ଋଣ କର, ସାଥିରେ ଅଛୁ

ବର୍ତ୍ତମାନ ଭାରତୀୟ ଶାସନତନ୍ତ୍ରକୁ ଦେଖିଲେ କେନ୍ଦ୍ର ସରକାର ପ୍ରତ୍ୟେକ ବିଷୟରେ ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ପରିତ୍ୟାଗ କରିଦେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକର କ୍ଷମତାକୁ ଛଡ଼େଇ ନେବାରେ ଧୁରନ୍ଧର। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କେନ୍ଦ୍ରୀୟ ସ୍ତରରେ ହେଉଥିବା ବୈଠକରେ ରାଜ୍ୟଗୁଡ଼ିକର ସ୍ବାତନ୍ତ୍ର୍ୟ ଓ ଅଧିକାର ଉପରେ ଗୁରୁତ୍ୱ ଦେଉଥିଲେ। ରାଜ୍ୟଗୁଡ଼ିକୁ ଅତ୍ୟଧିକ ଆର୍ଥିକ ସ୍ବାଧୀନତା ମିଳୁ ବୋଲି ଯୁକ୍ତି କରୁଥିଲେ। ହେଲେ ନିଜେ ଯେତେବେଳେ ଦିଲ୍ଲୀରେ କ୍ଷମତାରେ ବସିଲେ ପ୍ରଥମେ ସଂଘୀୟ ବ୍ୟବସ୍ଥାକୁ ଚୋଟ ମାରିଲେ। ଉଦାହରଣ ସ୍ବରୂପ, ୨୦୧୭ ଜୁଲାଇରେ ଦେଶରେ ପ୍ରଚଳନ କରାଯାଇଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)। ଫଳରେ ରାଜ୍ୟଗୁଡ଼ିକର ଆର୍ଥିକ ଦିଗକୁ ଶକ୍ତ ପାହାର ବସିଲା। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଯୋଗୁ ନଇଁପଡ଼ିଥିବା ଅର୍ଥନୀତି ଏହାଦ୍ୱାରା ଆହୁରି ଦୁର୍ବଳ ହୋଇଗଲା। ଉଲ୍ଲେଖ କରାଯାଇପାରେ ଯେ, ଭାରତୀୟ ଅର୍ଥନୀତି ମହାମାରୀ ପୂର୍ବରୁ ତଳିତଳାନ୍ତ ହୋଇଯାଇଥିଲା। କରୋନାଜନିତ ଲକ୍‌ଡାଉନ୍‌ ପରେ ସେହି କ୍ଷତି ବିଶାଳ ରୂପ ଧାରଣ କରିଛି। ୨୦୨୦ ସମ୍ପୂର୍ଣ୍ଣ ବର୍ଷ ଏହିଭଳି ଖୋଲା ଓ ବନ୍ଦ ଭିତରେ ବିତିଯାଇଥିବା ବେଳେ ଏବେ ୨୦୨୧ର ମଧ୍ୟଭାଗରେ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଲୋକଙ୍କ ହାତରେ ଅର୍ଥର ଘୋର ଅଭାବ। ବିମୁଦ୍ରୀକରଣ ହୋଇ ନ ଥିଲେ, ନଗଦ ରାଶି ଲୋକଙ୍କୁ ସହାୟକ ହୋଇଥାଆନ୍ତା। ସେତେବେଳେ ମୋଦିଙ୍କ ବିମୁଦ୍ରୀକରଣକୁ ଯେଉଁମାନେ ସମର୍ଥନ କରୁଥିଲେ, ଏବେ ମୁହଁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି। କାରଣ ସେମାନେ ବାସ୍ତବତାକୁ ଅଙ୍ଗେ ଅନୁଭବ କଲେଣି। ଜିଏସ୍‌ଟି ବିଷୟକୁ ତର୍ଜମା କଲେ ଗତବର୍ଷ ମହାମାରୀ ସମୟରେ ରାଜ୍ୟଗୁଡ଼ିକର ଆବଶ୍ୟକ ଅଂଶଧନ ଦେବାରେ କେନ୍ଦ୍ର ବିଫଳ ହୋଇଥିଲା। ସେତେବେଳେ ରାଜ୍ୟଗୁଡ଼ିକ କେନ୍ଦ୍ରର ପଦକ୍ଷେପକୁ ବିରୋଧ କଲେ। ସେହି ସମୟରେ କେନ୍ଦ୍ର ସରକାର ବୁଦ୍ଧି ଦେଲେ ଯେ, ସେମାନେ ଉକ୍ତ ଅର୍ଥ ଭରଣା ପାଇଁ ବଜାରରୁ ଋଣ କରିପାରିବେ। ଏଥିରେ କେନ୍ଦ୍ର ସହାୟତା କରିବ। ଏଭଳି ଅବାନ୍ତର ସହଯୋଗ ସମ୍ଭବତଃ ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେବେ ଦେଖାଦେଇ ନ ଥିଲା।
ଭାଜପା କେନ୍ଦ୍ରରେ କ୍ଷମତାସୀନ ହେବା ପରେ ସର୍ବଦା ‘ଏକ ଦେଶ ଏକ ଟିକସ’, ‘ଏକ ଦେଶ ଏକ ପରିଚୟପତ୍ର (ଆଧାର)’, ‘ଏକ ଦେଶ ଏକ ରାଶନ କାର୍ଡ’ଠାରୁ ଆରମ୍ଭ କରି ‘ଏକ ଦେଶ ଏକ ଭାଷା’ ବାଟ ଦେଇ ‘ଏକ ଦେଶ ଏକ ନେତା’ ପାଖରେ ପହଞ୍ଚୁଥିଲା। ମଝିରେ କରୋନା ବିଗାଡ଼ିଦେଲା। ସମ୍ବିଧାନରେ ‘ବିବିଧତା ଭିତରେ ଏକତା’କୁ ଭାରତର ସୌନ୍ଦର୍ଯ୍ୟ ଭାବେ ଅଭିହିତ କରାଯାଇଛି। କିନ୍ତୁ ଏବକାର କେନ୍ଦ୍ର ସରକାର ତାହାକୁ ଗ୍ରହଣ ନ କରି ନିଜେ ନୀତି ତିଆରି କରିବାକୁ ଚାହୁଁଥିବା ଦେଖାଯାଉଛି। ଏଠାରେ ଅନେକେ ପ୍ରଶ୍ନ କଲେଣି ଯେ, ସବୁକିଛି କେନ୍ଦ୍ରୀକରଣ ଚାହୁଁଥିବା ମୋଦି ‘ଟିକାକରଣ’ରେ ସେହି ନୀତି ଆପଣାଇଲେ ନାହିଁ କାହିଁକି। କେନ୍ଦ୍ର ସରକାର ଉପରେ ଆର୍ଥିକ ଓ ପରିଚାଳନାଗତ ଚାପ ପଡ଼ିବାରୁ ରାଜ୍ୟଗୁଡ଼ିକ ଟିକା ସଂକ୍ରାନ୍ତରେ ନିଷ୍ପତ୍ତି ନିଅନ୍ତୁ ବୋଲି ପରାମର୍ଶ ଦିଆଗଲା। ଏହି କ୍ଷେତ୍ରରେ କେବଳ ମୋଦି କୋଅପରେଟିଭ୍‌ ଫେଡେରାଲିଜମ୍‌ ବା ସହଯୋଗୀ ସଂଘୀୟବାଦ ବିଷୟକୁ ଗୁରୁତ୍ୱ ଦେଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଏବେ ଭାଜପା ସରକାର ନିଜର ସଂଘୀୟ ବ୍ୟବସ୍ଥାକୁ ଫେରିଯିବାକୁ ଚାହୁଁଛି। ନ ହେଲେ ପ୍ରାୟ ସବୁ କଥାରେ କେନ୍ଦ୍ରୀୟ ଶାସନ ସିଧାସଳଖ ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଯିବାକୁ ଚେଷ୍ଟା ଚାଲିଛି। ଏପରିକି ନିକଟରେ ପଶ୍ଚିମବଙ୍ଗର ନୂତନ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଓ ନେତାମାନଙ୍କୁ କେନ୍ଦ୍ରୀୟ ପୋଲିସ ବାହିନୀ ଦ୍ୱାରା ସୁରକ୍ଷା ଦିଆଯାଉଛି। କାରଣ ଭାଜପା ସେଠାରେ ବିରୋଧୀ ଦଳକୁ ଚାଲିଯାଇଛି।
ଆଜି ମୋଦି ଓ ତାଙ୍କ ଦଳ ଯେଉଁ ରାସ୍ତା ଧରିଛନ୍ତି, ତାହା ଦ୍ୱାରା ଦେଶରେ ଅନେକ କ୍ଷତି ହେଉଛି। ନିରଙ୍କୁଶ କ୍ଷମତାକୁ ଜାବୁଡ଼ି ଧରି ନେତୃତ୍ୱ ନେବାର ଅହଂଭାବ ଯୋଗୁ ଭାଜପାକୁ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ବିଶେଷକରି ପଶ୍ଚିମବଙ୍ଗରୁ କିଭଳି ଧକ୍‌କା ମିଳିଛି, ତାହା ସମସ୍ତେ ଜାଣନ୍ତି। ସେହିଭଳି କେବଳ କଂଗ୍ରେସକୁ ଦୋଷ ଦେଇ ଦିନେ କ୍ଷମତାକୁ ଆସିଥିବା ଭାଜପା ବୁଝିବା ଦରକାର ଯେ, ସ୍ବାଧୀନ ଭାରତ ଇତିହାସରେ ଯାହାସବୁ ସକାରାତ୍ମକ କାର୍ଯ୍ୟ ହୋଇଛି, ତାହାର ଶ୍ରେୟ କେବଳ ଗାନ୍ଧୀ ପରିବାର କିମ୍ବା କଂଗ୍ରେସ ନେଇପାରିବ ନାହିଁ। ଆଶାନୁଯାୟୀ ହେଉ ବା ନ ହେଉ, ଯାହା ବି ଭାରତରେ ହୋଇଛି ତାହାର ସବୁ ଶ୍ରେୟ ଦେଶର ଏହି ନାଗରିକଙ୍କୁ ଯିବ। ସେହି ନାଗରିକ ଥରେ ନୁହେଁ, ଦୁଇଥର ଅର୍ଥାତ୍‌ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପରାଜିତ କରି ଅଳିଆଗଦାରେ ଫୋପାଡ଼ି ଦେଇଛନ୍ତି। ସରକାରୀ ଦଳ ନିଜର ଦାୟିତ୍ୱକୁ ଅବହେଳା କରି ବିରୋଧୀଙ୍କ ମୁଣ୍ଡରେ ଦୋଷ ଲଦିଲେ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri