ପାତ୍ରପୁର/ଦିଗପହଣ୍ଡି, ୧୯।୬ (ଉମା ଚରଣ ନେପାକ/ଅଶେଷ ନାଥ ମିଶ୍ର): କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାମାନେ ସଫଳତା ହାସଲ କରିଛନ୍ତି। ଟାଏକୋଣ୍ଡ
ଗତ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହୋଇଥିବା ଏହି ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ପାତ୍ରପୁର ବ୍ଲକକୁ ଦୁଇଟି ପଦକ ମିଳିଛି। ଜୁନିୟର ବିଭାଗରେ ସାଇ ସମ୍ପ୍ରୀତି ପ୍ରଧାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ବିଦୁସ୍ମିତା ତରାସିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ପ୍ରଶିକ୍ଷକ ବାସୁ ନାୟକ ଓ ଉଭୟ ପ୍ରତିଯୋଗୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।