ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ ପରିବାର ମନ୍ତ୍ରୀ ଓ୍ବିଲ୍‌ କୁଇନ୍ସ ଏବଂ ପରିବହନ କନିଷ୍ଠ ମନ୍ତ୍ରୀ ଲଉରା ଟ୍ରୋଟ୍‌। କଞ୍ଜରଭେଟିଭ୍‌ ପାର୍ଟିର ଏହି ୪ ହାଇପ୍ରୋଫାଇଲ ମନ୍ତ୍ରୀ ନିଜ ପଦ ଛାଡ଼ିବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍‌ ପାର୍ଟିକୁ ନେଇ ନିକଟରେ ଅନାସ୍ଥା ଭୋଟର ସମ୍ମୁଖୀନ ହୋଇଥିବା ବୋରିସ୍‌ ବୁଧବାର ହାଉସ୍‌ ଅଫ୍‌ କମନ୍ସରେ ପୁଣି ଥରେ ହଟହଟା ହୋଇଛନ୍ତି।
ସହପ୍ରତିଷ୍ଠାତା ଏନ୍‌.ଆର. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବଂ ପାକିସ୍ତାନ ମୂଳର ସାଜିଦ୍‌ ଜାଭିଦ୍‌ ମଙ୍ଗଳବାର ବୋରିସ୍‌ଙ୍କ କ୍ୟାବିନେଟରୁ ଇସ୍ତଫା ଦେଇ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ। ପ୍ରଧାନମନ୍ତ୍ରୀ କେବଳ ବ୍ରିଟେନବାସୀଙ୍କ ଆସ୍ଥା ହରାଇଛନ୍ତି ତାହା ନୁହେଁ, ବରଂ କ୍ୟାବିନେଟ ସହଯୋଗୀମାନେ ମଧ୍ୟ ତାଙ୍କ ଉପରେ ଆଉ ଭରସା କରିପାରୁ ନାହାନ୍ତି ବୋଲି ଉଭୟେ କହିଥିଲେ। ଏହାର ୨୪ ଘଣ୍ଟା ନ ବିତୁଣୁ ଓ୍ବିଲ୍‌ କୁଇନ୍ସ ଏବଂ ଲଉରା ଟ୍ରୋଟ୍‌ଙ୍କ ଇସ୍ତଫା ବୋରିସ୍‌ଙ୍କ ସଙ୍କଟ ବଢ଼ାଇଛି। ଏଥିସହ ୫୮ ବର୍ଷୀୟ ବୋରିସ୍‌ଙ୍କୁ ହଟାଇ ତାଙ୍କ ସ୍ଥାନରେ ଟୋରି ପାର୍ଟିର ନୂଆ ନେତା ଚୟନ ପାଇଁ ଦାବି ଉଠିଲାଣି। ଶାସକ ଦଳର ନୂଆ ନେତା ବାଛିବାର ତାତ୍ପର୍ଯ୍ୟ ହେଉଛି, ବୋରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା। କରୋନା ମହାମାରୀ ସମୟରେ ସରକାରୀ ଲକ୍‌ଡାଉନ ଜାାରି କରାଯାଇଥିବାବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ଏହାକୁ ଏକାଧିକ ଥର ଉଲ୍ଲଂଘନ କରିଥିଲେ। ସେତେବେଳେ ବି ତାଙ୍କ ଇସ୍ତଫା ଦାବି ଜୋର ଧରିଥିଲା। କିନ୍ତୁ ସେ ଇସ୍ତଫା ନ ଦେଇ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପସନ୍ଦ କରିଥିଲେ। ତାଙ୍କ ଦଳର ୪୧ % ଏମ୍‌ପି ବୋରିସ୍‌ଙ୍କ ନେତୃତ୍ୱ ବିରୋଧରେ ଭୋଟ ଦେଇଥିଲେ। ଖୁବ କମ୍‌ ବ୍ୟବଧାନରେ ବୋରିସ୍‌ ବର୍ତ୍ତିଯାଇଥିଲେ ହେଁ ଏବେ ଆଉ ଏକ ବିବାଦୀୟ ଘଟଣା ତାଙ୍କ ପ୍ରଧାନମନ୍ତ୍ରୀ ପଦ ଛଡ଼ାଇନେବା ଭଳି ସ୍ଥିତି ଉପୁଯାଇଛି।
ଇରାକ୍‌ ଜନ୍ମିତ ନଧିମ ଜହାଓ୍ବି(୫୫)ଙ୍କୁ ନୂଆ ଅର୍ଥମନ୍ତ୍ରୀ ନିଯୁକ୍ତ କରାଯାଇଛି। ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ତାଙ୍କ ନିଯୁକ୍ତି ଉପରେ ମୋହର ମାରିଥିବା ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଛି। ସେହିପରି ବୋରିସ୍‌ଙ୍କ ଆଉଜଣେ ବିଶ୍ୱସ୍ତ ମାଇକେଲ ଡୋନେଲାନ୍‌ଙ୍କୁ ଜହାଓ୍ବିଙ୍କ ସ୍ଥାନରେ ଶିକ୍ଷାମନ୍ତ୍ରୀ କରାଯାଇଛି।

ସେକ୍ସ ସ୍କାଣ୍ଡାଲକୁ ନେଇ ଝଡ଼

ଦେଶ ଚଳାଇବାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସାମର୍ଥ୍ୟ ଉପରେ ଉଠିଛି ପ୍ରଶ୍ନ। ଏହି ପ୍ରଶ୍ନ କୌଣସି ବିରୋଧୀ ଏମ୍‌ପି ନୁହଁନ୍ତି ବରଂ ତାଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଆଇନପ୍ରଣେତାମାନେ ଉଠାଇଛନ୍ତି। ୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପଛରେ ଏକ ‘ସେକ୍ସ ସ୍କାଣ୍ଡାଲ’କୁ କାରଣ ରୂପେ ଦର୍ଶାଯାଉଛି। ଜୁନ୍‌ ୩୦ରେ ‘ଦ ସନ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କ୍ଷମାତାସୀନ କଞ୍ଜରଭେଟିଭ୍‌ ପାର୍ଟିର ଏମ୍‌ପି କ୍ରିଶ୍‌ ପିଞ୍ଚର ଲଣ୍ଡନର ଏକ ପ୍ରାଇଭେଟ କ୍ଲବ୍‌ରେ ୨ ଜଣ ପୁରୁଷଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ବୋରିସ୍‌ ଜନ୍‌ସନ୍‌ ଗତ ଫେବୃୟାରୀରେ ପିଞ୍ଚରଙ୍କୁ ପାର୍ଟିର ଡେପୁଟି ଚିଫ୍‌ ହୁଇପ୍‌ ନିଯୁକ୍ତ କରିଥିଲେ। ଖବରକାଗଜରେ ତାଙ୍କ ଯୌନ କେଳେଙ୍କାରୀ ପ୍ରଘଟ ହେବା ପରେ ପିଞ୍ଚରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ବିବାଦ ଉଠିବାରୁ ପିଞ୍ଚର ଭୁଲ୍‌ ସ୍ବୀକାର କରିଥିଲେ। କିନ୍ତୁ ଏହାର କିଛି ଦିନ ଭିତରେ ବ୍ରିଟେନ ଗଣମାଧ୍ୟମରେ ସମାନ ଅଭିଯୋଗ ସମ୍ବଳିତ ଏକାଧିକ ରିପୋର୍ଟ ପୁଣି ପ୍ରକାଶ ପାଇଥିଲା। ପିଞ୍ଚରଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅନୂ୍ୟନ ୬ ଜଣ ବ୍ୟକ୍ତିଙ୍କ ମାମଲା ସାମ୍‌ନାକୁ ଆସିଥିଲା। ଫଳରେ ପିଞ୍ଚରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସେ କ୍ଷମା ମାଗିବା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଦେଖିବାକୁ ଗଲେ ଏହି ମାମଲାରେ ବୋରିସ୍‌ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହନ୍ତି। କିନ୍ତୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଡାଉନିଂ ଷ୍ଟ୍ରିଟ୍‌ର ଯେପରି ଆଭିମୁଖ୍ୟ ରହିବା କଥା ତାହା ଦେଖିବାକୁ ମିଳି ନ ଥିଲା। ଏଥିଯୋଗୁ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଏମ୍‌ପିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ କୋହଳ ମନୋଭାବ ତାଙ୍କୁ ବିବାଦ ଭିତରକୁ ଟାଣିନେଇଛି।

ମନ୍ତ୍ରୀ ଗୋଷ୍ଠୀ ଦୁଇ ଭାଗ

ଋଷି ସୁନକ ବ୍ରିଟେନ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ଅଦ୍ୟାବଧି ୩୮ ମନ୍ତ୍ରୀ ଓ ସହଯୋଗୀ ପଦ ଛାଡ଼ିଥିବା କୁହାଯାଉଛି। କ୍ୟାବିନେଟ ଛାଡ଼ିଥିବା ମନ୍ତ୍ରୀଙ୍କ ତାଲିକାରେ ମାଇକେଲ ଗୋଭ୍‌ ଏବଂ କ୍ୱାସି କ୍ୱାର୍ଟେଙ୍ଗ ରହିଛନ୍ତି। ଏପରି କି ନୂଆ ଅର୍ଥମନ୍ତ୍ରୀ ନଧିମ ଜହାଓ୍ବି ମଧ୍ୟ ଇସ୍ତଫା ଦେବାକୁ ବୋରିସ୍‌ ଜନ୍‌ସନଙ୍କ ଉପରେ ଚାପ ବଢ଼ାଇଛନ୍ତି। କିନ୍ତୁ ବୋରିସ୍‌ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ମନା କରି ଦେଇଛନ୍ତି। କଞ୍ଜରଭେଟିଭ୍‌ ପାର୍ଟିରେ ବିଦ୍ରୋହ ଯୋଗୁ ବୋରିସ୍‌ ସରକାର ବସ୍ତୁତଃ ଦୁଇ ଭାଗ ହୋଇଯାଇଛି। ଗୋଟିଏ ଗୋଷ୍ଠୀର ମନ୍ତ୍ରୀମାନେ ବୋରିସ୍‌ଙ୍କୁ ଇସ୍ତଫା ଦେବାକୁ କହିବା ପାଇଁ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଡେରା ପକାଇଥିବାବେଳେ ଆଉ ଏକ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ପଦ ନ ଛାଡ଼ିବା ଲାଗି ତାଙ୍କୁ ପ୍ରବର୍ତ୍ତାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri