Posted inUncategorized

ଦେଶରେ ଏସବୁ କ’ଣ ହେଉଛି? ୨ ମାସରେ୨୦୦ ଥର ବୋମା ଧମକ ମିଳିଲାଣି, ଅଭିଯୁକ୍ତଙ୍କ ଟେର୍‌ ପାଉନି ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୯।୬: ଗତ ଦୁଇ ମାସ ମଧ୍ୟରେ ପ୍ରୋକ୍ସି ଡୋମେନ ସର୍ଭର ଏବଂ ଭିପିଏନ୍‌ ଉପଯୋଗ କରି ଇମେଲ ଜରିଆରେ ବୋମା ଧମକ ପଠାଇବା ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାରୀଙ୍କ ମୁତାବକ ତାଙ୍କୁ ୨୦୦ରୁ ଅଧିକ ଏଭଳି ଧମକପୂର୍ଣ୍ଣ ଇମେଲ ମିଳିଛି, ଯାହାକି ପୋଲିସ ବିଭାଗ, ହୋଟେଲ, ହସ୍ପିଟାଲ, କଲେଜ, ବିମାନବନ୍ଦର ଏବଂ ସ୍କୁଲ ସମେତ ଅନେକ ସଂସ୍ଥାକୁ ପ୍ରଭାବିତ କରିଛି। ବିଶେଷକରି ଦିଲ୍ଲୀ, ବାଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ସହରକୁ ଟାର୍ଗେଟ କରାଯାଉଛି।

ଚଳିତ ବର୍ଷ ମେ’ ୧ ସକାଳ ୪ଟାରୁ ୬ ମଧ୍ୟରେ ଦିଲ୍ଲୀ ଏବଂ ଏନ୍‌ସିଆର୍‌ର ୧୨୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଥିଲା। ପ୍ରେରକ ଏକ ରୁଷୀୟ ଡୋମେନ ସେବା @mail.ru ବ୍ୟବହାର କରିଥିଲେ। ପରେ ମେ’ ୧୨ରେ ଅଜ୍ଞାତ ପ୍ରେରକ ଭିନ୍ନ ଡୋମେନ୍‌ ଆଇଡି @beeble.com ବ୍ୟବହାର କରି ଦିଲ୍ଲୀ, ଉତ୍ତର ରେଳ ଏବଂ ଦିଲ୍ଲୀ ବିମାନବନ୍ଦର ସହ ୧୫ ଡାକ୍ତରଖାନାକୁ ବୋମା ଧମକ ଥିବା ଇମେଲ ପଠାଇଥିଲେ। ଏହିଭଳି ଭାବେ ଗତବର୍ଷ ଡିସେମ୍ବରରେ ବାଙ୍ଗାଲୁରୁର ୭୦ ସ୍କୁଲକୁ ଉକ୍ତ ଡୋମେନରୁ ଇମେଲ ମିଳିଥିଲା।

ଘଟଣାକୁ ଗମ୍ଭୀରତାକୁ ଦେଖି ଗୃହ ମନ୍ତ୍ରଣାଳୟ ଏକ ବୈଠକ ଡାକିଥିଲେ, ଯେଉଁଥିରେ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏଭଳି ଧମକପୂର୍ଣ୍ଣ ଇମେଲର ପ୍ରତିକାର ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ମେ’ ୧ରେ ୧୦୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା। ଏଥିସହ ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପରିଚୟ ପାଇବାରେ କୌଣସି ସଫଳତା ମିଳି ନ ଥିଲା। କାରଣ ପ୍ରେରକ ନିଜ ବିଷୟରେ ସମସ୍ତ ସୂଚନାକୁ ଗୋପନ ରଖିବାକୁ ଉପାୟ କରିଥିଲେ। ତେବେ ଏସବୁ ଘଟଣା ପଛରେ କାହାର ପିଲାଳିଆମି ନୁହେଁ ବରଂ ବଡ଼ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri