ମୁଣ୍ଡ ନୁଆଁଇଲେ

Dillip Cherian

ନ୍ୟାଶ୍‌ନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏବଂ ନ୍ୟାଶ୍‌ନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି)ର ସଦସ୍ୟ ପଦ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବିତ କାର୍ଯ୍ୟଧାରାକୁ ନେଇ ସୁପ୍ରିମ୍‌କୋର୍ଟ (ଏସ୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ସଂସ୍ଥାରେ ପଦ ଖାଲି ରହିବା ଦ୍ୱାରା ଆଇନଗତ କାର୍ଯ୍ୟଧାରା ଦେବାଳିଆ ସ୍ଥିତିକୁ ଚାଲିଯାଇଛି ଏବଂ ଅତ୍ୟଧିକ ପିଛିଲା ମାମଲା ବିଚାର ନ ହୋଇ ପଡ଼ିରହିଛି। ଏନ୍‌ସିଏଲ୍‌ଟିର ନିର୍ଦ୍ଧାରିତ ସଦସ୍ୟ ସଂଖ୍ୟା ୬୩ ଥିବାବେଳେ ଏବେ ରହିଛନ୍ତି ୩୦ ସଦସ୍ୟ। ସେହିଭଳି ଏନ୍‌ସିଏଲ୍‌ଏଟିରେ ୧୧ ସଦସ୍ୟ ରହିବାର ପ୍ରାବଧାନ ଥିବାବେଳେ ଏବେ ଏହା ୮ ସଦସ୍ୟରେ ଚାଲିଛି। ପୁନଶ୍ଚ ଚଳିତ ବର୍ଷ ବହୁସମୟ ଉଭୟ ଟ୍ରିବ୍ୟୁନାଲ ବିନା ଫୁଲ୍‌ଟାଇମ୍‌ ଅଧ୍ୟକ୍ଷରେ ଚାଲିଛି। ସଦସ୍ୟ ନିଯୁକ୍ତିରେ ବିଳମ୍ବ ଯୋଗୁ ଏସ୍‌ସି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ଦ୍ୱାରା ଏହା ତରବରିଆ ଭାବେ ଏନ୍‌ସିଏଲ୍‌ଟିରେ ୧୮ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବା ଲାଗି ଘୋଷଣା କରିଦେଲେ। ଏହାସହ ସରକାର ମଧ୍ୟ ଏନ୍‌ସିଏଲ୍‌ଏଟି ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଦେଲେ। ସରକାର ଭାବିଥିଲେ ଯେ, ଏସ୍‌ସି କୋହଳ ମନୋଭାବ ପୋଷଣ କରିବେ। କିନ୍ତୁ ତାହା ହେଲା ନାହିଁ। କେନ୍ଦ୍ର ସରକାରଙ୍କ ପାଇଁ ଦୁର୍ଭାଗ୍ୟ ଯେ, ଏହି ଘଟଣାରେ ଏଯାବତ କୋଟର୍ର୍ଙ୍କ ଉଦ୍ଦେଶ୍ୟ ଅପରିବର୍ତ୍ତିତ ରହିଛି। ଏସବୁ ନିଯୁକ୍ତି ଉପରେ ମୁଖ୍ୟ ବିଚାରପତି ଏନ.ଭି.ରମନା ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ,ସିଲେକ୍‌ସନ କମିଟି ଦ୍ୱାରା ସୁପାରିସ୍‌ କରାଯାଇଥିବା ପ୍ରାର୍ଥୀଙ୍କୁ ସରକାର ଅଣଦେଖା କରିଛନ୍ତି। ଏବେ ସରକାର ଦୁଇ ସପ୍ତାହ ମଧ୍ୟରେ ଏହିସବୁ ନିଯୁକ୍ତିର ପୁନର୍ବିଚାର କରିବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ଏନ୍‌ସିଏଲ୍‌ଏଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ଅଶୋକ ଇକ୍‌ବାଲ ସିଂ ଚିମାଙ୍କ କାର୍ଯ୍ୟକାଳ ପୂରଣ ହେବାର ଅଳ୍ପଦିନ ପୂର୍ବରୁ ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନିଯୁକ୍ତି ଦେବା ଘଟଣାରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାରୁ ସରକାର ଜଷ୍ଟିସ୍‌ ଚିମାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ବାଧ୍ୟ ହୋଇଥିଲେ। ଏହିସବୁ ଘଟଣାରେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଦ୍ୱାରା କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବାକୁ ବା ସ୍ବୀକାର କରିବାକୁ ବଧ୍ୟ ହୋଇଛନ୍ତି।
ଦରକାରୀ ବାବୁ
ତୁମର ଆବଶ୍ୟକତା ଅନ୍ୟ ପାଇଁ ଅପରିହାର୍ଯ୍ୟ-ଏଭଳି ସ୍ଥିତି ଯଦି ସୃଷ୍ଟି କରିପାରିବ ତେବେ ଅବସର ବୟସ ତୁମ ପାଇଁ ଏକ ସଂଖ୍ୟା ହୋଇଯିବ। ଅବସର ପରେ ପୁଣି କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିବ। ଏହାକୁ ଭଲ ଭାବେ ଅନୁଭବ କରିଛନ୍ତି ଗୁଜରାଟ କ୍ୟାଡର୍‌ ଆଇଏଏସ୍‌ ଅଧିତ୍କାରୀ କେ.କୈଳାସନାଥନ୍‌। ୧୯୭୯ ବ୍ୟାଚ୍‌ର ଅଧିକାରୀ କୈଳାସନାଥନ ୨୦୧୩ରେ ଅବସର ନେବା ପରେ ସେବେଠାରୁ ସେ ଗୁଜରାଟ ମୁଖ୍ୟମନ୍ତ୍ରୀମାନଙ୍କର ଚିଫ୍‌ ପ୍ରିନ୍‌ସିପାଲ ସେକ୍ରେଟାରି ଭାବେ କାର୍ଯ୍ୟ କରି ଆସୁଛନ୍ତି। ୨୦୧୩ରୁ ବହୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଆଉ ଯାଇଛନ୍ତି, କିନ୍ତୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେମିତି ରହିଛନ୍ତି। ନିକଟରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ନେବା ପରେ ସେ ପୁଣି କୈଳାସନାଥନଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ନବୀକରଣ କରିଛନ୍ତି। କୈଳାସନାଥନ୍‌ ନିଜକୁ ଦକ୍ଷ ତଥା ଅତି ଦରକାରୀ ବାବୁ ଭାବେ ପ୍ରତିପାଦିତ କରିଥିବାରୁ ଯେ କେହି ଗୁଜରାଟର ମୁଖ୍ୟମନ୍ତ୍ରୀ ହୁଅନ୍ତୁନା କାହିଁକି, ତାଙ୍କ ବଦଳରେ ଆଉ କାହାକୁ ଅବସ୍ଥାପିତ କରିବାକୁ ଚାହଁୁନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନନ୍ଦି ବେନ ପଟେଲ, ବିଜୟ ରୂପାନି ଏବଂ ଏବକାର ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ ସେ ରହି ଆସିଛନ୍ତି। ଯେ ପର୍ଯ୍ୟନ୍ତ ସରକାରରେ କିଛି ବାବୁ କୈଳାସନାଥନଙ୍କ ଏଭଳି ଅସାଧାରଣ ଦୀର୍ଘମିଆଦୀ କାର୍ଯ୍ୟକାଳ ସମ୍ପର୍କିିତ ରହସ୍ୟ ଉଦ୍‌ଘାଟନ ନ କରିଛନ୍ତି, ସେ ଯାଏ ଅନେକ ଦ୍ୱନ୍ଦ୍ୱରେ ରହିବେ।
କ୍ଷୀଣ ଆଶା
କେନ୍ଦ୍ର ଓ ବହୁ ରାଜ୍ୟରେ ବାବୁ ସଙ୍କଟ ଦେଖାଦେଇଛି। ଯଦି ସରକାର ଏହା ଉପରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଏହା ଏକ ମହାସଙ୍କଟର ରୂପ ନେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ବିଭାଗରେ ୧୩ଟି ସଚିବ ସ୍ତରୀୟ ପଦବୀ ଖାଲି ପଡ଼ିଛି। କାର୍ଯ୍ୟରତ ସଚିବମାନଙ୍କ ମଧ୍ୟରୁ ଏହି ମାସ ଶେଷସୁଦ୍ଧା ୭ ଜଣ ଅବସର ନେବାକୁ ଯାଉଛନ୍ତି। ଏଣୁ ଖାଲି ପଦବୀ ସଂଖ୍ୟା ୨୦କୁ ବଢ଼ିଯିବ! ଶୀର୍ଷ ସ୍ତରରେ ଏତେ ସଂଖ୍ୟକ ପଦବୀ ଖାଲି ରହିବାରୁ ବୁଝାପଡ଼େ ଯେ, ଯଦି ଏଭଳି ସ୍ଥିତି ଦୂରେଇବା ଦାୟିତ୍ୱ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ବ୍ୟକ୍ତିଗତ ସଚିବ ଦୀପକ ଦାଣ୍ଡେକରଙ୍କ ଉପରେ ରହେ ତେବେ ସେମାନେ ଅତ୍ୟନ୍ତ ଚାପରେ ରହିବେ। ସୂତ୍ରରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ୧୧ ଜଣ ସଚିବ ଦ୍ୱୈତ ଦାୟିତ୍ୱ ସମ୍ଭାଳୁଛନ୍ତି ଏବଂ ଜଣେ ତିନୋଟି ପଦବୀର କାର୍ଯ୍ୟଭାର ମୁଣ୍ଡକୁ ନେଇଛନ୍ତି। ପ୍ରଶାସନିକ ସଂସ୍କାର ବିଭାଗର ସଚିବ ଏସ୍‌.କେ.ସିଂ ମଧ୍ୟ ପେନ୍‌ସନ ବିଭାଗ ଓ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଦେଖାରଖା କରୁଛନ୍ତି। ଅନ୍ୟପକ୍ଷରେ ନୂଆ ଗଢ଼ାଯାଇଥିତ୍ବା ସହଯୋଗ ମନ୍ତ୍ରଣାଳୟ ଏବେସୁଦ୍ଧା ତା’ର ପ୍ରଥମ ସଚିବ ପାଇବା ଅପେକ୍ଷାରେ ରହିଛି। କୌତୂହଳର କଥା, ଖାଲି ପଦବୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଫେବୃୟାରୀରେ ସଚିବ ସ୍ତରୀୟ ପଦରେ ନିଯୁକ୍ତି ପାଇଁ ତାଲିକାଭୁକ୍ତ ୧୯୮୯ ବ୍ୟାଚ୍‌ର ବହୁ ଅଧିକାରୀ ଏହିସବୁ ଖାଲି ପଦବୀରେ ନିଯୁକ୍ତି ପାଇବେ ବୋଲି ଅଶା ବାନ୍ଧି ବସିଛନ୍ତି। ଏହି ସବୁ ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସରକାର ନିଷ୍ପତ୍ତି ନେବାର ବିଳମ୍ବ ସେମାନଙ୍କ ପାଇଁ ଅତ୍ୟଧିକ ଯନ୍ତ୍ରଣାଦାୟକ ହୋଇଛି। ଯଦି ଏହିସବୁ ଖାଲିପଦବୀରେ ନିଯୁକ୍ତି ଦେବାରେ ବିଳମ୍ବ ହୁଏ, ତେବେ ପଦୋନ୍ନତି ପାଇବାକୁ ଥିବା ବାବୁମାନଙ୍କ ଆଶା ମଧ୍ୟ ମଉଳିଯିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri