ଭୁବନେଶ୍ୱରରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୬।୭ (ବ୍ୟୁରୋ): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଶୁକ୍ରବାରଠାରୁ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି। ୧୮ରୁ ୫୯ବର୍ଷ ବର୍ଗର ହିତାଧିକାରୀମାନେ ମାଗଣାରେ ଏହି ପ୍ରିକସନ ଡୋଜ ନେଇପାରିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ପ୍ରଥମ ଦିନରେ ରାଜଧାନୀରେ ୩ହଜାର ୮୯୦ଜଣ ହିତାଧିକାରୀ ବୁଷ୍ଟର ଡୋଜ୍‌ ନେଇଛନ୍ତି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ୧୨ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହୋଇଥିଲା। ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବାରୁ ବିଏମ୍‌ସି ପକ୍ଷରୁ ଅଧିକ ଗୁରୁତ୍ୱାରୋପ କରାଯାଉଛି। ରାଜଧାନୀରେ କ୍ୟାମ୍ପେନ ମୋଡ୍‌ରେ ଟିକାକରଣ କରାଯିବ। ଏଥିସହ ଟେଷ୍ଟିଂକୁ ବୃଦ୍ଧି କରାଯିବ। ଏବେ ଦୈନିକ ୩ହଜାର ଟେଷ୍ଟିଂ କରାଯାଉଥିବାବେଳେ ଏହାକୁ ଦ୍ୱିଗୁଣିତ କରିବାକୁ ଚେଷ୍ଟା କରାଯାଉଥିବା ବିଏମ୍‌ସି କମିଶନର କହିଛନ୍ତି। ଏଥିସହିତ ଭୁବନେଶ୍ବରରେ କୋଭିଡ ନିୟନ୍ତ୍ରଣ ଲାଗି ସଚେତନତା ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି। ଓ୍ବାର୍ଡ ସ୍ତରରେ କର୍ପୋରେଟର, ଓ୍ବାର୍ଡ ଅଫିସର ଏବଂ ନାଗରିକଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠନ କରି ସ୍ବତନ୍ତ୍ର ରଣନୀତି ଆପଣାଯାଉଛି। ସେହିପରି ଗହଳି ହେଉଥିବା ସ୍ଥାନ, ହାଟ, ବଜାର, ମଲ ଆଦିରେ ଗହଳି ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।
ବିନା ମାସ୍କରେ କାହାକୁ ପ୍ରବେଶ କରିବା ପାଇଁ ନ ଦେବାକୁ ସବୁ ଶପିଂ ମଲ, ବ୍ୟବସାୟୀଙ୍କୁ କୁହାଯାଇଛି। ଏହାକୁ ଆହୁରି କଡ଼ାକଡ଼ି ଭାବେ ମନିଟରିଂ କରାଯିବ। କରୋନା ପଜିଟିଭ୍‌ ଚିହ୍ନଟ ହେଲେ ପ୍ରଥମେ ହୋମ ଆଇସୋଲେଶନ ଓ ଆବଶ୍ୟକ ପଡ଼ିଲେ ହସ୍ପିଟାଲାଇଜେଶନ କରାଯିବ। ସମସ୍ତେ ମିଳିମିଶି କୋଭିଡ୍‌ ସଂକ୍ରମଣକୁ କମାଇପାରିବା ବୋଲି ବିଏମ୍‌ସି କମିଶନର କହିଛନ୍ତି। ୭୫ ଦିନ ଧରି ଏହି ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri