ପୂର୍ବ ଶତ୍ରୁତାରୁ ବୋମାମାଡ଼

ଗଞ୍ଜାମ,୨୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼ ହୋଇଛି l ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼ (୩୨)l ଉକ୍ତ ବୋମାମାଡ଼ରେ ରାମଙ୍କ ଡାହାଣ ଗୋଡ଼ରେ ସାମାନ୍ୟ ଆହତ ଲାଗିଥିବା ଜଣାିପଡ଼ିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ଛି।

ଦୋକାନ ମାଲିକଙ୍କ କହିବା ଅନୁସାରେ, ସେ ଦୋକାନରେ ଶୋଇଥିବା ବେଳେ ମୁନା ତରାଇ ନାମକ ଜଣେ ଯୁବକ ଦୋକାନରେ ଥିଲେ। ଏତିକି ବେଳେ ନୀଳ ରଙ୍ଗର ଆପାଚି ଗାଡ଼ିରେ ୩ ଜଣ ବ୍ୟକ୍ତି ଆସି ପ୍ରଥମେ ଜଣେ ଯୁବକ ଦୋକାନ ଆଗକୁ ଆସି ଗୋଟିଏ ବୋମା ଫିଙ୍ଗିଥିଲେ। ଶବ୍ଦ ଶୁଣି ଉଠିବା ପରେ ଆଉ ଗୋଟେ ବୋମା ଫିଙ୍ଗିଥିଲେ ଓ ସେହି ବୋମା ତାଙ୍କ ଛାତିରେ ବାଜିଥିଲା କିନ୍ତୁ ବୋମାଟି ଫୁଟି ନ ଥିଲା l ଆଉ ଏକ ବୋମା ମଧ୍ୟ ଫୁଟି ନ ଥିଲା l ପରବର୍ତ୍ତୀ ସମୟରେ ପୁଣି ଏକ ବୋମା ପକାଇ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସେ କହିଛନ୍ତି l ସେ ଅଭିଯୁକ୍ତଙ୍କୁ ଜାଣିଥିବା ଏବଂ ପୂର୍ବ ଶତ୍ରୁତାରୁ ସେ ଏହି ବୋମାମାଡ଼ କରିଥିବା ପୋଲିସକୁ କହିଛନ୍ତି ଦୋକାନ ମାଲିକ l