ନୟାଗଡ କୁମ୍ଭାରପଡା ଗାଁରେ ବୋମାମାଡ, ୮ଆହତ

ନୟାଗଡ,୧୨।୧୧: ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ହେଲା ବୋମା ମାଡ। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତରବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।