ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହରେ ହିନ୍ଦୁମାନେ ଶିବରାତ୍ରି ପୂଜା କରିବେ। ଏହା ସହିତ ମୁସଲମାନମାନେ ମଧ୍ୟ ଏଠାରେ ନମାଜ ପାଠ କରିବେ। ୱାକଫ ଟ୍ରିବ୍ୟୁନାଲ ଶୁକ୍ରବାର ଏଥିପାଇଁ ଅନୁମତି ଦେଇଥିଲେ। ଗତଥର ଏଠାରେ ହିଂସାତ୍ମକ ଘଟଣା ଘଟିଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଡେପୁଟି କମିଶନର ଯଶବନ୍ତ ଗୁରୁକରଙ୍କ ଅନୁଯାୟୀ, ଶନିବାର ଦିନ ଉର୍ସ ପର୍ବ ପାଇଁ ମୁସଲମାନମାନଙ୍କୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିବାବେଳେ ଶିବରାତ୍ରି ପୂଜା ପାଇଁ ହିନ୍ଦୁମାନଙ୍କୁ ଅପରାହ୍ନ ୨ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଏଣ୍ଡୋଲା ମଠର ସିଦ୍ଧଲିଙ୍ଗ ସ୍ବାମୀ ଏବଂ ହିନ୍ଦୁ ସମ୍ପ୍ରଦାୟର ଅନ୍ୟ ୧୪ ଜଣଙ୍କୁ ଦରଗାହ ଭିତରେ ପୂଜା କରିବାକୁ ଅନୁମତି ଦିଆଯାଇଛି।

ପୋଲିସ ଅଧୀକ୍ଷକ ଇଶା ପନ୍ତ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଦୁଇ କିଲୋମିଟର ଦୂରତା ମଧ୍ୟରେ ୧,୦୫୦ ପାଲିସଙ୍କୁ ମୁତୟନ କରାଯାଇଛି। ଏହା ବ୍ୟତୀତ ୧୨ ଟି ଚେକ ପୋଷ୍ଟ ପ୍ରତିଷ୍ଠା କରାଯାଇଛି। ଏହି ଅଞ୍ଚଳରେ ପ୍ରବେଶ କରୁଥିବା ଯାନଗୁଡିକର ଯାଞ୍ଚ୍‌ କରାଯାଉଛି। ୱାକଫ ଟ୍ରିବ୍ୟୁନାଲ ଅନୁଯାୟୀ ସା ୬ ଟା ପରେ କାହାକୁ ଦରଗାହ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ କଡା ନିର୍ଦ୍ଦେଶ ଜାରି କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚତୁର୍ଦ୍ଦଶ ଶତାବ୍ଦୀର ସୁଫି ସନ୍ଥଙ୍କ ନାମରେ ଏହି ଦରଗାହର ନାମକରଣ କରାଯାଇଛି। ଯିଏ ତାଙ୍କର ଦାର୍ଶନିକ ଦୃଷ୍ଟିକୋଣ ପାଇଁ ପ୍ରସିଦ୍ଧ ଥିଲେ। ୧୫ ଶତାବ୍ଦୀର ସାଧୁ ରାଘବ ଚୈତନ୍ୟଙ୍କ ସମାଧି ମଧ୍ୟ ଏଠାରେ ଅଛି। ଏଠାରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ଅଛି। ବହୁ ବର୍ଷ ଧରି ମୁସଲମାନ ଏବଂ ହିନ୍ଦୁମାନଙ୍କ ପାଇଁ ଏହା ଏକ ସାଧାରଣ ପୂଜାପାଠ ସ୍ଥଳ ହୋଇଆସୁଛି।

ତେବେ ୨୦୨୧ ମସିହାରେ, ଏହି ଦରଗାହକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ହୋଇଥିଲା ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଶିବଲିଙ୍ଗଙ୍କୁ ଅପମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri