ହକି ବିଶ୍ୱକପ୍‌ ଟ୍ରଫି ପରିକ୍ରମା, ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲାପାଳ ସମ୍ବର୍ଦ୍ଧିତ

ବୌଦ୍ଧ,୨୫ା୨(ସ୍ବ.ପ୍ର.): ହକି ବିଶ୍ୱକପ୍‌ ଟ୍ରଫିର ଜିଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଜିଲାରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ଦିନ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଜିଲାପାଳ ସାହୁ ସମ୍ପୂର୍ଣ୍ଣ ଜିଲା ପ୍ରଶାସନର ଟିମ୍‌କୁ ସଫଳତାର ଶ୍ରେୟ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ପ୍ରକାଶଥାଉ କି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାପାଳ ସାହୁଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲାରେ ହକି ବିଶ୍ୱକପ ଟ୍ରଫିକୁ ସ୍ବାଗତ କରାଯିବା ସହିତ ସମ୍ପୂର୍ଣ୍ଣ ଜିଲା ପରିକ୍ରମା କରାଯାଇଥିଲା। ବିଶ୍ୱକପ୍‌ ହକି ଅବସରରେ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯିବା ସହିତ ମହୋତ୍ସବ ମଞ୍ଚରେ ପ୍ରତିଦିନ ଏଲଇଡି ସ୍କିନରେ ହକି ବିଶ୍ୱକପର ସିଧା ପ୍ରସାରଣକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ଜିଲାରେ ସଫଳତାର ସହିତ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧ ଜିଲାପାଳ ସାହୁଙ୍କୁ ପୁରସ୍କୃତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ଅତିରକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ତହସିଲଦାର ଦେବୀ ପ୍ରସାଦ ଦାଶ,ଡେପୁଟି କଲେକ୍ଟର ଝରଣା ପ୍ରଧାନ,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା,ଅଧ୍ୟାପକ ପ୍ରବୀର କୁମାର ଦାସ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ବତନ୍ତ୍ର ନୀତି

ଖୋର୍ଦ୍ଧା ଅଫିସ,୨୧ା୯: ରାଜ୍ୟରେ ଶିଳ୍ପ ସମୃଦ୍ଧ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର...

ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୨୦।୩: ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ହୋଲି ଛୁଟିପରେ ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ...

ବର୍ଷା ଛାଡ଼ିବା ପରେ ପୁଣି ଲେଉଟିଲା ଶୀତ

କୋଳିମାଟି,୨୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ଅଞ୍ଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି। ଅଧିକ ମାତ୍ରାରେ ଶୀତ ହେଉଥିବାରୁ ସାଧାରଣ ଲୋକମାନେ ସକାଳ ୮ଟା...

ଦାୟିତ୍ୱ ନେଲେ ସିଏମ୍‌ସିର ନୂଆ କମିଶନର, ‘ଅଭିଜ୍ଞତାକୁ ନେଇ ସମସ୍ୟାର ସମାଧାନ କରିବି’

କଟକ ଅଫିସ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍‌ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ...

୨୫୭ ପ୍ରକଳ୍ପ ପାଇଁ ୬ କୋଟିର ପ୍ରସ୍ତାବ ଅନୁମୋଦନ

ସୋନପୁର,୧୧।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିର ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଜଙ୍ଗଲ,...

୩୦ବର୍ଷରୁ ଊର୍ଦ୍ଧ୍ୱ ଅପୂଜା ଥିଲେ ଅଲାରନାଥ

ବ୍ରହ୍ମଗିରି,୭ା୬(ଡି.ଏନ୍‌.ଏ.): କରୋନା ଲାଗି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ୧୪୪ ଧାରା ଜାରି ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଫଳରେ...

ଆରମ୍ଭ ହେଲା ‘ସ୍ବଚ୍ଛ ସବାରୀ’

କେନ୍ଦୁଝର, ୨୫ା୫(ଡି.ଏନ୍‌.ଏ.)-କେନ୍ଦୁଝରଗଡ ପୌରପାଳିକାରେ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଦିଆଯାଇଥିବା ୧୪ଟି ସ୍ବଚ୍ଛ ସବାରୀ ସୋମବାର ଲୋକାର୍ପିତ...

ଶର୍ଟ ସର୍କିଟରେ ଜଳିଗଲା ଘର: ମହିଳା ଗୁରୁତର

ନବରଙ୍ଗପୁର,୧୫ା୧(ବି.ପ୍ର.): ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲ ରୋଡ କଡରେ ଥିିବା ପି. ଉଷାଙ୍କ ଘରେ ବୁଧବାର ବିଦ୍ୟୁତ ଶର୍ଟ ସର୍କିଟ ହୋଇ ଘର ସମେତ ଦୋକାନ...

Advertisement
Archives

Model This Week