Posted inଖେଳ

ବୋଲ୍ଟ, ଚହଲଙ୍କ ବୋଲିଂ ସଫଳତା

ମୁମ୍ବାଇ,୨ା୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୧୨୫/୯ରେ ସୀମିତ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୩ ଜଣ ବ୍ୟାଟର ଖାତା ଖୋଲି ପାରି ନ ଥିବା ବେଳେ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଜବାବରେ ଖବର ପ୍ରସ୍ତୁତ ବେଳକୁ ରାଜସ୍ଥାନ ୬ ଓଭରରେ ୨ ଉଇକେଟ ହରାଇ ୪୬ ରନ୍‌ କରିଛି।
ଟସ୍‌ ହାରି ରାଜସ୍ଥାନ ପ୍ରଥମେ ବୋଲିଂ କରିଥିଲା। ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ରୋହିତ ଶର୍ମା ଓ ନମନ ଧୀରଙ୍କୁ ଆଉଟ କରିଥିଲେ ବୋଲ୍ଟ। ପ୍ରଥମ ଓଭରରେ ହିଁ ଡଓ୍ବୋଲ୍ଡ ବ୍ରେଭିସ୍‌ ଇମ୍ପାକ୍ଟ ସବ୍‌ ଭାବରେ ଆସିଥିଲେ ତେବେ ସେ ମଧ୍ୟ ଖାତା ଖୋଲିବା ଆଗରୁ ବୋଲ୍ଟଙ୍କ ଶିକାର ହୋଇଥିଲେ। ଇଶାନ କିଶନ ୧୬ ରନ୍‌ କରି ନାନ୍ଦ୍ରେ ବର୍ଗରଙ୍କ ବଲରେ ଆଉଟ ହେବାରୁ ୨୦ ରନ୍‌ ମଧ୍ୟରେ ୪ ଉଇକେଟ ହରାଇଥିଲା ମୁମ୍ବାଇ। ପରବର୍ତ୍ତୀ ଦୁଇ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଳକ ବର୍ମା ୩୨ ରନ କାଉଣ୍ଟର ଆଟାକ କରିଥିଲେ। ଉଭୟ ୫୬ ରନ୍‌ ଯୋଡିଥିବା ବେଳେ ଚହଲଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇଥିଲେ ପାଣ୍ଡ୍ୟା। ୨୧ ବଲ୍‌ ଖେଳି ସେ ୬ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ତିଳକ ୨୯ ବଲ୍‌ ଖେଳି ୨ ଛକା ମାରିଥିଲେ। ଶେଷ ଭାଗରେ ଟିମ ଡେଭିଡ୍‌ ୧୭ ରନ୍‌ କରିବାରୁ ମୁମ୍ବାଇ ୧୨୫ ରନ୍‌ରେ ପହଞ୍ଚିଥିଲା। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ଲେଖାଏ ଉଇକେଟ ନେଇଥିଲେ। ନାନ୍ଦ୍ରେ ବର୍ଗର ୨ ଓ ଆଭେଶ ଖାନ୍‌ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୨୫/୯(ହାର୍ଦ୍ଦିକ ପାଣ୍ଡ୍ୟା-୩୪, ତିଳକ ବର୍ମା-୩୨,ଟିମ୍‌ ଡେଭିଡ୍‌-୧୭, ୟୁଜବେନ୍ଦ୍ର ଚହଲ-୩/୧୧, ଟ୍ରେଣ୍ଟ ବୋଲ୍ଟ-୩/୨୨, ନାନ୍ଦ୍ରେ ବର୍ଗର-୨/୩୨, ଆଭେଶ ଖାନ୍‌-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri