କଟକ ଜିଲାର ୬ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ  ବୁଥ୍‌ ପ୍ରସ୍ତୁତ: ଭୋଟରଙ୍କ ଆଗମନକୁ ଅପେକ୍ଷା

କଟକ,୨୪ା୫ (କାର୍ତ୍ତିକ ସାହୁ): ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖ ଶନିବାର ମତଦାନ ଅନୁଷ୍ଠିତ ହେବ। ଜିଲାର ବଡ଼ମ୍ବା, ବାଙ୍କି, ଆଠଗଡ଼, କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ପୋଲିଂ ପାର୍ଟି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ ସାରିଛନ୍ତି। ତେବେ କଟକ ସଦର ସବ୍‌ଡିଭିଜନ ଅନ୍ତର୍ଗତ କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ ସଦର ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିଂ ପାର୍ଟିମାନଙ୍କୁ ଭିଭିପାଟ ଓ ଇଭିଏମ୍‌ ସମେତ ଭୋଟ ଗ୍ରହଣ ସଂକ୍ରାନ୍ତୀୟ ସାମଗ୍ରୀ ପ୍ରଦାନ କାର୍ଯ୍ୟ ସକାଳୁ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ନରାଜସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେଠାରୁ ପୋଲିଂ ପାର୍ଟିମାନେ ନିର୍ଦ୍ଧାରିତ ଯାନରେ ବୁଥ ଅଭିମୁଖେ ଯାତ୍ରା କରିଥିଲେ। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ସେହିପରି ବାଙ୍କୀ ଓ ଆଠଗଡ଼ ସବ୍‌ଡିଭିଜନରେ ପୃଥକ ଭାବେ ପୋଲିଂ ପାର୍ଟିଗୁଡ଼ିକ ଭୋଟ ସାମଗ୍ରୀ ଧରି ଗନ୍ତବ୍ୟ ବୁଥ୍‌ରେ ପହଞ୍ଚତ୍ଛନ୍ତି। ଶୁକ୍ରବାର ରାତି ସୁଦ୍ଧା ବୁଥ୍‌ଗୁଡ଼ିକରେ ସମସ୍ତ ପ୍ରକ୍ରିୟା ଶେଷ କରି ମତଦାନ ନିମନ୍ତେ ପ୍ରସ୍ତୁତ କରାଯାଇଛି। କେବଳ ଭୋଟରଙ୍କ ଆଗମନକୁ ଅପେକ୍ଷା କରାଯାଇଥିବା ଜଣାଯାଇଛି। ସମସ୍ତେ ଅବାଧ, ଭୟଶୂନ୍ୟ ଓ ନିରପେକ୍ଷ ଭାବେ ମତଦାନ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅରିନ୍ଦମ ଡାକୁଆ ନିବେଦନ କରିଛନ୍ତି।
କଟକ ସହରାଞ୍ଚଳରେ ୬୨୭ ବୁଥ୍‌ କଟକ ସହରାଞ୍ଚଳରେ ମୋଟ ୬୨୭ ବୁଥ୍‌ ହୋଇଛି। ତନ୍ମଧ୍ୟରୁ ୧୦୬ ପିଙ୍କ୍‌ ଓ ୧୫ଟି ଅକ୍‌ଜିଲାରି ବୁଥ୍‌ ରହିଛି। ତେବେ ଅବାଧ, ଭୟଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଜଣେ ଡିସିପି, ୪ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୨୬ ଜଣ ଆଇଆଇସି, ୧୭୨ ଜଣ ଏସ୍‌ଆଇ/ଏଏସ୍‌ଆଇ, ୬୬୪ ଜଣ ଏପିଆର୍‌, ୩୩୦ ଜଣ ହୋମଗାଡ୍‌ ସମେତ ୨୪ ସେକ୍ସନ୍‌ ଓଏସ୍‌ଏପି ଫୋର୍ସ ମୁତୟନ କରାଯାଇଛି। କ୍ରିଟିକାଲ ଓ କ୍ଲଷ୍ଟର ବୁଥ୍‌ଗୁଡ଼ିକରେ ୮ କମ୍ପାନି ସିଏପି ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନ ସମୟରେ ୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୧୯ଟି ସେକ୍ଟର ମୋବାଇଲ୍‌ ପାର୍ଟି, ୧୯ ଫ୍ଲାଇଂ ସ୍କ୍ବାଡ୍‌, ୧୯ଟି ଏସ୍‌ଏସ୍‌ଟି ଓ ୯ଟି ଭିଏସ୍‌ଟି ମୁତୟନ କରାଯାଇଛି। ପୁରା ପୋଲିସ ନଜରରେ ସମସ୍ତ ବୁଥଗୁଡ଼ିକୁ ରଖିବାକୁ ପ୍ରୟାସ କରାଯାଇଛି। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଆପ୍‌ ମାଧ୍ୟମରେ ମୋବାଇଲ୍‌ ପାର୍ଟିଗୁଡ଼ିକ ମଧ୍ୟରେ ସମନ୍ବୟ ରଖାଯାଉଛି। ଯଦ୍ୱାରା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ତାହାର ମୁକାବିଲା କରିହେବ।
ଫ୍ଲାଗ୍‌ ମାର୍ଚ୍ଚ ସହ ଯାଞ୍ଚ କଡ଼ାକଡ଼ି ଗୁରୁବାର ଅପରାହ୍ଣ ୫ଟାରୁ କଟକ ଜିଲାର ଉପରୋକ୍ତ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। କଟକ ସହରାଞ୍ଚଳ ପୋଲିସର ୧୯ଟି ଯାକ ଥାନା ଅଧିନରେ ଜନସାଧାରଣଙ୍କ ମନରେ ମତଦାନ ପାଇଁ ସେମାନେ ସୁରକ୍ଷିତ ବୋଲି ଧାରଣା ସୃଷ୍ଟି କରାଯାଉଛି। ଏଥିସହ ସହରର ପ୍ରବେଶ ପଥ ସମେତ ସହର ମଧ୍ୟରେ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସନ୍ଧ୍ୟା ସମୟରେ ପୁରୀ ଘାଟ ଥାନା ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା କାର୍‌ଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଇଛି। ଜଗତପୁର ଥାନା ଅନ୍ତର୍ଗତ ଖରାକିଆ, ଚୌଦ୍ୱାରା ଥାନାର ନୂଆପାଟଣା, ସଦର ଥାନାର ବ୍ରାହ୍ମଣଝରିଲୋ, କନ୍ଦରପୁର ଥାନାର ଅଥଙ୍ଗା ଛକ ଏବଂ ବାରଙ୍ଗ ଥାନାର ମୁଣ୍ଡଳିଠାରେ ଚେକ୍‌ପୋଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri