକୀ ଦେବୀ କୁହନ୍ତି, ପୁଅର କ୍ରିକେଟ ପ୍ରତି ଏତେ ଆଗ୍ରହ ଦେଖି ସେ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri