ପାଣି କିଣିଲେ, ଶୌଚ ପାଇଁ ବନ୍ଧୁଘର ଧାଇଁଲେ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ଖାଲଖମା ରାସ୍ତା, ବିଜୁଳି, ଦୁର୍ଗନ୍ଧ, ମଶା ଦାଉରେ କଲବଲ ହେବାପରେ ଏବେ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇଛନ୍ତି ସ୍ମାର୍ଟସିଟିବାସୀ। ଗୋଟେପଟେ ସ୍ବେରେଜ କାମ ପାଇଁ ଓ୍ବାଟ୍‌କୋ ସହରର ବିଭିନ୍ନ ସ୍ଥାନରେ ଖୋଳାପୋତା କରି ଚାଲିଥିବାବେଳେ ଏବେ ପୁଣି ସହରବାସୀଙ୍କୁ ପାଣି ଯୋଗାଇବାରେ ଫେଲ୍‌ ମାରିଛି। ଠିକ୍‌ ସମୟରେ ପାଇପ୍‌ ମରାମତି କରାଯାଇ ପାରି ନ ଥିବାରୁ ଶୁକ୍ରବାର ରାତିରୁ ସହରର ବିଭିନ୍ନ ଅଞ୍ଚଳରେ ପାଣି ଯୋଗାଣ ବନ୍ଦ ରହିଛି। ଫଳରେ ବମିଖାଲ, ପଳାଶୁଣୀ, ସୁଭଦ୍ରା ଏନ୍‌କ୍ଲେଭ, ଜୟଦୁର୍ଗା ନଗର, ପ୍ରାଚୀବିହାର, ରସୁଲଗଡ଼ ସମେତ ଅଧିକାଂଶ ଅଞ୍ଚଳରେ ରହୁଥିବା ଶହଶହ ପରିବାର ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁମାନଙ୍କର ବୋରିଂ ନାହିଁ ସେମାନଙ୍କ ଅବସ୍ଥା କହିଲେ ନ ସରେ। ଶୁକ୍ରବାର ରାତି ଯାହା ଯେମିତି କଟି ଯାଇଥିଲେ ବି ଶନିବାର ସକାଳୁ ପିଇବା ସହ ନିତ୍ୟକର୍ମ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ପରିବାର ବଜାରରକୁ ପାଣି କିଣି ପିଇଥିଲେ ମଧ୍ୟ ଶୌଚ ପାଇଁ ହଟହଟା ହେବାକୁ ପଡିଥିଲା। କିଏ ସହରରେ ରହୁଥିବା ବନ୍ଧୁ ଘରକୁ ଧାଇଁଥିଲେ ତ ଆଉ କିଏ ବୋରିଂ ରହିଥିବା ଚିହ୍ନା ପରିଚିତଙ୍କ ଘରୁ ପାଣି ମାଗିଆଣି ଚଳିଥିଲେ। ଏପରିକି ବହୁ ପରିବାର ଘରେ ତାଲା ପକାଇ ପିଲାଛୁଆ ଧରି ବନ୍ଧୁଘର କିମ୍ବା ଅନ୍ୟତ୍ର ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ପିଇବା ପାଇଁ ଦୋକାନରୁ ପାଣି କିଣି ଆଣିବା ସହ କିଛି ଲୋକ ରୋଷେଇ କରି ନ ପାରି ହୋଟେଲରୁ ଖାଇବା ଆଣିଥିଲେ। ଏହାକୁ ନେଇ ଦିନ ତମାମ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କେତେକ ସ୍ଥାନରେ ଲୋକେ ଉତ୍ତ୍ୟକ୍ତ ହୋଇ ଶୌଚ ପାଇଁ ବ୍ୟବହାର କରିଥିବା ଟିସୁ ପେପର ରାସ୍ତାକୁ ଫିଙ୍ଗିଥିଲେ। ଓ୍ବାଟ୍‌କୋ ଓ ବିଏମ୍‌ସି କାର୍ଯ୍ୟାଳୟରେ ଏନେଇ ଅଭିଯୋଗ କରାଯାଇଥିଲେ ବି କୌଣସି ଲାଭ ହୋଇ ନ ଥିଲା। ତେବେ ପଳାଶୁଣୀଠାରେ ଥିବା ପାଣି ପାଇପ୍‌ଲାଇନ୍‌ କାମ ଚାଲିଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଶନିବାର ସନ୍ଧ୍ୟାରେ ଓ୍ବାଟ୍‌କୋ ଡିଭିଜନ-୨ର ଜେନେରାଲ ମ୍ୟାନେଜରଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଥିଲା। ଗୋଟେପଟେ ରାଜ୍ୟ ସରକାର ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟର ରାଜଧାନୀରେ ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri