Posted inଖେଳ

ବକ୍ସିଂ ଡେ ଟେଷ୍ଟ: ଗିଲ୍‌, ରାହୁଲ, ପନ୍ତ ଖେଳିବାକୁ ପ୍ରସ୍ତୁତ; ରିଦ୍ଧିମାନ, ପୃଥ୍ବୀ ବାଦ୍‌ ପଡ଼ିବା ସମ୍ଭାବନା

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ଆଶା କରାଯାଉଛି। ଯୁବ ଓପନର ପୃଥ୍ବୀ ଶ ଓ ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌, ଅଭିଜ୍ଞ ଲୋକେଶ ରାହୁଲ ଓ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସାମିଲ ହେବା ନିଶ୍ଚିତ ମନେହେଉଛି।
କେତୋଟି ଓ୍ବାର୍ମଅପ୍‌ ମ୍ୟାଚରେ ଗିଲ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଓ ପୃଥ୍ବୀଙ୍କ ବଦଳରେ ଦଳରେ ସ୍ଥାନ ପାଇବେ। କାରଣ ରୋହିତ ଶର୍ମା ଅତିକମ୍‌ରେ ସିଡ୍‌ନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଦଳ ପାଇଁ ଉପଲବ୍ଧ ହେବେ ନାହିଁ। ଆଡିଲେଡ୍‌ରେ ପୃଥ୍ବୀ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ ଓ ତାଙ୍କ ଟେକ୍‌ନିକ୍‌ରେ ବଡ଼ ଧରଣର ତ୍ରୁଟି ରହିଥିବା ଅନୁମାନ କରାଯାଉଛି।
ସେହିପରି ରିଦ୍ଧିମାନ ମଧ୍ୟ ଅନୁରୂପ ଭାବେ ବିଫଳ ହୋଇଛନ୍ତି। ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଥିବା ପନ୍ତଙ୍କୁ ସୁଯୋଗ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି। ବାଉନ୍ସ ପିଚ୍‌ରେ କିପିଂ ସେତେଟା ଗୁରୁତ୍ୱ ବହନ କରିବନି। ତେଣୁ ପନ୍ତ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ ମନେହେଉଛି। ପୁଣି ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ରିଷ୍ଟ ଇଞ୍ଜୁରି କାରଣରୁ ଦ୍ରୁତ ବୋଲର ମହମ୍ମଦ ସାମି ସିରିଜରୁ ବାଦ୍‌ ପଡିଛନ୍ତି। ଫଳରେ ଲୋକେଶ ରାହୁଲ ଓ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ତିମ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ରିଦ୍ଧିମାନ ନିହାତି ମାମୁଲି ପ୍ରଦର୍ଶନ କରିଛନ୍ତି ଓ ଗୋଟିଏ ହେଲେ ବି ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି। ତେଣୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶ ବିପକ୍ଷରେ ପନ୍ତ ପ୍ରଥମ ପସନ୍ଦ ବୋଲି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ତେବେ ଭାରତରେ ୬ ନମ୍ବର ପରେ ବ୍ୟାଟିଂ କରିବାର ଆବଶ୍ୟକତା ଅଧିକାଂଶ ସମୟରେ ନ ଥାଏ। ସେତେବେଳେ ଜଣେ ସ୍ପେଶାଲିଷ୍ଟ ଉଇକେଟକିପରଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ସେ କହିଛନ୍ତି। ଆଗାମୀ ୩ଟି ଟେଷ୍ଟରେ ପନ୍ତଙ୍କୁ ସୁଯୋଗ ମିଳିବା ନେଇ ମୋର ସମର୍ଥନ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ୨୧ ବର୍ଷୀୟ ପୃଥ୍ବୀଙ୍କ ଟେକ୍‌ନିକ, ଟେମ୍ପରାମେଣ୍ଟ ଓ ମୋଟାମୋଟି ସ୍ବଭାବ ନେଇ ପ୍ରଶ୍ନ ଉଠିଛି। ତେଣୁ ତାଙ୍କ ସ୍ଥାନରେ ଗିଲ୍‌ଙ୍କୁ ଅଗ୍ରାଧିକାର ଦିଆଯାଇ ପାରେ। କୋହଲିଙ୍କ ଅନୁପସ୍ଥିତିରେ ହନୁମା ବିହାରୀଙ୍କ ବ୍ୟାଟିଂ କ୍ରମରେ ଉନ୍ନତି କରାଯିବ। ବିହାରୀଙ୍କ ଟେକ୍‌ନିକ୍‌ ଓ ଟେମ୍ପରାମେଣ୍ଟ ବେଶ୍‌ ଭଲ ରହିଛି। କୋହଲିଙ୍କ ଅନୁପସ୍ଥିତିରେ ତାଙ୍କର ଗୁରୁତ୍ୱ ଆହୁରି ବଢିଯାଇଛି। ଆଗାମୀ କେତୋଟି ଟେଷ୍ଟରେ ୪ କିମ୍ବା ୫ ନମ୍ବରରେ ବିହାରୀଙ୍କୁ ସୁଯୋଗ ଦେବା ଉପରେ ପ୍ରସାଦ ଗୁରୁତ୍ୱ ଦେଇଛନ୍ତି। ୬ ନମ୍ବର ସ୍ଥାନ ପାଇଁ ରାହୁଲ ଉପଯୁକ୍ତ ବୋଲି ସେ କହିଛନ୍ତି। ସେହିପରି ଦୁଇଟି ଅଭ୍ୟାସ ମ୍ୟାଚରେ ନବଦୀପ ସଇନିଙ୍କଠାରୁ ସିରାଜ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବାରୁ ସାମିଙ୍କ ବଦଳରେ ସେ ଦଳରେ ସ୍ଥାନ ପାଇବା ଉଚିତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri