ପଚା ପରିବାରୁ ଉତ୍ପନ୍ନ ହେଉଛି ବିଜୁଳି

ହାଇଦ୍ରାବାଦ,୯ ।୨: ପଚିଯାଇଥିବା ପନିପରିବାକୁ ସାଧାରଣତଃ ଆମେ ଫିଙ୍ଗି ଦେଇଥାଉ କି ଗଛମୂଳେ ଦେଇ ଦେଇଥାଉ । ହେଲେ ହାଇଦ୍ରାବାଦରେ ଏମିତି ଏକ ପରିବା ମଣ୍ଡି ରହିଛି ଯେଉଁଠି ପଚି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି । ପ୍ରତିଦିନ ଏଠାରେ ପାଖାପାଖି ୧୦ ଟନ ପଚା ପରିବା ବାହରିଥାଏ । ପ୍ରଥମେ ପ୍ରଥମେ ଏହାକୁ ଫୋପାଡି ଦିଆଉଥିବା ବେଳେ ହେଲେ ଏବେ ଏହି ଜୈବିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପ୍ରତିଦିନ ପ୍ରାୟ ୫୦୦ ୟୁନିଟ ବିଜୁଳି ଉତ୍ପାଦନ କରାଯାଇ ପାରୁଛି । ହାଇଦ୍ରାବାଦ ବାହାରେ ସିକନ୍ଦରାବାଦରେ ଏକ ବଡ ପରିବା ମଣ୍ଡି ରହିଛି । ପ୍ରାୟ ୫୫ ବର୍ଷ ପୁରୁଣା ଏହି ମଣ୍ଡିକୁ କରୋନା ଭାଇରସ ମହାମାରୀ ସମୟରେ ବି ଲୋକେ ଯା’ଆସ କରୁଥିଲେ । ତେବେ ଏହି ମଣ୍ଡିରେ କେବଳ ବିଜୁଳି ନୁହେଁ ପଚା ପରିବାରୁ ୩୦ କିଲୋଗ୍ରାମ ବାୟୋଗ୍ୟାସ ବି ପ୍ରସ୍ତୁତ କରାଯାଉଛି । ଉତ୍ପାଦନ ହେଉଥିବା ୫୦୦ ୟୁନିଟ ବିଜୁଳିରୁ ପ୍ରାୟ ୧୦୦ ଷ୍ଟ୍ରିଟ ଲାଇଟ ଜଳିବାର କ୍ଷମତା ଥିବା ବେଳେ ଏଥିରୁ ମଣ୍ଡିରେ ଥିବା ୧୭୦ ଷ୍ଟଲ, ଏକ ଆଡମିନିଷ୍ଟ୍ରେଟିଭ ବିଲଡିଂ ଓ ପାନୀୟ ଜଳ ଯୋଗାଣ ପାଇଁ ଏହା ବ୍ୟବହାର କରାଯାଉଛି । ଆଉ ୩୦ କିଲୋଗ୍ରାମ ବାୟୋଗ୍ୟାସକୁ ମଣ୍ଡିରେ ଥିବା କ୍ୟାଣ୍ଟିନକୁ ଯୋଗାଇ ଦିଆଯାଉଛି । ଯେତେବେଳେ ଏହି ମଣ୍ଡିରେ ପରିବା ସବୁକୁ ନଷ୍ଟ କରି ଦିଆଯାଉଥିଲା ସେତେବେଳେ ହାଇଦ୍ରାବାଦର ସିଏସ୍‌ଆଇଆର୍ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜିର ବୈଜ୍ଞାନକ ମାନେ ଏହା ଉପରେ କାମ ଆରମ୍ଭ କରିଦେଇଥିଲେ । ଆଉ ଏବେ ଏହାର ଫଳ ବି ମିଳି ସାରିଛି । ଏବେ ଆଇଆଇସିଟିର ଦେଖାରଖାରେ ଏକ ଇଞ୍ଜିନିୟରିଂ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏହି କାମ କରୁଛି । ତେବେ ପରିବାରୁ ଖାଦ୍ୟ ପ୍ରସ୍ତୁତ କରିବା ସହଜ ହେଲେ ବିଜୁଳି ଉତ୍ପାଦନ ସାମାନ୍ୟ କଷ୍ଟକର ବ୍ୟାପାର । ଏଥିପାଇଁ ପ୍ରଥମେ ପଚା ପରିବାର ଏକ ଘୋଳ ପ୍ରସ୍ତୁତ କରାଯାଇଥାଏ । ଏହାପରେ ଏହାକୁ ଏକ ବଡ କଣ୍ଟେନରରେ ଢାଳି ଦିଆଯାଏ ଯାହା ଫଳରେ ଏହା ଜୈବ ଇନ୍ଧନରେ ପରିଣତ ହେବ । ଏଥିରେ କାର୍ବନ ଡାଇଅକ୍ସାଇଡ ଓ ମିଥେନ ଗ୍ୟାସ ରହିଥାଏ ଏହାପରେ ଏହାକୁ ଜେନେରେଟରେ ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯାଇଥାଏ । ବିଜ୍ଞାନ ପ୍ରସାର ପତ୍ରିକା ଅନୁଯାୟୀ, ବୈଜ୍ଞାନିକ ଡାକ୍ତର ଏ ଜି ରାଓ କୁହନ୍ତି ଏବେ ପର୍ଯ୍ୟନ୍ତ ଏଠାରେ ପାଖାପାଖି ୧୪୦୦ଟନ ପରିବାରୁ ବିଜୁଳି ଉତ୍ପାଦନ କରି ସାରିଲେଣି । ଏଥିରୁ ପାଖାପାଖି ୩୨,୦୦୦ୟୁନିଟ ବିଜୁଳି ଉତ୍ପାଦନ ହୋଇ ସାରିଲାଣି । ଏହାପରେ ହାଇଦ୍ରାବାଦର ଆଉ ୫ ମଣ୍ଡିରେ ଏଭଳି ଯୋଜନା କରାଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ଅତିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରିବା ମଣ୍ଡି ସମ୍ପର୍କରେ ତାଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଆଲୋଚନା କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri