Posted inଖେଳ

ଭାରତ ବିପକ୍ଷରେ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ: ସ୍ବେପ୍‌ସନ

ମେଲବୋର୍ନ,୧୬।୧୧(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌- ଅପ୍‌ ବିଶ୍ୱସ୍ତରୀୟ। ଭାରତ ବିପକ୍ଷରେ ବୋଲିଂ କରିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଯୁବ ଅଷ୍ଟ୍ରେଲୀୟ ଲେଗ୍‌ସ୍ପିନର ମିଚେଲ ସ୍ବେପ୍‌ସନ କହିଛନ୍ତି। ଭାରତ ବିପକ୍ଷ ଆଗାମୀ ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ସ୍ବେପସନ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିଡନୀ ଟେଷ୍ଟ ଓ ବାଂଲାଦେଶ ଗସ୍ତରେ ସାମିଲ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଟେଷ୍ଟ ପଦାର୍ପଣ କରିନାହାନ୍ତି। ଅବଶ୍ୟ କୋଭିଡ୍‌-୧୯ କାରଣରୁ ଏହି ସିରିଜ ବାତିଲ ହୋଇଥିଲା।
ଭାରତ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ସ୍ବେପ୍‌ସନଙ୍କୁ ସାମିଲ କରାଯାଇଛି। ଏହି ଦୁଇଟି ମ୍ୟାଚ୍‌ରେ ସେ ବୋଲିଂ କରିବେ ବୋଲି ଆଶା କରୁଛନ୍ତି। କୋହଲିଙ୍କ ଭଳି ମହାନ୍‌ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି।
୩ଟି ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳି ସ୍ପେପ୍‌ସନ ୨୧.୧୭ ରନ ହାରରେ ୨୩ଟି ଉଇକେଟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ତେବ ସ୍ପିନର ହିସାବରେ ଅଭିଜ୍ଞ ନାଥନ ଲିୟନ ପ୍ରଥମ ପସନ୍ଦ ଭାବେ ଟେଷ୍ଟ ଖେଳିବେ। ଯଦି ଦୁଇଜଣ ସ୍ପିନରଙ୍କୁ ଖେଳାଯାଏ ତା’ହେଲେ ମୋର ଖେଳିବାର ସମ୍ଭାବନା ସୃଷ୍ଟି ହେବ ବୋଲି ୨୭ ବର୍ଷୀୟ ସ୍ବେପ୍‌ସନ କହିଛନ୍ତି। ୪ଟି ଯାକ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେବି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୩ଟି ଦିନିକିଆ, ୩ଟି ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ (ଦିବାରାତ୍ର) ଖେଳାଯିବ। ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଯିବାକୁ ଥିବାରୁ ଅନ୍ତିମ ୩ଟି ଟେଷ୍ଟ ଖେଳିବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri