ପଚା ପରିବାରୁ ଉତ୍ପନ୍ନ ହେଉଛି ବିଜୁଳି

ହାଇଦ୍ରାବାଦ,୯ ।୨: ପଚିଯାଇଥିବା ପନିପରିବାକୁ ସାଧାରଣତଃ ଆମେ ଫିଙ୍ଗି ଦେଇଥାଉ କି ଗଛମୂଳେ ଦେଇ ଦେଇଥାଉ । ହେଲେ ହାଇଦ୍ରାବାଦରେ ଏମିତି ଏକ ପରିବା ମଣ୍ଡି ରହିଛି ଯେଉଁଠି ପଚି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି । ପ୍ରତିଦିନ ଏଠାରେ ପାଖାପାଖି ୧୦ ଟନ ପଚା ପରିବା ବାହରିଥାଏ । ପ୍ରଥମେ ପ୍ରଥମେ ଏହାକୁ ଫୋପାଡି ଦିଆଉଥିବା ବେଳେ ହେଲେ ଏବେ ଏହି ଜୈବିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପ୍ରତିଦିନ ପ୍ରାୟ ୫୦୦ ୟୁନିଟ ବିଜୁଳି ଉତ୍ପାଦନ କରାଯାଇ ପାରୁଛି । ହାଇଦ୍ରାବାଦ ବାହାରେ ସିକନ୍ଦରାବାଦରେ ଏକ ବଡ ପରିବା ମଣ୍ଡି ରହିଛି । ପ୍ରାୟ ୫୫ ବର୍ଷ ପୁରୁଣା ଏହି ମଣ୍ଡିକୁ କରୋନା ଭାଇରସ ମହାମାରୀ ସମୟରେ ବି ଲୋକେ ଯା’ଆସ କରୁଥିଲେ । ତେବେ ଏହି ମଣ୍ଡିରେ କେବଳ ବିଜୁଳି ନୁହେଁ ପଚା ପରିବାରୁ ୩୦ କିଲୋଗ୍ରାମ ବାୟୋଗ୍ୟାସ ବି ପ୍ରସ୍ତୁତ କରାଯାଉଛି । ଉତ୍ପାଦନ ହେଉଥିବା ୫୦୦ ୟୁନିଟ ବିଜୁଳିରୁ ପ୍ରାୟ ୧୦୦ ଷ୍ଟ୍ରିଟ ଲାଇଟ ଜଳିବାର କ୍ଷମତା ଥିବା ବେଳେ ଏଥିରୁ ମଣ୍ଡିରେ ଥିବା ୧୭୦ ଷ୍ଟଲ, ଏକ ଆଡମିନିଷ୍ଟ୍ରେଟିଭ ବିଲଡିଂ ଓ ପାନୀୟ ଜଳ ଯୋଗାଣ ପାଇଁ ଏହା ବ୍ୟବହାର କରାଯାଉଛି । ଆଉ ୩୦ କିଲୋଗ୍ରାମ ବାୟୋଗ୍ୟାସକୁ ମଣ୍ଡିରେ ଥିବା କ୍ୟାଣ୍ଟିନକୁ ଯୋଗାଇ ଦିଆଯାଉଛି । ଯେତେବେଳେ ଏହି ମଣ୍ଡିରେ ପରିବା ସବୁକୁ ନଷ୍ଟ କରି ଦିଆଯାଉଥିଲା ସେତେବେଳେ ହାଇଦ୍ରାବାଦର ସିଏସ୍‌ଆଇଆର୍ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜିର ବୈଜ୍ଞାନକ ମାନେ ଏହା ଉପରେ କାମ ଆରମ୍ଭ କରିଦେଇଥିଲେ । ଆଉ ଏବେ ଏହାର ଫଳ ବି ମିଳି ସାରିଛି । ଏବେ ଆଇଆଇସିଟିର ଦେଖାରଖାରେ ଏକ ଇଞ୍ଜିନିୟରିଂ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏହି କାମ କରୁଛି । ତେବେ ପରିବାରୁ ଖାଦ୍ୟ ପ୍ରସ୍ତୁତ କରିବା ସହଜ ହେଲେ ବିଜୁଳି ଉତ୍ପାଦନ ସାମାନ୍ୟ କଷ୍ଟକର ବ୍ୟାପାର । ଏଥିପାଇଁ ପ୍ରଥମେ ପଚା ପରିବାର ଏକ ଘୋଳ ପ୍ରସ୍ତୁତ କରାଯାଇଥାଏ । ଏହାପରେ ଏହାକୁ ଏକ ବଡ କଣ୍ଟେନରରେ ଢାଳି ଦିଆଯାଏ ଯାହା ଫଳରେ ଏହା ଜୈବ ଇନ୍ଧନରେ ପରିଣତ ହେବ । ଏଥିରେ କାର୍ବନ ଡାଇଅକ୍ସାଇଡ ଓ ମିଥେନ ଗ୍ୟାସ ରହିଥାଏ ଏହାପରେ ଏହାକୁ ଜେନେରେଟରେ ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯାଇଥାଏ । ବିଜ୍ଞାନ ପ୍ରସାର ପତ୍ରିକା ଅନୁଯାୟୀ, ବୈଜ୍ଞାନିକ ଡାକ୍ତର ଏ ଜି ରାଓ କୁହନ୍ତି ଏବେ ପର୍ଯ୍ୟନ୍ତ ଏଠାରେ ପାଖାପାଖି ୧୪୦୦ଟନ ପରିବାରୁ ବିଜୁଳି ଉତ୍ପାଦନ କରି ସାରିଲେଣି । ଏଥିରୁ ପାଖାପାଖି ୩୨,୦୦୦ୟୁନିଟ ବିଜୁଳି ଉତ୍ପାଦନ ହୋଇ ସାରିଲାଣି । ଏହାପରେ ହାଇଦ୍ରାବାଦର ଆଉ ୫ ମଣ୍ଡିରେ ଏଭଳି ଯୋଜନା କରାଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ଅତିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରିବା ମଣ୍ଡି ସମ୍ପର୍କରେ ତାଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଆଲୋଚନା କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri