ସୀମା ବିବାଦ: ଓରାଳୀ ଛକରେ ୧୪୪ ଧାରା ଜାରି

 

ଭଦ୍ରକ ଅଫିସ,୧୬।୪: ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଓରାଳୀ ଛକରେ ୧୪୪ ଧାରା ଜାରି ହୋଇଛି । ରବିବାର ସକାଳ ୧୧ଟାରୁ ଏପ୍ରିଲ ୧୮ ସକାଳ ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି । ଏ ନେଇ ସବଡିଭିଜନାଲ ମାଜିଷ୍ଟ୍ରେଟ ମନୋଜ କୁମାର ପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ସୀମା ବିବାଦକୁ ନେଇ ଓରାଳୀ ଛକରେ ଶନିବାର ରାତିରେ ବନ୍ତ ବ୍ଲକ ଆପଣ୍ଡା ଗ୍ରାମର ଲୋକଙ୍କ କେନ୍ଦୁଝର ଜିଲା ହାଟଡିହି ବ୍ଲକ ଓରାଳୀ ଗ୍ରାମର ଶତାଧିକ ଲୋକ ଆକ୍ରମଣ କରିବା ସହ ୧୦ଟି ଦୋକାନ ଓ ଗାଡ଼ି ଜାଳି ଦେଇଥିଲେ। ଏଥିରେ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ଉକ୍ତ ଛକରେ ୨୦୦ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇ ଫୋର୍ସ ମୁତୟନ କରାଯାଇଛି।