ଭିତରେ ଲୋକ ଖାଉଥିବାବେଳେ ରେଷ୍ଟରାଣ୍ଟ ଉପରକୁ ବୋମାମାଡ: ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ…

ବ୍ରହ୍ମପୁର, ୬।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଏବେ ଦିନକୁ ଦିନ ଅପରାଧୀମାନେ ସକ୍ରିୟ ହେବାରେ ଲାଗିଛନ୍ତି। ସୋମବାର ସନ୍ଧ୍ୟାରେ ବଡବଜାର ଥାନା ଅନ୍ତର୍ଗତ ଗ୍ରାମଦେବତୀ ସାହିରେ ଥିବା ଏକ ମଦ ଦୋକାନ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ହୋଇଥିବା ବେଳେ ରାତ୍ର ପ୍ରାୟ ୧୧ଟାସମୟରେ ଏକ ରେଷ୍ଟରାଣ୍ଟ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି। ଯାହାକୁ ନେଇ ସେଠାରେ ଖାଉଥିବା ଲୋକ ଓ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କିତ ହୋଇଥିଲେ। ପୋଲିସ ଖବରପାଇ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ବୋମାର ଫୁଟା ଅଂଶ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜେନେନା ହସ୍ପିଟାଲା ନିକଟରେ ଏକ ଜଣାଶୁଣା ରେଷ୍ଟରାଣ୍ଟ ରହିଛି। ଗତରାତ୍ର ଉକ୍ତ ରେଷ୍ଟରାଣ୍ଟ ଭିତରେ ଲୋକମାନେ ଖାଉଥିବା ବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଶୁଣିବାକୁ ମିଳିଥିଲା। ରେଷ୍ଟରାଣ୍ଟ ମ୍ୟାନେଜର ଓ କର୍ମଚାରୀ ବାହାରକୁ ଆସି ଦେଖିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଥିବା ଜାଣିବାକୁ ପାଇଥିଲେ। ରେଷ୍ଟରାଣ୍ଟ ମାଲିକଙ୍କ ସହ କୌଣସି ଶତ୍ରୁତା ନା’ଅନ୍ୟ କୌଣସି କାରଣରୁ ଦୁର୍ବୃତ୍ତମାନେ ସେଠାରେ ବୋମାମାଡ କରିଥିଲେ ସେ ନେଇ ପୋଲିସ ଏବେ ଛାନବିନ୍‌ କରୁଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନକୁ ନେଇ ଗୁମର ଖୋଲିଲେ ଅରୁଣ ସାହୁ: ଭାଜପା ନ ଯାଉ…

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ଭାଜପାର ଅଧିକ ଏମ୍‌ପି ରାଜ୍ୟ ସଭାକୁ ନ ଯାଆନ୍ତୁ। ଭାଜପାରୁ ଯେଉଁମାନେ ରାଜ୍ୟ ସଭା କିମ୍ବା ଲୋକ ସଭାକୁ ଯାଇଛନ୍ତି, ସେମାନଙ୍କ ଭିତରୁ ଜଣଙ୍କର…

ଭାରତ ନୁହେଁ ଏହି ଦେଶକୁ ଯାତ୍ରା କରିବେ ତାରିକ ରହମାନ! ପ୍ରଥମ ବିଦେଶ ଯାତ୍ରାକୁ ନେଇ ହେଲାଣି ଚର୍ଚ୍ଚା

ଢାକା,୨୪।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଖୁବ ଶୀଘ୍ର ତାଙ୍କର ପ୍ରଥମ ଅଣଆନୁଷ୍ଠାନିକ ବିଦେଶ ଗସ୍ତରେ ବାହାରିପାରନ୍ତି। ତଥାପି, ପରମ୍ପରାରୁ ବିମୁଖ ହୋଇ, ତାଙ୍କର ପ୍ରଥମ…

ମଙ୍ଗଳବାର ମେଷ-ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ମିଳିବ ସୁଖଦ ଫଳାଫଳ, ମିଳିପାରେ ଚାକିରି

ଆଜି ଫାଲଗୁନ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥି ଏବଂ ମଙ୍ଗଳବାର। ଆଜି ଅଷ୍ଟମୀ ତିଥି ସାରା ଦିନ ଏବଂ ଭୋର ୪ଟା୫୨ ପର୍ଯ୍ୟନ୍ତ ରହିବ। ଏହା ଆଜି…

ଧାନ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଆଜି ବିଜେଡିର ଚାଷୀ ଆନ୍ଦୋଳନ

ଭୁବନେଶ୍ୱର, ୨୪।୨(ସୁନିତ ମିଶ୍ର):ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି…

ବିଧାନସଭାର ୫୯ ମିନିଟ୍‌: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶନର ୬ଷ୍ଠ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇପାରିନାହିଁ। ଚାଷୀ ପ୍ରସଙ୍ଗରେ ଗୃହ ଭିତରେ ପୂରା ଦିନ ବିରୋଧୀ ଦଳ ବିଜେଡି…

କପଡ଼ା ବ୍ୟବସାୟୀଙ୍କ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଶିଶୁଙ୍କ ସମେତ ୬ ମୃତ

ମେରଠ,୨୪।୨: ଉତ୍ତର ପ୍ରଦେଶର ମେରଠ ଜିଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସୋମବାର (୨୩ ଫେବୃଆରୀ) ରାତିରେ ଲିସାଡି ଗେଟ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ…

ଟିମ ଇଣ୍ଡିଆର ମନୋବଳ ବଢ଼ାଇଲେ BCCI ସଚିବ ଦେବଜିତ ସାଇକିଆ, ପରବର୍ତ୍ତୀ ମ୍ୟାଚ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୪।୨: ରବିବାର, ଫେବୃଆରୀ ୨୨ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ କ୍ରିକେଟ ଦଳ…

ଓ୍ବେଷ୍ଟ ଇଣ୍ଡିଜର ବିଜୟ ବିଗାଡିଦେଲା ଟିମ ଇଣ୍ଡିଆର ସମୀକରଣ, ସେମିଫାଇନାଲ ଯିବା କେତେ କଷ୍ଟକର ଜାଣନ୍ତୁ

ନୂଆଦିଲ୍ଲୀ,୨୪।୨: ୱେଷ୍ଟଇଣ୍ଡିଜ ICC T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ୧୦୭ ରନର ବିଶାଳ ବିଜୟ ସହିତ ଗ୍ରୁପ ୧ ସମୀକରଣକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri