ନୂଆବର୍ଷରେ ଭାରତରେ ଜନ୍ମ ନେଇଛନ୍ତି ସର୍ବାଧିକ ଶିଶୁ

ନ୍ୟୁୟର୍କ,୩।୧: ଗୋଟିଏ ପଟେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟପଟେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ସଂଖ୍ୟକ ଶିଶୁ କେବଳ ଭାରତରେ ଜନ୍ମ ନେଇଛନ୍ତି। ଭାରତରେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ୬୦,୦୦୦ ପିଲା ଜନ୍ମ ହୋଇଥିଲେ। ଏହା ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ। ତଥାପି ଜନ୍ମସଂଖ୍ୟା ୨୦୨୦ ତୁଳନାରେ ୭,୩୯୦ କମ୍‌ ଅଟେ।

ୟୁନିସେଫ୍‌ ଆକଳନ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୧ରେ ଭାରତରେ ୩୫,୬୧୫ ଜନ୍ମିତ ଶିଶୁ ଚାଇନା ଅପେକ୍ଷା ଅନେକ ଗୁଣ ଅଧିକ। ଶିଶୁ ଜନ୍ମ ଦୃଷ୍ଟିରୁ ଚାଇନା ଏଥର ଦ୍ୱିତୀୟ ସ୍ଥାନରେ ରହିଛି। ୟୁନିସେଫ୍‌ ଆକଳନ କରିଛି ଯେ ଜାନୁୟାରୀ ୧ରେ ସାରା ବିଶ୍ୱରେ ୩,୭୧,୫୦୪ରୁ ଅଧିକ ଶିଶୁ ଜନ୍ମ ହୋଇଥିଲେ। ଏହି ୫୨ ପ୍ରତିଶତ ମଧ୍ୟରୁ କେବଳ ୧୦ଟି ଦେଶରେ ଶିଶୁ ଜନ୍ମ ହୋଇଛନ୍ତି।

ଭାରତରେ ୫୯,୯୯୫ ପିଲା, ଚାଇନାରେ ୩୫,୬୧୫, ନାଇଜେରିଆରେ ୨୧,୪୩୯, ପାକିସ୍ତାନରେ ୧୪,୧୬୧, ଇଣ୍ଡୋନେସିଆରେ ୧୨,୩୩୬, ଇଥିଓପିଆରେ ୧୨,୦୦୬, ଆମେରିକାରେ ୧୦,୩୧୨, ଇଜିପ୍ଟରେ ୯,୪୫୫ ଶିଶୁ, ବାଂଲାଦେଶ (୯୨୩୬) ଏବଂ ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋରେ ୮,୬୪୦ ପିଲା ଜନ୍ମ ହୋଇଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାରେ ପ୍ରାୟ ୧୪୦ନିୟୁତ ଶିଶୁ ଜନ୍ମ ହେବେ ଏବଂ ସେମାନଙ୍କର ହାରାହାରି ବୟସ ୮୪ ବର୍ଷ ହେବ ବୋଲି ଆଶା କରାଯାଉଛି। ୟୁନିସେଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର କହିଛନ୍ତି ଯେ, ଆଜି ଜନ୍ମ ହୋଇଥିବା ପିଲାମାନେ ଏକ ବର୍ଷ ପୂର୍ବେ ଦୁନିଆରେ ଆହୁରି ଦୂରକୁ ଯିବେ ଏବଂ ଏକ ନୂତନ ବର୍ଷ ପୁଣି ନୂଆ ସୁଯୋଗ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri