କଟକ ଜିଲାର ୬ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ  ବୁଥ୍‌ ପ୍ରସ୍ତୁତ: ଭୋଟରଙ୍କ ଆଗମନକୁ ଅପେକ୍ଷା

କଟକ,୨୪ା୫ (କାର୍ତ୍ତିକ ସାହୁ): ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖ ଶନିବାର ମତଦାନ ଅନୁଷ୍ଠିତ ହେବ। ଜିଲାର ବଡ଼ମ୍ବା, ବାଙ୍କି, ଆଠଗଡ଼, କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ପୋଲିଂ ପାର୍ଟି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ ସାରିଛନ୍ତି। ତେବେ କଟକ ସଦର ସବ୍‌ଡିଭିଜନ ଅନ୍ତର୍ଗତ କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ ସଦର ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିଂ ପାର୍ଟିମାନଙ୍କୁ ଭିଭିପାଟ ଓ ଇଭିଏମ୍‌ ସମେତ ଭୋଟ ଗ୍ରହଣ ସଂକ୍ରାନ୍ତୀୟ ସାମଗ୍ରୀ ପ୍ରଦାନ କାର୍ଯ୍ୟ ସକାଳୁ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ନରାଜସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେଠାରୁ ପୋଲିଂ ପାର୍ଟିମାନେ ନିର୍ଦ୍ଧାରିତ ଯାନରେ ବୁଥ ଅଭିମୁଖେ ଯାତ୍ରା କରିଥିଲେ। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ସେହିପରି ବାଙ୍କୀ ଓ ଆଠଗଡ଼ ସବ୍‌ଡିଭିଜନରେ ପୃଥକ ଭାବେ ପୋଲିଂ ପାର୍ଟିଗୁଡ଼ିକ ଭୋଟ ସାମଗ୍ରୀ ଧରି ଗନ୍ତବ୍ୟ ବୁଥ୍‌ରେ ପହଞ୍ଚତ୍ଛନ୍ତି। ଶୁକ୍ରବାର ରାତି ସୁଦ୍ଧା ବୁଥ୍‌ଗୁଡ଼ିକରେ ସମସ୍ତ ପ୍ରକ୍ରିୟା ଶେଷ କରି ମତଦାନ ନିମନ୍ତେ ପ୍ରସ୍ତୁତ କରାଯାଇଛି। କେବଳ ଭୋଟରଙ୍କ ଆଗମନକୁ ଅପେକ୍ଷା କରାଯାଇଥିବା ଜଣାଯାଇଛି। ସମସ୍ତେ ଅବାଧ, ଭୟଶୂନ୍ୟ ଓ ନିରପେକ୍ଷ ଭାବେ ମତଦାନ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅରିନ୍ଦମ ଡାକୁଆ ନିବେଦନ କରିଛନ୍ତି।
କଟକ ସହରାଞ୍ଚଳରେ ୬୨୭ ବୁଥ୍‌ କଟକ ସହରାଞ୍ଚଳରେ ମୋଟ ୬୨୭ ବୁଥ୍‌ ହୋଇଛି। ତନ୍ମଧ୍ୟରୁ ୧୦୬ ପିଙ୍କ୍‌ ଓ ୧୫ଟି ଅକ୍‌ଜିଲାରି ବୁଥ୍‌ ରହିଛି। ତେବେ ଅବାଧ, ଭୟଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଜଣେ ଡିସିପି, ୪ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୨୬ ଜଣ ଆଇଆଇସି, ୧୭୨ ଜଣ ଏସ୍‌ଆଇ/ଏଏସ୍‌ଆଇ, ୬୬୪ ଜଣ ଏପିଆର୍‌, ୩୩୦ ଜଣ ହୋମଗାଡ୍‌ ସମେତ ୨୪ ସେକ୍ସନ୍‌ ଓଏସ୍‌ଏପି ଫୋର୍ସ ମୁତୟନ କରାଯାଇଛି। କ୍ରିଟିକାଲ ଓ କ୍ଲଷ୍ଟର ବୁଥ୍‌ଗୁଡ଼ିକରେ ୮ କମ୍ପାନି ସିଏପି ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନ ସମୟରେ ୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୧୯ଟି ସେକ୍ଟର ମୋବାଇଲ୍‌ ପାର୍ଟି, ୧୯ ଫ୍ଲାଇଂ ସ୍କ୍ବାଡ୍‌, ୧୯ଟି ଏସ୍‌ଏସ୍‌ଟି ଓ ୯ଟି ଭିଏସ୍‌ଟି ମୁତୟନ କରାଯାଇଛି। ପୁରା ପୋଲିସ ନଜରରେ ସମସ୍ତ ବୁଥଗୁଡ଼ିକୁ ରଖିବାକୁ ପ୍ରୟାସ କରାଯାଇଛି। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଆପ୍‌ ମାଧ୍ୟମରେ ମୋବାଇଲ୍‌ ପାର୍ଟିଗୁଡ଼ିକ ମଧ୍ୟରେ ସମନ୍ବୟ ରଖାଯାଉଛି। ଯଦ୍ୱାରା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ତାହାର ମୁକାବିଲା କରିହେବ।
ଫ୍ଲାଗ୍‌ ମାର୍ଚ୍ଚ ସହ ଯାଞ୍ଚ କଡ଼ାକଡ଼ି ଗୁରୁବାର ଅପରାହ୍ଣ ୫ଟାରୁ କଟକ ଜିଲାର ଉପରୋକ୍ତ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। କଟକ ସହରାଞ୍ଚଳ ପୋଲିସର ୧୯ଟି ଯାକ ଥାନା ଅଧିନରେ ଜନସାଧାରଣଙ୍କ ମନରେ ମତଦାନ ପାଇଁ ସେମାନେ ସୁରକ୍ଷିତ ବୋଲି ଧାରଣା ସୃଷ୍ଟି କରାଯାଉଛି। ଏଥିସହ ସହରର ପ୍ରବେଶ ପଥ ସମେତ ସହର ମଧ୍ୟରେ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସନ୍ଧ୍ୟା ସମୟରେ ପୁରୀ ଘାଟ ଥାନା ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା କାର୍‌ଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଇଛି। ଜଗତପୁର ଥାନା ଅନ୍ତର୍ଗତ ଖରାକିଆ, ଚୌଦ୍ୱାରା ଥାନାର ନୂଆପାଟଣା, ସଦର ଥାନାର ବ୍ରାହ୍ମଣଝରିଲୋ, କନ୍ଦରପୁର ଥାନାର ଅଥଙ୍ଗା ଛକ ଏବଂ ବାରଙ୍ଗ ଥାନାର ମୁଣ୍ଡଳିଠାରେ ଚେକ୍‌ପୋଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri