ଶ୍ରେଣୀଗୃହରେ ମଦ ବୋତଲ, ଗଛମୂଳେ ପଢ଼ିଲେ ପିଲା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ। ଅସୁରକ୍ଷିତ ହୋଇପଡୁଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଓ ସ୍ଥିତିକୁ ଦେଖିଲେ ଶିକ୍ଷାନଗରୀର ଶିକ୍ଷାନୁଷ୍ଠାନ କେତେ ସୁରକ୍ଷିତ ତାହା ବାରିହୋଇପଡୁଛି। ଅସାମାଜିକମାନେ ମଦ୍ୟପାନ କରିବା ସହ ଶ୍ରେଣୀଗୃହ ଓ ସ୍କୁଲ ପରିସରରେ ଚାରିଆଡେ ମଦ ବୋତଲ ଓ ଗ୍ଲାସ୍‌ ଭାଙ୍ଗି ପକାଇବାରୁ ସୋମବାର ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଶିକ୍ଷୟିତ୍ରୀଶିକ୍ଷକମାନେ ନାନା ହଇରାଣ ହୋଇଥିଲେ। ସେମାନେ ବାଧ୍ୟହୋଇ ପିଲାମାନଙ୍କୁ ଶ୍ରେଣୀ ଗୃହରେ ବାହାରେ ଥିବା ଏକ ଗଛମୂଳେ ଜରି ପକାଇ ପାଠ ପଢାଇଥିଲେ। ଭଙ୍ଗା କାଚଖଣ୍ଡ ସଫା କରାଯିବା ପରେ ପିଲାଙ୍କୁ ଶ୍ରେଣୀ ଗୃହକୁ ନିଆଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସା ହେଲେ ଏହି ସ୍କୁଲ ପରିସରରେ ଅସାମାଜିକ ଯୁବକ ଆଡ୍ଡା ଜମାଇ ବିଭିନ୍ନ ନିଶାଦ୍ରବ୍ୟ ସେବନ କରିବା ସହ ବିଭିନ୍ନ ଅପରାଧ ଘଟାଇଥାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିପରି ସ୍କୁଲ ଶିକ୍ଷକମାନେ ଏହାକୁ ନିନ୍ଦା କରିବା ସହ ଘଟଣା ବାବଦରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି। ଏପରିସ୍ଥିତିରେ ରବିବାର ସ୍କୁଲ ପରିସରରେ ୫୦ ନମ୍ବର ୱାର୍ଡ କର୍ପୋରେଟର ଏକବର୍ଷ ପୂର୍ତି ଉତ୍ସବର ଆୟୋଜନ କରିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଏହି ଉତ୍ସବ ସରିବା ପରେ ସ୍କୁଲ ପରିସରରେ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଇଛି। ଏନେଇ ସମ୍ପୃକ୍ତ କର୍ପୋରେଟର କହିଛନ୍ତି, ମହିଳା ସମିତି ମିଟିଂ ଚାଲିଥିଲା। କାର୍ଯ୍ୟକ୍ରମ ପରେ ଆମେ ସମସ୍ତେ ଚାଲିଯାଇଥିଲୁ। ପରେ କେହି ଆସି ଏମିତି କରିଥାଇ ପାରନ୍ତି। ଏହାସହ ଅସାମାଜିକ ଯୁବକମାନେ ସା ହେଲେ ପାଚେରୀ ଡେଇଁ ସ୍କୁଲରେ ପ୍ରବେଶ କରିବା ସହ ଉତ୍ପାତ କରି ମଦ ବୋତଲ ଭାଙ୍ଗିଥାନ୍ତି। ଏସଂକ୍ରାନ୍ତରେ ବାରମ୍ବାର ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେଣୁ ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯିବା ସହ ଅସାମାଜିକଙ୍କ ଆଡ୍ଡା ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିପରି ପୋଲିସ ପକ୍ଷରୁ ବିଭିନ୍ନ ଖଟି ଜାଗାରେ ଚଢାଉ କରାଯାଉଥିବାରୁ ଧରା ନ ପଡିବା ଲାଗି ଅସାମାଜିକ ଯୁବକମାନେ ସ୍କୁଲ ପରିସରକୁ ଚାଲି ଯାଇ ଉତ୍ପାତ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri