ବୁମେରାଂ ହେଲା ଷ୍ଟ୍ରାଟେଜି

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨ା୩: ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ି ଫସିଯାଇଛି ରୁଷିଆ। ସାମରିକ ଦକ୍ଷତା ଦୃଷ୍ଟିରୁ ବହୁ ଦୁର୍ବଳ ୟୁକ୍ରେନ୍‌କୁ ଆକ୍ରମଣ କରି ସହଜରେ ଦଖଲ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯେଉଁ ସ୍ବପ୍ନ ଦେଖିଥିଲେ ଏବେ ତାହା ତାଙ୍କ ପାଇଁ ବୁମେରାଂ ସାଜିଛି। ଏ ଯୁଦ୍ଧ ଜିତିବା ସହଜ ନୁହେଁ ବୋଲି ପୁଟିନ୍‌ ମର୍ମେ ମର୍ମେ ଅନୁଭବ କରିସାରିଲେଣି। ସେପଟେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌କୁ ପ୍ରତିଶ୍ରୁତି ମୁତାବକ ସାମରିକ ସହଯୋଗ ଯୋଗାଇବାରେ ବିଫଳ ହୋଇଥିଲେ ହେଁ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାରୁ ମସ୍କୋର ଚିନ୍ତା ବଢ଼ିଯାଇଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆର କେତେକ ବ୍ୟାଙ୍କ ଉପରେ ଆର୍ଥିକ କଟକଣା ଜାରି କରିବା ପରେ ବ୍ରିଟେନ୍‌ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ଏପରି କି ସୋସାଇଟି ଫର୍‌ ଓ୍ବାଲର୍‌ଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ୍‌ (ସ୍ବିଫ୍ଟ) ବ୍ୟବସ୍ଥାରୁ ରୁଷୀୟ ବ୍ୟାଙ୍କଗୁଡ଼ିକୁ ବାହାର କରାଯାଇଛି। କେବଳ ଏତିକି ନୁହେଁ, ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଓ ଗୁଗଲ ମଧ୍ୟ ରୁଷିଆ ଉପରେ କଟକଣା ଲଗାଇଛନ୍ତି। ଫିଫା ଏବଂ ୟୁଏଫା ପକ୍ଷରୁ ରୁଷିଆର ସମସ୍ତ କ୍ଲବ୍‌ ଓ ଜାତୀୟ ଟିମ୍‌କୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ବାସନ୍ଦ କରାଯାଇଛି। ୟୁରୋପୀୟ ସଂଘ (ଇୟୁ) ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଛୋଟବଡ଼ ଅନେକ କଟକଣା ଜାରି କରାଯାଇଥିବାରୁ ରୁଷିଆର ଜାତୀୟ ଅର୍ଥନୀତି ବହୁଳ ପ୍ରଭାବିତ ହୋଇଛି। ଡଲାର ତୁଳନାରେ ରୁବଲର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଲୋକେ ଆତଙ୍କିତ ହୋଇ ବ୍ୟାଙ୍କଗୁଡ଼ିକରୁ ଜମା ଅର୍ଥ ଉଠାଇବାରେ ଲାଗିଥିବାରୁ ନଗଦ ସଙ୍କଟ ସୃଷ୍ଟି ହୋଇଛି। ଅର୍ଥ କାଢ଼ିବା ପାଇଁ ଏଟିଏମ୍‌ଗୁଡ଼ିକ ସାମ୍ନାରେ ରୁଷୀୟ ଜମାକାରୀଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି।

ଯୁଦ୍ଧରେ ରୁଷିଆର ୫,୭୧୦ ସୈନ୍ୟ ନିହତ ହୋଇଛନ୍ତି। ଆହୁରି ୨୦୦ ସୈନ୍ୟ ୟୁକ୍ରେନ୍‌ ସୁରକ୍ଷାବଳ କବ୍‌ଜାରେ ଅଛନ୍ତି। ୟୁକ୍ରେନର ପ୍ରତି ଆକ୍ରମଣରେ ରୁଷିଆର ପ୍ରାୟ ୨୦୦ ଟ୍ୟାଙ୍କ୍‌, ୮୫୦ ଯୁଦ୍ଧଯାନ, ୨୯ ଏୟାରକ୍ରାଫ୍ଟ ନଷ୍ଟ ହୋଇଥିବା କ୍ୱିଭ୍‌ ଦାବି କରିଛି। ୟୁକ୍ରେନର ଦାବି ଅନୁଯାୟୀ ଏହା ରୁଷିଆ ପାଇଁ ବଡ଼ ଧରଣର କ୍ଷତି। ଏହା ସତ୍ତ୍ୱେ କ୍ୱିଭ୍‌ର ଟେକ୍ନୋଲୋଜି ସେଣ୍ଟର ସମେତ ଆବାସିକ ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ କରାଯିବ ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଚେତାବନୀ ଦେଇ ସମ୍ପୃକ୍ତ ଅଞ୍ଚଳ ଖାଲି କରିବାକୁ କହିଛି।

ନାଟୋର ଆଣବିକ ରଣନୀତି ବଦଳିବନି

ରୁଷିଆ ପଟୁ ଆଣବିକ ଅସ୍ତ୍ର ବିପଦ ସତ୍ତ୍ୱେ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହଯୋଗୀମାନେ ନିଜ ନ୍ୟୁକ୍ଲିୟର ଓ୍ବେପନ ଆଲର୍ଟରେ କୌଣସି ପରିବର୍ତ୍ତନ କରିବା ଜରୁରୀ ନୁହେଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ପୋଲାଣ୍ଡର ଲାସ୍କ ଏୟାରବେସ୍‌ରେ ନାଟୋ ପକ୍ଷରୁ ଆମେରିକାର ଏଫ୍‌-୧୫ ଏବଂ ଏଫ୍‌-୧୬ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରାଯାଇଛି। ସେଠାରେ ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନ୍‌ବର୍ଗ ମଙ୍ଗଳବାର ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡରେଜ ଡୁଡାାଙ୍କ ସହ ୟୁରୋପର ସୁରକ୍ଷା ଉପରେ ଆଲୋଚନା କରିଛନ୍ତି। ଜେନ୍ସ କହିଛନ୍ତି, ନାଟୋ ସହଯୋଗୀଙ୍କ ସୁରକ୍ଷା ଓ ଆମତ୍ରକ୍ଷା ପାଇଁ ସହଯୋଗ ଲାଗି ଯାହା ଆବଶ୍ୟକ ସବୁ କରାଯିବ। ନାଟୋ ଆଣବିକ ବଳର ଆଲର୍ଟ ସ୍ତରରେ ପରିବର୍ତ୍ତନ ଅନାବଶ୍ୟକ। ଆଣବିକ ଅସ୍ତ୍ରକୁ ନେଇ ରୁଷିଆର ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁ ନାଟୋର ରଣନୀତି ବଦଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri