କେୟାର ହସ୍ପିଟାଲରେ ଅସ୍ଥି, ଖଞ୍ଜା ଦିବସ

ଭୁବନେଶ୍ୱର,୫।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କେୟାର ହସ୍ପିଟାଲ’ ପକ୍ଷରୁ ନ୍ୟାସନାଲ ବୋନ ଆଣ୍ଡ ଜଏଣ୍ଟ ବା ଜାତୀୟ ଅସ୍ଥି ଓ ଖଞ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଉର୍ଦ୍ଧ୍ୱ ରୋଗୀ ଯୋଗ ଦେଇ ସେମାନଙ୍କର ଅଭିଜ୍ଞତା ବଖାଣିବା ସହ ଏକ ର଼୍ୟାଂପ୍‌ ୱାକ୍‌ରେ ମଧ୍ୟ ଚାଲିଥିଲେ। ଅପରପକ୍ଷରେ ରୋଗୀଙ୍କ ପାଇଁ ହସ୍ପିଟାଲ ପରିସରରେ ଏକ ସ୍ବତନ୍ତ୍ର କର୍ମଶାଳା ‘କେୟାର କନେକ୍ଟ’ ଶୀର୍ଷିକ ବିଷୟବସ୍ତୁର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପୋର୍ଟସ୍‌ ଇନ୍‌ଞ୍ଜୁରୀ ରିହାବିଲିଟେସନ୍‌ ବିଭାଗର ମୁଖ୍ୟ ଡା.ସନ୍ଦୀପ ସିଂହ କହିଛନ୍ତି, ବର୍ତ୍ତମାନର ପରିବେଶ ଓ ପରିପାଟି ଯୋଗୁ ସବୁ ବର୍ଗର ଲୋକ ଅସ୍ଥିଶଲ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏପରିକି ଅତ୍ୟାଧୁନିକ ପଦ୍ଧତିରେ କିଭଳି ଆଣ୍ଠୁ ପ୍ରତିରୋପଣ କରାଯାଉଛି, ସେ ସମ୍ପର୍କରେ ମଧ୍ୟ ଆଲେଚନା କରିବା ସହ ଦୀର୍ଘଦିନ ପର୍ଯ୍ୟନ୍ତ ଏକ ଯନ୍ତ୍ରଣା ମୁକ୍ତ ଜୀବନ ପାଇଁ ଆମର ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଉଚିତ୍‌ ସେ ବାବଦରେ ସିଂ ବିସ୍ତୁତ ସୂଚନା ଉପସ୍ଥିତ ରୋଗୀ ଓ ଅନ୍ୟମାନଙ୍କୁ ଦେଇଥିଲେ। ସେହିଭଳି କେୟାର ହସ୍ପିଟାଲ ଭୁବନେଶ୍ୱରର ଏଚ୍‌ସିଓଓ କିସଲେ ଆନନ୍ଦ ବିଭିନ୍ନ ପ୍ରକାର ଅସ୍ଥିଗତ ସମସ୍ୟା ପାଇଁ କେୟାର ହସ୍ପିଟାଲ୍‌ ଭୁବନେଶ୍ୱରରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ସେହିପରି ଡା. ଲୋକନାଥ ଦାଶ (ଜିଏମ୍‌ ବିଡ଼ି) ଗରିବ ରୋଗୀଙ୍କ ପାଇଁ କେୟାର ହସ୍ପିଟାଲରେ ମହଜୁଦ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।